IND vs ENG: କୋହଲୀଙ୍କୁ ଆଦୌ ପସନ୍ଦ କରନ୍ତି ନାହିଁ ଏହି କ୍ରିକେଟର,ବିରାଟଙ୍କ ବିରୁଦ୍ଧରେ କହିଲେ ଏମିତି କଥା

ଭାରତୀୟ କ୍ରିକେଟ ଦଳ ଏହି ସମୟରେ ଇଂଲଣ୍ଡରେ ଇଂଲଣ୍ଡ ବିରୁଦ୍ଧରେ ୫ ମ୍ଯାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଅଛି। ୩ଟି ମ୍ଯାଚ ସରିଯାଇଛି। ଓ ସିରିଜ ୧-୧ ବରାବରରେ ଅଚଚି। ବର୍ତ୍ତମାନ ସୁଦ୍ଧା ଦେଖାଯାଇଛିକି ଏହି ସିରିଜରେ ଦୁଇ ଦଳର ଖେଳାଳିଙ୍କ ମଧ୍ୟରେ ବହୁତ ଗରମା-ଗରମ ମାହୋଲ ଦେଖାଯାଇଛି। ଭାରତୀୟ ଅଧିନାୟକ ବିରାଟ କୋହଳିଙ୍କୁ ଅନେକ ଥର ଇଂଲଣ୍ଡର ଖେଳାଳିଙ୍କ ସହ ଲାଗୁଥିବାର ଦେଖାଯାଇଛି।

ବିରାଟଙ୍କ ବଡ ଶତ୍ରୁ କହିଲେ ଏହି କଥା:-

ଇଂଲଣ୍ଡର ଦୃତ ବୋଲର ଜେମ୍ସ ଏଣ୍ଡରସନ ଯିଏକି ଭାରତ ବିରୁଦ୍ଧରେ ଚାଲୁଥିବା ଟେଷ୍ଟ ସିରିଜରେ ଦୁଇଥର ଅଧିନାୟକ ବିରାଟ କୋହଲୀଙ୍କୁ ଆଉଟ କରିଛନ୍ତି। ତାଙ୍କର କହିବା କଥାକି ସେ ବହରତୀୟ ଅଧିନାୟକଙ୍କୁ ଦେଖାଇବାକୁ ଚାହାନ୍ତିକି, ତାଙ୍କୁ ଆଉଟ କରିବାର ଅର୍ଥ କଣ। ଏଣ୍ଡରସନ ଓ କୋହଲୀଙ୍କ ମଧ୍ୟରେ ଦ୍ଵିତୀୟ ଟେଷ୍ଟ ମ୍ଯାଚ ସମୟରେ କିଛି ଝଗଡା ହୋଇଥିଲା। ତୃତୀୟ ଟେଷ୍ଟରେ ଏଣ୍ଡରସନ ଘାତକ ବୋଲିଂ କରି ଭାରତୀୟ ଡର ପ୍ରଥମ ଇନିଙ୍ଗ୍ସରେ ୭୮ ରନରେ ଅଟକାଇଦେଇଥିଲେ।

ଦ ଟେଲିଗ୍ରାଫ ପାଇଁ ଲିଖେ କୋଲାମରେ ଏଣ୍ଡରସନ କହିଲେ,’ଯେତେବେଳେ ମୁଁ ଲିଡସର ପ୍ରଥମ ଇନିଙ୍ଗ୍ସରେ କୋହଲୀଙ୍କୁ ଆଉଟ କରିଲି ସେତେବେଳେ ବହୁତ ଭାବନା ଥିଲା। ଏହା ଟ୍ରେଣ୍ଟ ବ୍ରିଜରେ ହୋଇଥିଲା। ମୋତେ ଲାଗିଲାକି ତାଙ୍କର ୱିକେଟ ନେବା ସାମାନ୍ୟ ଅତିରିକ୍ତ ହେବ କାରଣ ସେ ଏକ ଭଲ ଖେଳାଳି ହେବା ସହିତ ବିରୋଧୀ ଦଳର ଅଧିନାୟକ ମଧ୍ୟ ଅଟନ୍ତି। ସେ ଦେଖାଇବାକୁ ଚାହାନ୍ତିକି ତାଙ୍କୁ ଆଉଟ କରିବାର ଅର୍ଥ ତାଙ୍କ ପାଇଁ କଣ ଅଟେ।’

‘କୋହଲୀ ମୋର ୧୦ଟି ବଲ ଛାଡିଲେ’:-

ଏଣ୍ଡରସନ କହିଲେ,’ଆମର ଲକ୍ଷ୍ୟ ପାର୍ଟନରସିପରେ ବୋଲିଂ କରିବା ଓ ଆମ ପାଇଁ ଭାରତ ଦ୍ଵିତୀୟ ଇନିଙ୍ଗ୍ସରେ ବୋଲିଂ କରିବା ଏକ ଭଲ ଉଦାହରଣ ରହିଲା। ମୁଁ କୋହଲୀଙ୍କୁ ପ୍ରଥମ ୧୨ଟି ବଲ କଲି ଯେଉଁଥିରେ ସେ ୧୦ଟି ବଲ ଛାଡିଲେ।’ ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ଯାଚର ସିରିଜ ୧-୧ ବରାବରରେ ଅଛି ଓ ଦୁଇ ଦଳ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ଯାଚ ଗୁରୁବାର ଠାରୁ ଦ ଓଭାଲରେ ଖେଳଯିବ।

୧-୧ରେ ବରାବରିରେ ସିରିଜ:-

ଭାରତୀୟ ଦଳ ଓ ଇଂଲଣ୍ଡ ମଧ୍ୟରେ ୫ମ୍ଯାଚର ସିରିଜ ବର୍ତ୍ତମାନ ୧-୧ ବରାବରରେ ଅଛି। ଏହି ସିରିଜର ପ୍ରଥମ ମ୍ଯାଚ ବର୍ଷା କାରଣରୁ ଡ୍ର ରହିଲା। ଯାହାପରେ ଲର୍ଡସରେ ଖେଳାଯାଉଥିବା ଦ୍ଵିତୀୟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ହରାଇଥିଲା। ତୃତୀୟ ଟେଷ୍ଟରେ ଇଂଲଣ୍ଡ ପ୍ରତ୍ୟାବର୍ତ୍ତନ କରି ମ୍ୟାଚକୁ ୧-୧ ବରାବରରେ ରଖିଲା। ବର୍ତ୍ତମାନ ଦୁଇ ଦଳ ଚତୁର୍ଥ ଟେଷ୍ଟକୁ ଜିତିବାକୁ ଚେଷ୍ଟା କରୁଛନ୍ତି।

Leave a Reply

Your email address will not be published. Required fields are marked *