ବିବାହର ୩ ବର୍ଷ ପରେ କୋର୍ଟରେ ପହଞ୍ଚିଲା ସ୍ତ୍ରୀ, କହିଲା- ସ୍ଵାମୀଙ୍କ ଠାରୁ ଛାଡପତ୍ର ଦରକାର, ସମସ୍ତଙ୍କ ସାମ୍ନାରେ ଖୋଲିଲେ ସ୍ୱାମୀର ଗୁପ୍ତ ରହସ୍ୟ,ଜାଣନ୍ତୁ ପୁରା ଘଟଣା

କର୍ଣ୍ଣାଟକର ବାଙ୍ଗାଲୁରରେ ରହୁଥିବା ଜଣେ ମହିଳା ନିଜ ସ୍ୱାମୀ ଉପରେ ସମଲିଙ୍ଗିକ ହେବାର ଅଭିଯୋଗ କରିଛନ୍ତି ଏବଂ ତାଙ୍କଠାରୁ ଛାଡପତ୍ର ମାଗିଛନ୍ତି | ସ୍ତ୍ରୀ ନିଜ ସ୍ୱାମୀ ଉପରେ ଆହୁରି ଅନେକ ଗମ୍ଭୀର ଅଭିଯୋଗ କରିଛନ୍ତି ଏବଂ କୋର୍ଟରେ କହିଛନ୍ତି ଯେ ସେ ତାଙ୍କଠାରୁ ଅଲଗା ହେବାକୁ ଚାହୁଁଛନ୍ତି | ମହିଳା ଗୋଟିଏ ସଫ୍ଟଓୟାର ଫର୍ମରେ କାମ କରନ୍ତି ଏବଂ ତାଙ୍କ ବିବାହ ତିନି ବର୍ଷ ପୂର୍ବରୁ ହୋଇଥିଲା | ମହିଳା ଏହି ମାମଲାରେ ପୋଲିସଥରେ ଗୋଟିଏ ଅଭିଯୋଗ ମଧ୍ୟ ରିପୋର୍ଟ କରାଇଥିଲେ ଏବଂ ପୋଲିସ ଏହି ମାମଲାକୁ ଯାଞ୍ଚ ମଧ୍ୟ କରୁଛି |

କଣ ରହିଛି ପୁରା ମାମଲା :-

ମହିଳାଙ୍କ କହିବାନୁଯାୟୀ, ଜୁନ ମାସ ୨୦୧୮ ମସିହାରେ ଜଣେ ୩୧ ବର୍ଷୀୟ ବ୍ୟକ୍ତିଙ୍କ ସହିତ ତାଙ୍କର ବିବାହ ହୋଇଥିଲା | ବିବାହ ପୂର୍ବରୁ ସେହି ବ୍ୟକ୍ତି ସମଲିଙ୍ଗିକ ହେବା କଥା ଲୁଚାଇଥିଲେ ଏବଂ ଧୋକା ଦେଇ ବିବାହ କରିଛନ୍ତି | ୨୮ ବର୍ଷୀୟ ସ୍ତ୍ରୀ ଅଭିଯୋଗ କରି କହିଛନ୍ତି ଯେ ତାଙ୍କ ବିବାହ ପରିବାରର ବଡ଼ ଲୋକମାନେ ସ୍ଥିର କରିଥିଲେ ଏବଂ ସେହି ବ୍ୟକ୍ତି ଗୋଟିଏ ପ୍ରତିଷ୍ଠିତ ବ୍ୟାଙ୍କରେ କାମ କରୁଥିଲା | ତାଙ୍କ ସ୍ୱାମୀଙ୍କର ଏହା ଦ୍ୱିତୀୟ ବିବାହ ଥିଲା |

ସେହିପରି ବିବାହ ପରେ ସେ ଦୁରେଇ ରହିବାକୁ ଚେଷ୍ଟା କଲେ | ଯେତେବେଳେ ବି ମହିଳା ତାଙ୍କ ପାଖକୁ ଯିବାକୁ ଚେଷ୍ଟା କରୁଥିଲେ, ସେ ତାଙ୍କୁ ଦୁରେଇ ଦେଉଥିଲେ | ସ୍ତ୍ରୀ ପୋଲିସକୁ କହିଛନ୍ତି ଯେ ଯେତେବେଳେ ସେ ସମ୍ପର୍କ ସ୍ଥାପନ ନ କରିବାର କାରଣ ପଚାରିଲେ, ସେତେବେଳେ ସେ ବାହାନା କରିବା ଆରମ୍ଭ କରିଦେଲା | କହୁଥିଲା ଯେ ପ୍ରଥମ ସ୍ତ୍ରୀ ତାକୁ ଧୋକା ଦେଇଛି ଏବଂ ସେ ବର୍ତ୍ତମାନ ପର୍ଯ୍ୟନ୍ତ ସେହି କଷ୍ଟରୁ ବାହାରି ପାରୁନାହିଁ | ଯେଉଁ କାରଣରୁ ସେ ସମ୍ପର୍କ ସ୍ଥାପନ କରିପାରୁ ନାହିଁ |

