ଦେଖନ୍ତୁ ଭିଡିଓ : ରାତିର ଅନ୍ଧକାରରେ ଘରକୁ ପଶିଗଲା ଖତରନାକ ଚିତାବାଘ, ଭିଡିଓରେ କଏଦ ହେଲା ଭୟଙ୍କର ଦୃଶ୍ୟ

ଜଙ୍ଗଲରେ ଗୋଟିଏରୁ ଗୋଟିଏ ଭୟଙ୍କର ପଶୁ ରୁହନ୍ତି | କିନ୍ତୁ ଏମାନଙ୍କ ମଧ୍ୟରୁ ଚିତାବାଘ ସବୁଠାରୁ ଅଲଗା ହୋଇଥାଏ | ଆମେ ସମସ୍ତେ ଚିତାବାଘର ଚାଲାକି ଏବଂ ଫୁର୍ତ୍ତି ବିଷୟରେ ଭଲଭାବେ ଜାଣିଛନ୍ତି | ସୋସିଆଲ ମିଡିଆରେ ମଧ୍ୟ ଏପରି ଅନେକ ଭିଡିଓ ଭାଇରଲ ହୋଇଥାଏ, ଯାହାକୁ ଦେଖି ଅନୁମାନ କରାଯାଏ ଯେ ସତରେ ଚିତାବାଘ ଭଳି ପଶୁ ସାରା ଜଙ୍ଗଲରେ ଖୋଜିଲେ ବି ମିଳିବନାହିଁ | କିନ୍ତୁ ମଣିଷକୁ ବେଳେବେଳେ ଏପରି କିଛି ଭିଡିଓ ଦେଖିବାକୁ ମିଳିଯାଏ, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାନ୍ତି |

ଆଜିକାଲି ପୁଣିଥରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି | ଯେଉଁଥିରେ ରାତିର ଅନ୍ଧକାରରେ ଚିତାବାଘକୁ ଘରେ ପଶୁଥିବାର ଦେଖାଯାଇପାରେ | ଯାହାପରେ ଏହି ଘଟଣାର ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରଲ ହୋଇଗଲା | ଏହି ମାମଲା କର୍ଣ୍ଣାଟକର ବାନ୍ଦିପୁରର କୁହାଯାଉଛି | ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଘରର କବାଟ ଖୋଲା ଦେଖି ଚିତାବାଘ ସାବଧାନତାର ସହିତ ଘରକୁ ଏଣ୍ଟ୍ରି କରୁଛି | ଘରକୁ ପଶିବାମାତ୍ରେ ତାକୁ ବିପଦ ଅନୁଭବ ହୁଏ, ସେ ତୁରନ୍ତ ସେଠାରୁ ଦୌଡ଼ି ପଳାଇଯାଏ |

ଏଠାରେ ଦେଖନ୍ତୁ ଭିଡିଓ :-

ଏହି ଭାଇରଲ ଭିଡିଓକୁ ଦେଖି ଲୋକମାନଙ୍କ ଲୋମଟାଙ୍କୁରୀ ଉଠିଲା | ଜଣେ ୟୁଜର କହିଛନ୍ତି ଯେ ଯେତେବେଳେ ମଣିଷ ଜଙ୍ଗଲକୁ କାଟି ନିଜ ଘର ତିଆରି କରୁଛନ୍ତି, ଏପରି ପରିସ୍ଥିତିରେ ଏହି ପଶୁମାନେ ମଣିଷମାନଙ୍କ ସ୍ଥାନକୁ ତ ନିଶ୍ଚୟ ଆସିବେ | ସେହିପରି ଅନ୍ୟ ଜଣେ ୟୁଜର କହିଛନ୍ତି ଯେ ଏହି ଦୃଶ୍ୟ ବହୁତ ଭୟଙ୍କର ଲାଗୁଛି | ଏହାବ୍ୟତୀତ ଆହୁରି ଅନେକ ଲୋକ ମଧ୍ୟ ଭିଡିଓରେ ଅଲଗା ଅଲଗା ପ୍ରକାରର କମେଣ୍ଟ କରିଛନ୍ତି | ଏହାସହିତ ଏହି ଭିଡିଓକୁ ଅନେକ ଲୋକ ସେୟାର ମଧ୍ୟ କରିଛନ୍ତି |

ସୋସିଆଲ ମିଡିଆରେ ଏହି ଭିଡିଓକୁ ଟ୍ୱିଟର ହ୍ୟାଣ୍ଡେଲ @WildLense_India ମଙ୍ଗଳବାର ଦିନ ସେୟାର କରିଛି | ସେ ଏହି ଭିଡିଓରେ କ୍ୟାପ୍ସନରେ ଲେଖିଛନ୍ତି, ” ଦାବି କରାଯାଉଛି ଯେ ଏହି କ୍ଲିପ ଗତ ରାତିର ଏବଂ ବାନ୍ଦିପୁର ବିଣ୍ଡଫ୍ଲାୱାରର ଅଟେ | ଯେଉଁଥିରେ ସ୍କ୍ରିନ ଉପରେ ଅଗଷ୍ଟ ୩୧ ଏବଂ ୪ଟା ସମୟ ବୋଲି ଲେଖାଯାଇଥିବାର ଦେଖାଯାଇପାରେ | ଖବର ଲେଖାଯିବା ସୁଦ୍ଧା ଏହି ଭିଡିଓକୁ ୫୦୦ରୁ ଅଧିକ ଲୋକ ଦେଖି ସାରିଥିଲେ |

Leave a Reply

Your email address will not be published.