ସିଦ୍ଧାର୍ଥ ଶୁକ୍ଲା ଏବଂ ସୁଶାନ୍ତ ସିଂହ ରାଜପୁତଙ୍କ ମଧ୍ୟରେ ସାଧାରଣ ଥିଲା ଏହି ୭ଟି କଥା, ଏପରି ଥିଲା ଦୁହିଁଙ୍କ ମଧ୍ୟରେ ବନ୍ଧୁତା

ସିଦ୍ଧାର୍ଥ ଶୁକ୍ଲା ଦୁନିଆରୁ ଯିବାପରେ ବର୍ତ୍ତମାନ ତାଙ୍କ ସ୍ମୃତି ହିଁ ପଛରେ ରହିଯାଇଛି | ସୁଶାନ୍ତ ସିଂହ ରାଜପୁତଙ୍କ ପରି ସିଦ୍ଧାର୍ଥ ଶୁକ୍ଲା ମଧ୍ୟ ଏହି ଦୁନିଆକୁ ସମୟ ପୂର୍ବରୁ ହିଁ ବିଦାୟ କହିଦେଲେ | ବହୁତ କମ ଲୋକ ଜାଣିଛନ୍ତି ଯେ ସୁଶାନ୍ତ ଏବଂ ସିଦ୍ଧାର୍ଥଙ୍କ ମଧ୍ୟରେ ବହୁତ ବଡ଼ ବନ୍ଧୁତା ଥିଲା | ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଦୁହିଁଙ୍କର ଫଟୋ ଏକାଠି ଭାଇରଲ ହେବାରେ ଲାଗିଛି | ଦୁଇ କଳାକାରଙ୍କ ମଧ୍ୟରେ କିଛି କଥା କମନ ଥିଲା | ଚାଲନ୍ତୁ ଜାଣିବା ସେହି କଥାଗୁଡ଼ିକ ବିଷୟରେ …

ଅନେକ ଅଭିନେତ୍ରୀଙ୍କ ସହିତ ଜଡିତ ନାମ :-

ସୁଶାନ୍ତ ସିଂ ରାଜପୁତ ଏବଂ ସିଦ୍ଧାର୍ଥ ଶୁକ୍ଲାଙ୍କ ଫ୍ୟାନ ଫୋଲୋଇଙ୍ଗ ଆଶ୍ଚର୍ଯ୍ୟଜନକ ଥିଲା | ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ଯେଉଁଠାରେ ସିଦ୍ଧାର୍ଥ ଶୁକ୍ଲାଙ୍କର ଅନେକ ସମ୍ପର୍କ ଥିଲା, ସେହିପରି ସୁଶାନ୍ତ ସିଂ ରାଜପୁତଙ୍କ ନାମ ମଧ୍ୟ ରିୟା ଚକ୍ରବର୍ତ୍ତୀ, ଅଙ୍କିତା ଲୋଖଣ୍ଡେ ଏବଂ କୃତି ସାନନ ଭଳି ଅଭିନେତ୍ରୀମାନଙ୍କ ସହ ଜଡିତ ଥିଲା | ବ୍ୟକ୍ତିଗତ ଜୀବନରେ ଉଭୟଙ୍କ ଜୀବନର ଅନେକ ବଡ ନାମ ଯୋଡି ହୋଇଥିଲା |

ଉଦୀୟମାନ ଷ୍ଟାର :-

ସିଦ୍ଧାର୍ଥ ଶୁକ୍ଲା ଏବଂ ସୁଶାନ୍ତ ସିଂ ରାଜପୁତ ଉଭୟ ହିଁ ଇଣ୍ଡଷ୍ଟ୍ରିର ଉଦୀୟମାନ ଷ୍ଟାର ଥିଲେ | ଏମ.ଏସ,ଧୋନି ଦି ଅନଟୋଲଡ଼ ଷ୍ଟୋରି ପରେ ଯେଉଁଠାରେ ସୁଶାନ୍ତ ସିଂ ରାଜପୁତଙ୍କ କ୍ୟାରିୟରକୁ ଜବରଦସ୍ତ ବୁମ ମିଳିଥିଲା, ସେହିପରି ବିଗ ବସ ସିଜିନ ୧୩ ଜିତିବେପାରେ ସିଦ୍ଧାର୍ଥ ଶୁକ୍ଲାଙ୍କୁ ନେଇ ଦେଶ ସାରା ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲା |

ଛୁଇଁବାକୁ ଚାହୁଁଥିଲେ ଆକାଶ :-

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Sushant Singh Rajput (@sushantsinghrajput)

