ଦିଲ୍ଲୀ ବିଧାନସଭା ତଳୁ ମିଳିଲା ସୁଡ଼ଙ୍ଗ, ଲାଲକିଲ୍ଲା ପର୍ଯ୍ୟନ୍ତ ଲମ୍ବିଛି ଏହି ଗୁପ୍ତ ସୁଡ଼ଙ୍ଗ

ଦିଲ୍ଲୀ ବିଧାନସଭାରେ ଗୁରୁବାର ଦିନ ଏକ ସୁଡ଼ଙ୍ଗ ସଂରଚନା ମିଳିଛି। ଦିଲ୍ଲୀ ବିଧାନସଭା ଅଧ୍ୟକ୍ଷ ରାମ ନିବାସ ଗୋୟଲ କହିଛନ୍ତି, ସୁଡ଼ଙ୍ଗ ବିଧାନସଭାକୁ ଲାଲ କିଲା ସହିତ ଯୋଡୁଛି ଓ ସ୍ୱତନ୍ତ୍ରତା ସେନାନୀୟଙ୍କ ପ୍ରତିବାଦ ସମୟରେ ଇଂରେଜ ମାନଙ୍କ ଦ୍ୱାରା ଲୋକଙ୍କୁ କ୍ରୋଧରୁ ବଞ୍ଚାଇବା ପାଇଁ ଏହାର ବ୍ୟବହାର ହୋଇଥାଏ।

ସ୍ପିକର ରାମନିବାସ ଗୋୟଲ କହିଛନ୍ତି ଯେତେବେଳେ 1993 ମସିହାରେ ମୁଁ ବିଧାୟକ ହୋଇଥିଲି ସେତେବେଳେ ଏଠାରେ ଏକ ସୁଡ଼ଙ୍ଗ ରହିଥିଲା ବୋଲି ଗୁଜବ ଖେଳିଲା ଓ ଏହା ବିଷୟରେ ମୁଁ ଖୋଜିବା ଆରମ୍ଭ କରିଥିଲି। ସେତେବେଳେ ଏହାର କୌଣସି ସ୍ପଷ୍ଟତା ନଥିଲା।

ସ୍ପିକର ରାମନିବାସ ଗୋୟଲ କହିଥିଲେ, ଏବେ ଆମକୁ ସୁଡ଼ଙ୍ଗର ମୁହଁ ମିଳିଯାଇଛି। କିନ୍ତୁ ଆମେ ଏହାକୁ ଆଗକୁ ଖୋଳୁନାହୁଁ କାରଣ ମେଟ୍ରୋ ପରିଯୋଜନା ଓ ସିବର ସ୍ଥାପନା କାରଣରୁ ସୁଡ଼ଙ୍ଗର ରାସ୍ତା ନଷ୍ଟ ହୋଇଯାଇଛି।

ସ୍ପିକର ରାମନିବାସ ଗୋୟଲଙ୍କ ମୁତାବିକ, ଯେଉଁ ଭବନରେ ବର୍ତ୍ତମାନ ଦିଲ୍ଲୀ ବିଧାନସଭା ରହିଛି। ଏହାର ରାଜଧାନୀ 1912 ମସିହାରେ କୋଲକାତାରୁ ଦିଲ୍ଲୀ ଅଣାଯାଇଥିଲା। ଏହାପରେ ଏହାକୁ କେନ୍ଦ୍ରୀୟ ବିଧାନସଭା ରୂପରେ ବ୍ୟବହାର କରାଗଲା।

ଏହାପରେ 1926 ରେ ଏକ ଅଦାଲତରେ ବଦଳାଇ ଦିଆଯାଇଥିଲା ଓ ଇଂରେଜ ସ୍ୱତନ୍ତ୍ରତା ସେନାନୀୟୋକୁ ଅଦାଲତକୁ ଆଣିବା ପାଇଁ ଏହି ସୁଡ଼ଙ୍ଗର ବ୍ୟବହାର କରିଥିଲେ।

ସ୍ପିକର ରାମନିବାସ ଗୋୟଲ କହିଲେ ଆମେ ମାନେ ଏଠାରେ ଫାସୀ ରୁମ ବିଷୟରେ ଶୁଣିଥିଲୁ କିନ୍ତୁ ଏହାକୁ କେବେ ଖୋଲା ଯାଇନାହିଁ। ସ୍ୱାଧୀନତାର 75 ବର୍ଷ ପରେ ମୁଁ ଏହି ରୁମ କୁ ଯାଞ୍ଚ ପାଇଁ ଫଇସଲା ନେଇଥିଲି। ଆମେ ସେହି ରୁମ କୁ ସ୍ୱତନ୍ତ୍ରତା ସେନାନୀୟୋ ରୁମ ଭାବରେ ବଦଳାଇବାକୁ ଚାହୁଁ କାରଣ ସେମାନଙ୍କୁ ଯେପରି ଶ୍ରଦ୍ଧାଞ୍ଜଳି ମିଳିବ।

ବିଧାନସଭା ଅଧ୍ୟକ୍ଷ ରାମନିବାସ ଗୋୟଲ କହିଥିଲେ, ଦେଶର ସ୍ୱାଧୀନତା ସହିତ ଜଡ଼ିତ ଦିଲ୍ଲୀ ବିଧାନସଭାର ଇତିହାସକୁ ଦେଖି ଏହାର ଲକ୍ଷ୍ୟ ଆଗାମୀ ସ୍ୱତନ୍ତ୍ରତା ଦିବସ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଫାସୀ ରୁମ ଖୋଲିବାର ଅଟେ ଓ ଏଥିପାଇଁ କାମ ଆରମ୍ଭ ହୋଇଯାଇଛି।

ସେ କହିଲେ ସ୍ୱତନ୍ତ୍ରତା ସଂଗ୍ରାମର ସନ୍ଦର୍ଭରେ ଏହି ଜାଗାର ବହୁତ ସମୃଦ୍ଧ ଇତିହାସ ରହିଛି। ଆମେ ଏହାକୁ ପୁନଃନିର୍ମିତ କରିବା ପାଇଁ ଲକ୍ଷ୍ୟ ରଖିଛୁ।

Leave a Reply

Your email address will not be published. Required fields are marked *