ବାହାନା ଶେଷ ହେବାପରେ ଅଭିଯୁକ୍ତ ତାଙ୍କୁ ଯୌତୁକ ପାଇଁ ହଇରାଣ କରିବା ଆରମ୍ଭ କରିଦେଲା | ସ୍ତ୍ରୀ ଅନୁଯାୟୀ ସ୍ୱାମୀ ତାଙ୍କୁ ଯୌତୁକରେ ଯଥେଷ୍ଟ ପରିମାଣରେ ଟଙ୍କା ଆଣିନଥିବାର କଥା କହୁଥିଲେ ଏବଂ ତାଙ୍କ ଉପରେ ଖୁବ ପାଟି କରୁଥିଲେ | ଏହାସହିତ ଅନେକ ପ୍ରକାରର ଦୋଷ ମଧ୍ୟ ଦେବାକୁ ଲାଗିଲା |

ଏହିପରି ଭାବେ ଖୋଲିଲା ସ୍ୱାମୀର ରହସ୍ୟ :-

ପ୍ରଥମେ ଲକ ଡାଉନ ସମୟରେ ସେ ଦେଖିଲେ ଯେ ସ୍ୱାମୀ ସବୁବେଳେ ମୋବାଇଲ ଫୋନରେ ବିଜି ରହୁଛନ୍ତି ଏବଂ କାହା ସହିତ କଥା ହେଉଛନ୍ତି | ଲକଡାଉନ ସମୟରେ ହିଁ ତାର ବ୍ୟବହାର ଅଜବ ହୋଇଯାଇଥିଲା |

ଦ୍ୱିତୀୟ ଲକଡାଉନ ସମୟରେ ମହିଳା ସ୍ୱାମୀଙ୍କ ଫୋନ ଉପରେ ନଜର ରଖିବା ଆରମ୍ଭ କରିଦେଲେ | ସେତେବେଳେ ଯାଇ ଜଣାପଡିଲା ଯେ ତାଙ୍କ ସ୍ୱାମୀ ସମଲିଙ୍ଗିକ ଡେଟିଂ ଆପ୍ସରେ ନିଜର ପ୍ରୋଫାଇଲ ରଖିଛନ୍ତି ଏବଂ ସେ ଅନେକ ସାଥୀମାନଙ୍କ ସହିତ ଚାଟ କରୁଥିଲେ | ଲକଡାଉନ ହଟିବାପରେ ହିଁ ପୀଡିତା ଡେରି ନ କରି ମହିଳା ହେଲ୍ପ ଲାଇନରେ ଅଭିଯୋଗ କରିଲେ |

ପୋଲିସ ଏହି ବିଷୟରେ ସ୍ୱାମୀଙ୍କୁ ମଧ୍ୟ ପଚରାଉଚରା କରିଛି | କିନ୍ତୁ ସ୍ୱାମୀ ସବୁ ଅଭିଯୋଗକୁ ଭୁଲ ବୋଲି କହିଲା | ତେବେ ପରେ ସେ ସ୍ୱୀକାର କଲା ଯେ ସେ ଧୋକାରେ ବିବାହ କରିଛି ଏବଂ ନିଜ ଯୌନ ସମ୍ପର୍କରେ ଥିବା ସୂଚନାକୁ ଲୁଚାଇଲା | ବିବାହ ପରେ ସେ ନିଜର ପ୍ରୋଫାଇଲ ଡେଟିଂ ଆପ୍ସରେ ତିଆରି କରିଥିଲେ |

ଏହି ମାମଲା ବର୍ତ୍ତମାନ କୋର୍ଟରେ ଚାଲିଛି | ଯେଉଁଠାରେ କି ମହିଳା ଛାଡପତ୍ର ମାଗିଛନ୍ତି | ପୋଲିସ ମଧ୍ୟ ଏହି ମାମଲାକୁ ଯାଞ୍ଚ କରୁଛି | ତେବେ ଦମ୍ପତି ପାଇଁ ପରାମର୍ଶ ନେବାକୁ ଆୟୋଜିତ କରାଯାଇଥିଲା | କିନ୍ତୁ ମହିଳା ଜଣକ କୋର୍ଟରେ ଛାଡପତ୍ର ଦାଖଲ କରିବାକୁ ନିଷ୍ପତ୍ତି ନେଇଛନ୍ତି |

Leave a Reply

Your email address will not be published. Required fields are marked *