ଜନ୍ମ ହେବାମାତ୍ରେ ହିଁ ୬୦ ବର୍ଷ ବୟସ ଭଳି ଦେଖାଗଲା ଶିଶୁ, ଜାଣନ୍ତୁ କେଉଁ ବିରଳ ରୋଗ କାରଣରୁ ହୋଇଛି ଏପରି ଅବସ୍ଥା

ଦକ୍ଷିଣ ଆଫ୍ରିକାରେ ଗୋଟିଏ ବିରଳ ରୋଗରେ ପୀଡିତ ଶିଶୁର ମାମଲା ସାମ୍ନାକୁ ଆସିଛି | ଏଥିରେ ଗୋଟିଏ ଛୋଟ ଶିଶୁ ୬୦ ବର୍ଷର ବୁଢ଼ୀ ମହିଳା ଭଳି ଦେଖାଯାଉଛି | ଏହାକୁ ଦେଖି ନବଜାତ ଶିଶୁର ବାପାମା ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି | ତେବେ ଯେତେବେଳେ ସେମାନେ ଜାଣିବାକୁ ପାଇଲେ ଯେ ତାଙ୍କ ଶିଶୁ ଏକ ବିରଳ ରୋଗରେ ପୀଡିତ ଅଛି, ସେତେବେଳେ ସେମାନେ ତାକୁ ଡାକ୍ତରଙ୍କ ପାଖକୁ ନେଇଗଲେ |

ମିରରର ଏକ ଅନଲାଇନ ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଆଫ୍ରିକାର ଇଷ୍ଟର୍ନ କେପର ଛୋଟ ଟାଉନରେ ଗତ ଅଗଷ୍ଟ ୩୦ ତାରିଖରେ ଜଣେ ୨୦ ବର୍ଷର ମହିଳା ଘରେ ହିଁ ଗୋଟିଏ ଝିଅକୁ ଜନ୍ମ ଦେଲେ | ଏହି ସମୟରେ ଝିଅ ଜନ୍ମହେବାମାତ୍ରେ ତାକୁ ଦେଖି ମା ଡରିଗଲେ | ଝିଅର ହାତ ଅଜବ ପ୍ରକାରର ଥିଲା ଏବଂ ତାର ପୁରା ଚମଡା ଝାଉଁଳି ପଡିଥିଲା |

ଯେତେବେଳେ ଘରର ଅନ୍ୟ ସଦସ୍ୟମାନେ ମଧ୍ୟ ଝିଅଟିକୁ ଦେଖିଲେ, ସେତେବେଳେ ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ | ସେମାନେ ତୁରନ୍ତ ଝିଅଟିକୁ ହସ୍ପିଟାଲ ନେଇଗଲେ | ହସ୍ପିଟାଲରେ ଜଣାପଡିଲା ଯେ ତାଙ୍କ ଝିଅକୁ ଏକ ବିରଳ ରୋଗ ହୋଇଛି | ଯାହାକୁ ପ୍ରିଯୋରିୟା କୁହାଯାଏ | ଏହା ଏକ ରେୟର ମେଡିକାଲ କଣ୍ଡିସନ ଅଟେ | ଏହାକୁ ପ୍ରିଯୋରିୟା ବ୍ୟତୀତ କେତେକ ଅନ୍ୟ ନାମରେ ମଧ୍ୟ କୁହାଯାଏ | ଏଥିରେ ପୀଡିତ ବ୍ୟକ୍ତିଙ୍କ ବୟସ ବହୁତ ଅଧିକ ଥିବା ପରି ଦେଖାଯାଇଥାଏ | ବର୍ତ୍ତମାନ ଏହି ଝିଅ ଏବଂ ତାର ମାଙ୍କୁ ହସ୍ପିଟାଲରୁ ଘରକୁ ପଠାଇ ଦିଆଯାଇଛି |

ବ୍ରିଟେନରେ ମଧ୍ୟ ଏପରି ଗୋଟି ମାମଲା ସାମ୍ନାକୁ ଆସିଥିଲା :-

ଏହି ରୋଗରେ ପୀଡିତ ଲୋକ ଅଧିକ ସମୟ ପର୍ଯ୍ୟନ୍ତ ଜୀବିତ ରହିପାରନ୍ତି ନାହିଁ | ଗତ କିଛି ଦିନ ତଳେ ଏପରି ଗୋଟିଏ ମାମଲା ବ୍ରିଟେନରୁ ମଧ୍ୟ ସାମ୍ନାକୁ ଆସିଥିଲା, ଯେଉଁଠାରେ ଗୋଟିଏ ୧୮ ବର୍ଷର ଝିଅର ମୃତ୍ୟୁ ହୋଇଗଲା, ଯିଏକି ଦେଖିବାପାଇଁ ୧୪୪ ବର୍ଷର ଲାଗୁଥିଲା | ଯେତେବେଳେ ତାର ମୃତ୍ୟୁ ହେଲା, ସେତେବେଳେ ତା ସହିତ ତାର ବାପାମା ମଧ୍ୟ ଥିଲେ | ବ୍ରିଟେନର ଏହି ଶିଶୁ ମଧ୍ୟ ପ୍ରିଯୋରିୟା ରୋଗ ସହିତ ସଂଘର୍ଷ କରୁଥିଲା | ଏହି ରୋଗ କାରଣରୁ ତା ମୁଣ୍ଡରେ ଚୁଟି ନଥିଲା ଏବଂ ପାଟିରେ ଦାନ୍ତ ମଧ୍ୟ ମାଥିଲା |

ଏହି ରୋଗରେ ଜୀବନ ଯିବାର ବିପଦ ସବୁଠାରୁ ଅଧିକ ରହିଥାଏ :-

କୁହାଯାଉଛି ଯେ ଏହି ରୋଗକୁ ପ୍ରିଯୋରିୟା ସିଣ୍ଡ୍ରୋମ ବ୍ୟତୀତ ବେଞ୍ଜାମିନ ବଟନ କଣ୍ଡିସନ ମଧ୍ୟ କୁହାଯାଇଥାଏ | ଏହା ବହୁତ ବିରଳ ସିଣ୍ଡ୍ରୋମ ଅଟେ, କିନ୍ତୁ କୌଣସି ଶିଶୁଠାରେ ଏହା ଦୁଇ ବର୍ଷ ବୟସରେ ହିଁ ଜଣାପଡ଼ିଥାଏ | ସାଧାରଣତଃ ଏହି ସିଣ୍ଡ୍ରୋମରେ ଶିଶୁର ଚୁଟି ଝଡ଼ିଯାଏ, ଗ୍ରୋଥ ଅଟକିଯାଏ ଏବଂ ଶିଶୁର ଜୀବନ ଚାଲିଯିବାର ବିପଦ ମଧ୍ୟ ୧୦୦ ପ୍ରତିଶତ ରହିଥାଏ |

Leave a Reply

Your email address will not be published. Required fields are marked *