ଟିମ ଇଣ୍ଡିଆର ଏହି ଚାରିଜଣ ଖେଳାଳିଙ୍କ ଉପରେ ଝୁଲୁଛି ଖଣ୍ଡା, ଶେଷ ହୋଇପାରେ କ୍ୟାରିଅର,ଜାଣନ୍ତୁ ସେ ଖେଳାଳୀମାନେ କିଏ କିଏ ?

ଟିମ ଇଣ୍ଡିଆ ବର୍ତ୍ତମାନ ଇଂଲଣ୍ଡରେ ଟେଷ୍ଟ ସିରିଜ ଖେଳୁଛି ଓ ଦଳରେ କିଛି ବଡ଼ ଖେଳାଳି ଖରାପ ଫର୍ମ ଦ୍ୱାରା ଚାଲୁଛନ୍ତି। ଟିମ ଇଣ୍ଡିଆର ଏମିତି କିଛି ଯୁବ ଖେଳାଳି ରହିଛନ୍ତି ଯିଏକି ଭଲ ପ୍ରଦର୍ଶନ କରୁଥିବା ସହ ମଧ୍ୟ ଏହି ଖେଳାଳିଙ୍କ କ୍ୟାରିଅର ଶେଷ କରି ଦେଇପାରନ୍ତି। ଭାରତର ପାଇଁ ଏହି ଇଂଲଣ୍ଡ ଗସ୍ତ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏମିତିରେ ଏହି ଚାରିଜଣ ଖେଳାଳିଙ୍କ କ୍ୟାରିଅର ଏହି ଇଂଲଣ୍ଡ ଗସ୍ତରେ ହିଁ ଶେଷ ହୋଇପାରେ।

ଆଜିଙ୍କ୍ୟ ରାହାଣେ:-

ଆଜିଙ୍କ୍ୟ ରାହାଣେଙ୍କ ଏହି ବେକାର ପ୍ରଦର୍ଶନ କାରଣରୁ ତାଙ୍କ କ୍ୟାରିଅରର ଓଲଟା ଗଣତି ଆରମ୍ଭ ହୋଇଯାଇଛି। ବିପକ୍ଷରେ ଦଳ ସାମ୍ନାରେ ଡିଫେନ୍ସିଭ ହେବାସହ ରନ ବନାଇବା ମଧ୍ୟ ଆବଶ୍ୟକ, ଏମିତିରେ ତାଙ୍କ ବ୍ୟାଟିଂରେ କୌଣସି ଦମ ନଜର ଆସୁନାହିଁ। ଟପ ଅର୍ଡର ଭାରତର ମଜବୁତ ରହିଛି ଯାହାକି ବାରମ୍ବାର ଫେଲ ମାରୁଛି। ଏବେ 5 ନମ୍ବର୍ ସ୍ଥାନକୁ ନେଇ ପ୍ରଶ୍ନ ଉଠୁଛି। ଆଜିଙ୍କ୍ୟ ରାହାଣେ ନିଜର ଶେଷ ଟେଷ୍ଟ ଶତକ ଅଷ୍ଟ୍ରେଲିଆ ବିପକ୍ଷ ମେଲବର୍ଣ୍ଣ ଟେଷ୍ଟରେ ହାସଲ କରିଥିଲେ।

ଆଜିଙ୍କ୍ୟ ରାହାଣେ ଏହି ପାଳିରେ 112 ରନ କରିଥିଲେ ଓ ଏହା ପରଠାରୁ ତାଙ୍କ ବ୍ୟାଟରୁ କୌଣସି ଶତକ ଆସିନଥିଲା। ଯାହାକି ଟିମ ଇଣ୍ଡିଆ ପାଇଁ ବହୁତ ଚିନ୍ତାର ବିଷୟ ଅଟେ, ଭାରତୀୟ କ୍ରିକେଟ ଟିମ ପାଖରେ ସୁର୍ଯ୍ୟକୁମାର ଯାଦବଙ୍କ ଭଳି ଟ୍ୟାଲେଣ୍ଟଡ଼ ବ୍ୟାଟ୍ସମ୍ୟାନ ରହିଛନ୍ତି, ଯିଏକି ମୈଦାନର ଚାରି ଆଡ଼କୁ ଶର୍ଟ ମାରିବାରେ ସକ୍ଷମ। ଆଜିଙ୍କ୍ୟ ରାହାଣେ ଯଦି ଶେଷ ଦୁଇଟି ଟେଷ୍ଟ ମ୍ୟାଚରେ କିଛି କରିନପାରନ୍ତି ତାହେଲେ ସୂର୍ଯ୍ୟକୁମାରଙ୍କ ପ୍ରବେଶ ସୁନିଶ୍ଚିତ।

