ଗର୍ବର ପରିଣାମ : ରାସ୍ତାରେ ପୁଣି ଗୀତ ଗାଇବାକୁ ବାଧ୍ୟ ହେଲେ ରାନୁ ମଣ୍ଡଳ,ଦେଖନ୍ତୁ ଭିଡ଼ିଓ

ରାସ୍ତାରୁ ଉଠି ଆସି ବଲିଉଡ ଜଗତରେ ଷ୍ଟାର ହୋଇଯିବା କାହା ବଶ ରେ ଏହା ନାହିଁ। ସେହି ସ୍ଥିତିରେ ପହଞ୍ଚିବାକୁ ବହୁତ ସଂଘର୍ଷ କରିବାକୁ ହୋଇଥାଏ। କିନ୍ତୁ କେତେଥର ଭାଗ୍ୟ ବଦଳି ଯାଇଥାଏ ଓ ସେମାନେ ଲୋକଙ୍କ ସାମ୍ନାକୁ ଆସିବାକୁ ଲାଗନ୍ତି କିନ୍ତୁ ସେହି ନଜର ରେ ସର୍ବଦା ରହିବା ବଡ଼ କଥା ଅଟେ। ଆମେ କଥା ହେଉଛେ ରାନୁ ମଣ୍ଡଳଙ୍କ ବିଷୟରେ ଯାହାର ଭିଡ଼ିଓ କେବେ ସୋସିଆଲ ମିଡ଼ିଆରେ ହଙ୍ଗାମା କରି ଦେଇଥିଲା।

ସାମ୍ନାକୁ ଆସିଲା ରାନୁଙ୍କ ନୂଆ ଭିଡ଼ିଓ:-

ଏହାପରେ ରାନୁଙ୍କୁ ଫିଲ୍ମରେ ଗୀତ ଗାଇବାକୁ ମୌକା ମଧ୍ୟ ମିଳିଗଲା। କିନ୍ତୁ ସଫଳତା ବହୁତ ସମୟ ହେବ ତାଙ୍କ ସାଥିରେ ରହି ନଥିଲା। ଏବେ ରାନୁ ପୁଣି ରାସ୍ତା ଉପରକୁ ଆସିଛନ୍ତି। ବର୍ତ୍ତମାନ ରାନୁଙ୍କ ଏକ ଭିଡ଼ିଓ ସାମ୍ନାକୁ ଆସିଛି ଭିଡ଼ିଓରେ ସେ କାର ବାହାରେ ମଇକ୍ ଧରି ଲତା ଜୀଙ୍କ ଏକ ଗୀତ ଗାଉଥିବାର ନଜର ଆସିଛନ୍ତି। ଏବେ ତାଙ୍କର ବେଶଭୂଷା ପୁଣି ପୁରୁଣା ଭଳି ହୋଇଯାଇଛି। ଏବେ ଏହି ଭିଡ଼ିଓକୁ ଦେଖି ୟୁଜର୍ସଙ୍କ ବିଭିନ୍ନ ପ୍ରକାରର କମେଣ୍ଟ ସାମ୍ନାକୁ ଆସୁଛି।

ଗୋଟିଏ ହାତରେ ଝୁଲା ଧରିଥିବା ବେଳେ ଅନ୍ୟ ହାତରେ ମାଇକ ଧରି ଗୀତ ଗାଉଛନ୍ତି। ଲୋକମାନେ ନିଜର କମେଣ୍ଟ ଜରିଆରେ କହିଛନ୍ତି, ସିଙ୍ଗର ତ ଠିକ ଅଛି କିନ୍ତୁ ତାଙ୍କର ଗର୍ବ ତାଙ୍କୁ ଏମିତି କରିଦେଲା। ଜଣେ ଲେଖିଲେ ପାୱାର ମିଳିବାପରେ ଗର୍ବ ବଢ଼ିଗଲା। ଏବେ ନା କିଏ ତାଙ୍କୁ ଶୁଣିବାକୁ ପସନ୍ଦ କରିବ ନାକି ଦେଖିବାକୁ। କିଛି ୟୁଜର୍ସ ଲେଖିଥିଲେ ମଣିଷ ଦ୍ୱାରା ଭୁଲ ହୋଇଯାଏ ଓ ତାକୁ ଏକ ମୌକା ଦେବା ଆବଶ୍ୟକ।

ଜଣାଇଦେଉଛୁ କି, ରାନୁଙ୍କର ଏହି ଭିଡ଼ିଓକୁ ଜଣେ ବ୍ୟକ୍ତି ପଶ୍ଚିମବଙ୍ଗର ରାଣା ଘାଟ ରେଳ ଷ୍ଟେସନ ପାଖରେ ବନାଇଥିଲେ। ଯେଉଁଥିରେ ସେ ଲତା ମଙ୍ଗେସକରଙ୍କ ଏକ ଗୀତ ପ୍ୟାର କା ନଗମା ଗୀତ ଗାଉଥିଲେ। ଭିଡ଼ିଓ ରାତାରାତି ଭାଇରାଲ ହେବାପରେ ରାନୁ ଷ୍ଟାର ହୋଇଯାଇଥିଲେ। ଚାରିଆଡ଼େ ତାଙ୍କର ଚର୍ଚ୍ଚା ହେବାକୁ ଲାଗିଥିଲା।

ଏହାପରେ ଗାୟକ ଓ ମ୍ୟୁଜିକ କମ୍ପୋଜର ହିମେଶ ରେଶମିୟା ତାଙ୍କୁ ନିଜର ଏକ ଫିଲ୍ମ ‘ହାପି ହାର୍ଡ଼ି ଆଣ୍ଡ ହୀର’ ରେ ଗୀତ ଗାଇବାକୁ ମୌକା ଦେଇଥିଲେ। ଏହାପରେ ଜଣେ ଫ୍ୟାନ ତାଙ୍କୁ ସେଲ୍ଫି ମାଗିବାରୁ ସେ ବହୁତ କ୍ରୋଧିତ ହୋଇଯାଇଥିଲେ ଓ ସେ ଟ୍ରୋଲ ହେବା ଆରମ୍ଭ ହୋଇଥିଲେ।

ରାନୁଙ୍କ ମେକଓଭର କରାଯାଇଥିଲା ଓ ଏହାକୁ ନେଇ ସେ ଟ୍ରୋଲିଂର ଶିକାର ହୋଇଥିଲେ। ସେ ବହୁତ ରିୟାଲିଟି ଶୋରେ ଖାଆସ ଅତିଥି ଭାବରେ ନିମନ୍ତ୍ରିତ ହୋଇଥିଲେ। ଏହାସବୁ ବେଶୀ ଦିନ ଚାଲି ନଥିଲା ଆସ୍ତେ ଆସ୍ତେ ସେ କୁଆଡ଼େ ଉଭେଇ ଯାଇଥିଲେ। ଲୋକଙ୍କ କହିବା ହେଲା ରାନୁ ଯେଉଁଠାରୁ ଆରମ୍ଭ କରିଥିଲେ ବର୍ତ୍ତମାନ ସେଠାକୁ ଚାଲି ଯାଇଛନ୍ତି। କିନ୍ତୁ ସୋସିଆଲ ମିଡ଼ିଆରେ ତାଙ୍କର ଏହି ଭିଡ଼ିଓ ଜବରଦସ୍ତ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *