ଦେଖନ୍ତୁ ଭିଡ଼ିଓ : ବାଇକ ଉପରେ ଶୋଇକି ଷ୍ଟଣ୍ଟ ମାରୁଥିଲେ ଦାଦା, ଭିଡ଼ିଓ ଦେଖି ବଡ ବଡ ରାଇଡର ଚକିତ

ଆଜିକାଲି ଲୋକେ ଫେମସ ହେବାପାଇଁ କିଛିବି କରିବାକୁ ପ୍ରସ୍ତୁତ। କିଛି ଲୋକଙ୍କ ମୁଣ୍ଡରେ ଷ୍ଟଣ୍ଟ ମାରିବାର ଏମିତି ଭୁତ ବସିଛି କି, ସେମାନେ ଏଥିରେ ନିଜର ଜୀବନ ହରାଇ ଦେଉଛନ୍ତି। କିନ୍ତୁ ଲୋକମାନେ ମାନିବାକୁ ନାରାଜ। ଏକ ଏମିତି ଷ୍ଟଣ୍ଟର ଭିଡ଼ିଓ ଲୋକଙ୍କ ମଧ୍ୟରେ ଭାଇରାଲ ହେଉଛି।

ସୋସିଆଲ ମିଡ଼ିଆରେ ଯେଉଁ ଭିଡ଼ିଓ ଭାଇରାଲ ହେଉଛି, ସେଥିରେ ଜଣେ ବୟସ୍କ ବ୍ୟକ୍ତି ନିଜ ବାଇକରେ ଷ୍ଟଣ୍ଟ ମାରୁଥିବାର ନଜର ଆସୁଛନ୍ତି। ସେହିପରି ସେ ଚାଲୁଥିବା ବାଇକ ରେ ବିଭିନ୍ନ ପ୍ରକାରର ଷ୍ଟଣ୍ଟ ମାରୁଥିବାର ନଜର ଆସୁଛନ୍ତି। ରାସ୍ତାରେ ତାଙ୍କର ଦେଶୀ ଡ଼୍ୟାନ୍ସ ଦେଖିବାପରି ଅଟେ।

ଭିଡ଼ିଓରେ ଆପଣ ଦେଖିପାରିବେ ବ୍ୟକ୍ତି ଜଣକ ନିଜ ବାଇକ ଉପରେ ଶୋଇ ଷ୍ଟଣ୍ଟ ମାରୁଛି। ତାଙ୍କର ବାଇକରେ ଷ୍ଟଣ୍ଟ ମାରୁଥିବାର ଦେଖି ଲାଗୁଛି କି, ସେ ଆରାମ ରେ ବାଇକ ଉପରେ ଶୋଇଛନ୍ତି। କେତେବେଳେ ସେ ବାଇକରେ ଆରାମରେ ଶୋଇଛନ୍ତି ତ କେତେବେଳେ ଏହାଉପରେ ବସିଛନ୍ତି।

ଦେଖନ୍ତୁ ଭିଡ଼ିଓ:-

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by THE ADVENTURE FOR BIKES (@bigbullbikes)

ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓକୁ ବହୁତ ଲୋକଙ୍କ ଦ୍ୱାରା ପସନ୍ଦ କରାଯାଉଛି। ଏହି କାରଣରୁ କେତେକ ୟୁଜର୍ସ ଏହାଉପରେ କମେଣ୍ଟ କରୁଛନ୍ତି। ଜଣେ ୟୁଜର୍ସ କମେଣ୍ଟ କରିଛନ୍ତି ଏହି ବୟସରେ ଜୋଶ ଦେଖିବାପରି ଅଟେ। ସେହିପରି ଆଉଜଣେ ୟୁଜର ଲେଖିଥିଲେ ଏମିତି ଷ୍ଟଣ୍ଟ କରନ୍ତୁ ନାହିଁ କାରଣ ଜୀବନ ବହୁତ ମୂଲ୍ୟବାନ ଅଟେ। ଆଉଜଣେ ୟୁଜର ଲେଖିଥିଲେ କକା ଙ୍କ ଷ୍ଟଣ୍ଟ ଭିଡ଼ିଓ ବହୁତ କମାଲ ଅଟେ। ଏହାବ୍ୟତୀତ ଆହୁରି ଅନେକ ୟୁଜର ଏହାଉପରେ କମେଣ୍ଟ କରୁଛନ୍ତି।

ଆପଣଙ୍କ ସୂଚନା ପାଇଁ କହିଦେଉଛୁ କି, ଏହି ଷ୍ଟଣ୍ଟ ଭିଡ଼ିଓକୁ ଇଂଷ୍ଟାଗ୍ରାମରେ bigbulbikes ନାମକ ଆକାଉଣ୍ଟରୁ ଶେୟର କରାଯାଇଥିଲା। ଖବର ଲେଖାଯିବା ପୂର୍ବରୁ ଏହାକୁ 21 ହଜାର ଲାଇକ୍ସ ଓ ଲକ୍ଷ ଭିୟୁଜ ମିଳିସାରିଛି।

Leave a Reply

Your email address will not be published. Required fields are marked *