ସିଦ୍ଧାର୍ଥ ଶୁକ୍ଲା ଏବଂ ସୁଶାନ୍ତ ସିଂହ ରାଜପୁତଙ୍କ କ୍ୟାରିୟରକୁ ଜବରଦସ୍ତ ବୁମ ମିଳିବାପରେ ବର୍ତ୍ତମାନ ଦୁହିଁଙ୍କ କ୍ୟାରିୟରରେ ପର ଲାଗି ଯାଇଥିଲା, କିନ୍ତୁ ସେମାନେ ଦୁନିଆକୁ ବିଦାୟ କହିଦେଲେ | ଉଭୟ କଳାକାରଙ୍କ ପାଇଁ ବର୍ତ୍ତମାନ ତ ପୁରା ଆକାଶକୁ ଛୁଇଁବାକୁ ବାକି ଥିଲା | କିନ୍ତୁ ଭାଗ୍ୟ ବୋଧହୁଏ ଆଉ କିଛି ଚାହୁଁଥିଲା |

ଫିଟନେସର ଆଗ୍ରହ :-

ଉଭୟ ସିଦ୍ଧାର୍ଥ ଶୁକ୍ଲା ଏବଂ ସୁଶାନ୍ତ ସିଂ ରାଜପୁତଙ୍କ ଫିଟନେସ ପ୍ରତି ଆଗ୍ରହ ଥିଲା | ସିଦ୍ଧାର୍ଥ ଯେପରି ଲମ୍ବା ଚଉଡା ଫିଜିକର ମାଲିକ ଥିଲେ ଏବଂ ନିଜର ଅନେକ ସମୟ ଜିମରେ ବିତାଉଥିଲେ, ସେହିପରି ସୁଶାନ୍ତ ସିଂ ରାଜପୁତ ମଧ୍ୟ ନିୟମିତ ଭାବରେ ଜିମ ଯିବାକୁ ପସନ୍ଦ କରୁଥିଲେ | ଉଭୟ କଳାକାର ଏକ ଭଲ ଫିଜିକ ମେଣ୍ଟେନ କରୁଥିଲେ |

ଫ୍ୟାନ୍ସମାନଙ୍କୁ ବହୁତ ଭଲ ପାଉଥିଲେ :-

ଉଭୟ କଳାକାର ସୋସିଆଲ ମିଡିଆରେ ଆକ୍ଟିଭ ଥିଲେ ଏବଂ ନିଜ ଫ୍ୟାନ୍ସମାନଙ୍କ ମେସେଜର ଜବାବ ଦେଉଥିଲେ | ସିଦ୍ଧାର୍ଥ ଶୁକ୍ଲା ଅନେକଥର ନିଜେ ଯାଇ ନିଜ ଫ୍ୟାନ୍ସମାନଙ୍କୁ ଦେଖା କରିଥିଲେ ଏବଂ ସେହିପରି ସୁଶାନ୍ତ ସିଂହ ରାଜପୁତ ମଧ୍ୟ ପବ୍ଲିକ ଇନ୍ଭେଟ୍ସ ଏବଂ ସୋସିଆଲ ମିଡିଆରେ ସବୁବେଳେ ନିଜ ଫ୍ୟାନ୍ସଙ୍କୁ ଖୁସି କରୁଥିଲେ | ଉଭୟଙ୍କୁ ହିଁ କୋଟି କୋଟି ଲୋକ ଭଲ ଓ଼ଉଥିଲେ |

ଟିଭିରୁ କରିଥିଲେ ଫିଲ୍ମଗୁଡିକରେ ଜମ୍ପ :-

ସିଦ୍ଧାର୍ଥ ଶୁକ୍ଲା ଏବଂ ସୁଶାନ୍ତ ସିଂ ରାଜପୁତ ଉଭୟେ ହିଁ ନିଜ କ୍ୟାରିୟରର ଆରମ୍ଭ ଛୋଟ ପରଦା ମାଧ୍ୟମରେ କରିଥିଲେ | ତେବେ ଦୁହିଁଙ୍କ ଅଭିନୟ ଚମତ୍କାର ଥିଲା ଏବଂ ବହୁତ କମ ସମୟରେ ଦୁହେଁ ଟିଭିର ବଡ଼ ପରଦାକୁ ଜମ୍ପ କରିଥିଲେ |

ସମୟ ପୂର୍ବରୁ ବିଦାୟ ନେଲେ :-

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Sidharth Shukla (@realsidharthshukla)

ଦୁହିଁଙ୍କ ମଧ୍ୟରେ କମନ ରହିଥିବା କଥାଗୁଡ଼ିକ ମଧ୍ୟରେ ସବୁଠାରୁ ଦୁଖଦ କଥା ଏହା ମଧ୍ୟ ଅଟେ ଯେ ଦୁଇ କଳାକାର ବହୁତ ଶୀଘ୍ର ଏହି ଦୁନିଆରୁ ବିଦାୟ ନେଇଗଲେ | ସୁଶାନ୍ତ ସିଂହ ରାଜପୁତ ୩୪ ବର୍ଷର ବୟସରେ ଦୁନିଆକୁ ବିଦାୟ କହିଥିଲେ, ସେହିପରି ସିଦ୍ଧାର୍ଥ ଶୁକ୍ଲା ମଧ୍ୟ ୪୦ ବର୍ଷ ବୟସରେ ହିଁ ଏହି ଦୁନିଆରୁ ବିଦାୟ ନେଇଗଲେ |

Leave a Reply

Your email address will not be published. Required fields are marked *