ଜଙ୍ଗଲୀ ଭାଲୁ ସହିତ ରୁହନ୍ତି ଏହି ସୁନ୍ଦରୀ ଯୁବତୀ, କାର ଆଉ ଡଙ୍ଗାରେ ଏକାଠି ବୁଲିଥାନ୍ତି,ଜାଣନ୍ତୁ ଏହି ଯୁବତୀଙ୍କ ବିଷୟରେ

ଜଙ୍ଗଲୀ ଭାଲୁ ସହିତ ରୁହନ୍ତି ବେରୋନିକା :-

ସାଧାରଣତଃ ଲୋକମାନେ କୁକୁର କିମ୍ବା ବିଲେଇ ପାଳିଥାନ୍ତି | କିଛି ଲୋକ ଗାଈ, ମଇଁଷି, ଛେଳି କିମ୍ବା ଘୋଡା ପାଳିବାକୁ ମଧ୍ୟ ଭଲପାଆନ୍ତି | କିନ୍ତୁ ରୁଷିଆରେ ରହୁଥିବା ବେରୋନିକା ଡିଚକାଙ୍କ ପସନ୍ଦ ସବୁଠାରୁ ଅଲଗା ଅଟେ | ସେ ଆରଚି ନାମକ ଗୋଟିଏ ଜଙ୍ଗଲୀ ଭାଲୁକୁ ପାଳିଛନ୍ତି |

ଭାଲୁ ସହିତ ଡ୍ରାଇଭରେ ଯାଆନ୍ତି ବେରୋନିକା :-

ବେରୋନିକା ଡିଚକା ଜଙ୍ଗଲୀ ଭାଲୁ ଅର୍ଥାତ ନିଜ ଆରଚି ସହିତ କାରରେ ଲଙ୍ଗ ଡ୍ରାଇଭରେ ଯାଆନ୍ତି | ବେରୋନିକା କାର ଚଳାନ୍ତି ଏବଂ ଆରଚି ଆଗରେ ବସି ତାଙ୍କୁ କମ୍ପାନୀ ଦିଅନ୍ତି | ଦୁହିଁଙ୍କ ଯୋଡି ଦେଖି ଲୋକମାନେ ଡରିଯାନ୍ତି |

ଫୋଟସୁଟରେ ଦେଖାଗଲେ ବିଶେଷ ବଁଡିଙ୍ଗ :-

ବେରୋନିକା ଡିଚକା ଆରଚିକୁ ନିଜର ଭଲ ସାଙ୍ଗ ଏବଂ ପୁଅ ମାନନ୍ତି | ସେ କହିଛନ୍ତି ଯେ ଆରଚି ତାଙ୍କୁ ମା ପରି ଟ୍ରିଟ କରିଥାଏ | ସେ ସବୁବେଳେ ତାଙ୍କ ସହିତ ରହିଥାଏ ଏବଂ କେବେ ବି କୌଣସି ଜିନିଷ ପ୍ରତି ଡର ଲାଗିଲେ, ସେ ତା ପଛରେ ଯା ଲୁଚିପଡନ୍ତି |

ଏକାଠି ବସି ଡଙ୍ଗାରେ ଯାତ୍ରା କରିଥାନ୍ତି :-

ବେରୋନିକା ନିଜ ଭାଲୁକୁ ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ଏକୁଟିଆ ଛାଡ଼ନ୍ତି ନାହିଁ | ବେରୋନିକା ଏବଂ ଆରଚି ଏକାଠି ଡଙ୍ଗାରେ ମଧ୍ୟ ବୁଲନ୍ତି | ଏହାଦ୍ୱାରା ଏମାନଙ୍କ ସମ୍ପର୍କ ଗଭୀର ହୋଇଚାଲିଛି |

କିପରି ହେଲା ବେରୋନିକା ଏବଂ ଆରଚିର ଦେଖା :-

ବେରୋନିକା ଏବଂ ଆରଚିର ଦେଖା ୨୦୧୯ ମସିହାରେ ହୋଇଥିଲା | ବେରୋନିକା ଗୋଟିଏ ସଫାରୀ ପାର୍କରେ ଭାଲୁର ଜୀବନ ବଞ୍ଚାଇଥିଲେ | ସେବେଠାରୁ ହିଁ ଦୁହିଁଙ୍କୁ ପରସ୍ପର ସହିତ ସମୟ ବିତାଇବା ଭଲ ଲାଗିଛି |

Leave a Reply

Your email address will not be published. Required fields are marked *