ରାସ୍ତାରେ ଯାଉଥିବା ସାଇକେଲେ ଚାଳକଙ୍କୁ ଜୋରଦାର ଧକା ଦେଲା କାଙ୍ଗାରୁ,ଆଉ ତା ପରେ … ଦେଖନ୍ତୁ ଭିଡ଼ିଓ

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଭିଡ଼ିଓ ଭାଇରାଲ ହେଉଥାଏ। ଏହିଥର ଭିଡ଼ିଓରେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିବାପରେ ଆପଣ ମଧ୍ୟ ଭାବିବାକୁ ବାଧ୍ୟ ହୋଇଯିବେ। ଏହିଥର ଯେଉଁ ଭିଡ଼ିଓ ଭାଇରାଲ ହେଉଛି ଏଥିରେ ଜଣେ ସାଇକେଲ ଚାଳକ ସହିତ ଅବିଶ୍ୱସନୀୟ ଘଟଣା ଘଟିଛି ଯାହାକି ଆପଣଙ୍କୁ ଭାବିବାକୁ ବାଧ୍ୟ କରିଦେବ। ଏବେ ଏହି ଭିଡ଼ିଓ ଲୋକଙ୍କ ଦ୍ୱାରା ବହୁତ ଦେଖାଯିବାରେ ଲାଗିଛି।

ଯେଉଁ ଭିଡ଼ିଓ ଭାଇରାଲ ହେଉଛି ଏଥିରେ ଦେଖାଯାଉଛି ଦୁଇଜଣ ସାଇକେଲ ଚଳାଳି ରାସ୍ତାରେ ଯାଉଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ସାଇକେଲ ଚାଳକ ଆଗକୁ ବଢ଼ୁଛନ୍ତି ଓ ଗୋଟିଏ କଙ୍ଗାରୁ ଆସି ସାଇକେଲ ଵାଲାକୁ ଧକ୍କା ମାରି ଦେଉଛି। ଧକା ମାରିବାପରେ ସାଇକେଲ ଚାଳକ ତଳେ ପଡ଼ି ଯାଉଛି ଓ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।

ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓକୁ ଆଇଏଫଏସ ଅଫିସର ସୁଶାନ୍ତ ନନ୍ଦା ଶେୟର କରିଛନ୍ତି। ଏହାସହ ସେ କ୍ୟାପ୍ସନରେ ଲେଖିଛନ୍ତି କିଏ ସଠିକ ରାସ୍ତାରେ ରହିଛି। ଅସଲରେ ତାଙ୍କର କହିବା ହେଲା ଯେତେବେଳେ ଜଙ୍ଗଲକୁ କାଟି ରାସ୍ତା ବନାଯାଇ ସେତେବେଳେ କଣ ଘଟିବ? ଯେଉଁ ରାସ୍ତା ଜଙ୍ଗଲର ଅଟେ ସେଠାରେ ଆମେ ଚାଲୁଛେ ଏଥିପାଇଁ କେତେଥର ରାସ୍ତାରେ ଜାନୁଆର ଓ ମଣିଷ ଭିତରେ ଏମିତି କିଛି ଘଟିଥାଏ।

ଭିଡ଼ିଓରେ ଯେଉଁ ସାଇକେଲ ଚାଳକକୁ ଆଘାତ ଲାଗିଛି ତାଙ୍କୁ କେତେ ପରିମାଣର ଆଘାତ ଲାଗିଛି ଏହା ଜଣା ପଡ଼ିନାହିଁ। କିନ୍ତୁ ଭିଡ଼ିଓ ଫୁଟେଜ ଦେଖି ଲାଗୁଛି ଏହି ଟକର ବହୁତ ଜୋରଦାର ଥିଲା। ଭିଡ଼ିଓ ଦେଖି କେତେଜଣ କହୁଛନ୍ତି ମଣିଷ ଜଙ୍ଗଲରେ ନିଜର ରାସ୍ତା ଓ ଘର କରିଦେଉଛି ତେଣୁ ପଶୁ କୁଆଡେ ଯିବେ? ସେହିପରି କିଛିଲୋକ ସାଇକେଲ ଚାଳକର ଅବସ୍ଥାକୁ ନେଇ ଦୁଃଖ ଦେଖାଇଛନ୍ତି।

Leave a Reply

Your email address will not be published. Required fields are marked *