ଇଶାନ୍ତ ଶର୍ମା:-

ମହମ୍ମଦ ସିରାଜଙ୍କ ଫେରିବାପରେ ଇଶାନ୍ତ ଶର୍ମାଙ୍କ କ୍ୟାରିଅରର ବର୍ତ୍ତମାନ ଓଲଟା ଗଣତି ଆରମ୍ଭ ହୋଇଯାଇଛି। ଟେଷ୍ଟ କ୍ରିକେଟରେ ଯଶପ୍ରୀତ ବୁମରା, ମହମ୍ମଦ ଶାମି ଓ ମହମ୍ମଦ ସିରାଜଙ୍କ ସ୍ଥାନ ପକ୍କା ହୋଇସାରିଛି ସେପଟେ ଇଶାନ୍ତ ଇଂଲଣ୍ଡ ସିରିଜରେ ଖଳନାୟକ ସାବ୍ୟସ୍ତ ହୋଇଛନ୍ତି। ଇଶାନ୍ତ ତୃତୀୟ ଟେଷ୍ଟରେ ବହୁତ ରନ ବ୍ୟୟ କରିବା ସହିତ ଗୋଟିଏ ବି ଉଇକେଟ ନେଇ ପାରିନଥିଲେ। ବିରାଟଙ୍କ ଭରସାର ସେ ଫାଇଦା ଉଠାଇ ପାରିନାହାଁନ୍ତି। ତୃତୀୟ ଟେଷ୍ଟରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ତାଙ୍କ ଠାରୁ ବହୁତ ରନ ଆଦାୟ କରିଥିଲେ। 22 ଓଭର ବୋଲିଂ କରି ସେ 92 ରନ ବ୍ୟୟ କରିଥିଲେ। ଚତୁର୍ଥ ଟେଷ୍ଟରୁ ବାଦ ପଡିଥିବା ବେଳେ ପଞ୍ଚମ ଟେଷ୍ଟ ମଧ୍ୟ ତାଙ୍କ ଖେଳିବାକୁ ନେଇ ଶଙ୍କା କରାଯାଉଛି।

ଉମେଶ ଯାଦବ:-

ଭାରତୀୟ କ୍ରିକେଟକୁ ବିଗତ କିଛିବର୍ଷରେ ଗୋଟିଏ ପରେ ଗୋଟିଏ ଶାନଦାର ଦ୍ରୁତ ବୋଲର ହାତରେ ଲାଗିଛନ୍ତି। ଏହି ଯୁବା ଦ୍ରୁତ ବୋଲର ଉମେଶ ଯାଦବଙ୍କ କ୍ୟାରିଅର ଉପରେ ବହୁତ ପ୍ରଭାବ ପକାଇଛନ୍ତି। ଭାରତୀୟ ଲିମିଟେଡ଼ ଓଭର କ୍ରିକେଟରେ ତାଙ୍କ କ୍ୟାରିଅର ତ ଶେଷ ହୋଇଯାଇଛି ଏବେ ଟେଷ୍ଟରେ ମଧ୍ୟ ତାହା ହେବାକୁ ଯାଉଛି। ଉମେଶ ଯାଦବ ଲଗାତାର ପ୍ଲେଇଂ ଇଲେଭେନର ଭାଗିଦାରୀ ହୋଇ ପାରୁନାହାନ୍ତି। ଇଂଲଣ୍ଡ ଗସ୍ତରେ ସେ ଦଳରେ ଜାଗା ବନାଇବାରେ ତ ସକ୍ଷମ ହୋଇଛନ୍ତି କିନ୍ତୁ ତାଙ୍କୁ ଗୋଟିଏ ବି ଟେଷ୍ଟ ଖେଳିବାକୁ ମୌକା ମିଳିନାହିଁ।

ଋଦ୍ଧିମାନ ଶାହ:-

ଭାରତୀୟ କ୍ରିକେଟରେ ମହେନ୍ଦ୍ର ସିଂହ ଧୋନୀ ଯେବେଠାରୁ ଅବସର ନେଇଛନ୍ତି ଏହା ପରଠାରୁ ଋଦ୍ଧିମାନ ଶାହ ଦଳରେ ଉଇକେଟ କିପିଂର ଦାୟିତ୍ୱ ନିଭାଉଛନ୍ତି। ଋଦ୍ଧିମାନ ଲଗାତାର ଟେଷ୍ଟ ଟିମ ସହିତ ଜଡ଼ିତ ରହିଛନ୍ତି। ବର୍ତ୍ତମାନ ସେ ପ୍ଲେଇଂ ଇଲେଭେନରେ ଲଗାତାର ଭାବରେ ସ୍ଥାନ ପାଉନାହାନ୍ତି। କାରଣ ଋଷଭ ପନ୍ତ ତାଙ୍କ ଉପରେ ଭାରି ପଡୁଛନ୍ତି। ଇଂଲଣ୍ଡ ଗସ୍ତରେ ସେ ଦଳରେ ସ୍ଥାନ ତ ପାଇଥିଲେ କିନ୍ତୁ ଖେଳିବାକୁ ସ୍ଥାନ ପାଉନାହାନ୍ତି। ଶାହ ବର୍ତ୍ତମାନ 36 ବର୍ଷର ହୋଇସାରିଛନ୍ତି ଓ କୁହାଯାଉଛି କି, ଇଂଲଣ୍ଡ ଗସ୍ତ ତାଙ୍କର ଶେଷ ଗସ୍ତ ହୋଇପାରେ।

Leave a Reply

Your email address will not be published. Required fields are marked *