ଦେଢଶୁର ଏବଂ ଶ୍ୱଶୁର ଉପରେ ବୋହୂ ଲଗାଇଲେ ବ-ଳା-ତ୍କା-ର କରିବାର ଅଭିଯୋଗ, ଏମିତି ପ୍ରମାଣ ଦେଲା ଯେ ଆଶ୍ଚର୍ଯ୍ୟ ହୋଇଗଲା ପୋଲିସ,ଜାଣନ୍ତୁ ପୁରା ଘଟଣା

ନୋଏଡାରୁ ଗୋଟିଏ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି | ଜଣେ ମହିଳା ଥାନାକୁ ଯାଇ ନିଜ ଦେଢଶୁର ଏବଂ ଶ୍ୱଶୁର ଉପରେ ବଳାତ୍କାର କରିଥିବାର କେସ ପଞ୍ଜିକରଣ କରିଛନ୍ତି | ପୀଡିତାଙ୍କ ଅନୁଯାୟୀ ବିବାହ ପରଠାରୁ ହିଁ ତାଙ୍କ ଦେଢଶୁର ଏବଂ ଶ୍ୱଶୁର ତାଙ୍କୁ ହଇରାଣ କରୁଥିଲେ ଏବଂ ତାଙ୍କୁ ଅନେକଥର ନିଜ ଭୋକର ଶିକାର ମଧ୍ୟ କରିଛନ୍ତି | କେସ କରି ପୀଡିତା ଦେଢଶୁର ଏବଂ ଶ୍ୱଶୁର ବିରୋଧରେ ପୋଲିସକୁ ଅନେକଗୁଡ଼ିଏ ପ୍ରମାଣ ମଧ୍ୟ ଦେଇଛନ୍ତି | ଯାହାକୁ ଦେଖି ପୋଲିସ ଆଶ୍ଚର୍ଯ୍ୟ ହେଉଛନ୍ତି | ପ୍ରମାଣକୁ ଆଧାରକରି ପୋଲିସ କେସ ପଞ୍ଜିକରଣ କଲା ଏବଂ ଏହି ମାମଲାରେ ବର୍ତ୍ତମାନ ଦୁଇ ଅଭିଯୁକ୍ତ ଧରାପଡ଼ିଛନ୍ତି |

କଣ ରହିଛି ପୁରା ମାମଲା :-

ଉତ୍ତରପ୍ରଦେଶର ନୋଏଡାରେ ରହୁଥିବା ମହିଳା ନିକଟରେ ପୋଲିସ ପାଖରେ କେସ କରିଥିଲେ ଏବଂ ନିଜ ଦେଢଶୁର ଏବଂ ଶ୍ୱଶୁରଙ୍କ ଉପରେ ବଳାତ୍କାର କରିଥିବାର ଅଭିଯୋଗ କରିଥିଲେ | ଥାନା ସ୍ୱରାଜପୁର ପୋଲିସ ଷ୍ଟେସନରେ କେସ ପଞ୍ଜିକରଣ କରି ପୀଡିତା କହିଛନ୍ତି ଯେ ତାଙ୍କୁ ଅନେକଥର ବଳାତ୍କାର କରାଗଲା | ପୀଡିତାଙ୍କ ଅଭିଯୋଗ ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦେଢଶୁରଙ୍କୁ ଗିରଫ କରି ନେଇଥିଲା | ତେବେ ଶ୍ୱଶୁର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା | ଯାହାପରେ ପୋଲିସ ଶ୍ୱଶୁରକୁ ଖୋଜିବାରେ ଲାଗି ପଡିଥିଲା |

ସେହିପରି ବର୍ତ୍ତମାନ ଏହି ମାମଲାରେ ପୋଲିସ ବଡ଼ ସଫଳତା ପାଇଛି ଏବଂ ପୋଲିସ ଶ୍ୱଶୁରକୁ ମଧ୍ୟ ଗିରଫ କରି ନେଇଛି | ପୋଲିସ ଶୁକ୍ରବାର ଦିନ ନିଜ ବୋହୂକୁ ବଳାତ୍କାର କରିଥିବା ଅଭିଯୁକ୍ତ ଶ୍ୱଶୁରକୁ ଗିରଫ କରିଛି | ସ୍ୱରାଜପୁର ଥାନାର ପୋଲିସ ଅଜୟ କୁମାର ସିଂହ ଏହି ମାମଲାରେ ଅଧିକ ସୂଚନା ଦେଇ କହିଛନ୍ତି ଯେ ମାର୍ଚ୍ଚ ୨୩ ତାରିଖରେ ଜଣେ ମହିଳା ଥାନା ସ୍ୱରାଜପୁରରେ ରିପୋର୍ଟ ପଞ୍ଜିକରଣ କରାଇଥିଲେ ଯେ ତାଙ୍କ ଦେଢଶୁର ଏବଂ ଶ୍ୱଶୁର ରାଜବିର ତାଙ୍କୁ ବଳାତ୍କାର କରିଛନ୍ତି |

ରେକର୍ଡ କରିଥିଲେ କାର୍ଯ୍ୟକଳାପ :-

ଥାନା ଅଧିକାରୀ କହିଛନ୍ତି ଯେ ମହିଳା ଏହି ସମ୍ପର୍କରେ ଗୋଟିଏ ଭିଡିଓ ମଧ୍ୟ ପୋଲିସକୁ ଦେଇଥିଲେ | ମହିଳାଙ୍କ ତରଫରୁ ପୋଲିସକୁ ଦେଖାଯାଇଥିବା ଭିଡିଓରେ ଶ୍ୱଶୁର ଏବଂ ଦେଢ଼ଶୂରଙ୍କ କାର୍ଯ୍ୟକଳାପକୁ ରେକର୍ଡ କରିଥିଲେ | ଥାନା ଅଧିକାରୀ କହିଛନ୍ତି ଯେ ପୋଲିସ ଅଭିଯୁକ୍ତ ଦେଢଶୁରଙ୍କୁ ପୂର୍ବରୁ ଗିରଫ କରି ସାରିଥିଲା | କିନ୍ତୁ ଶ୍ୱଶୁର କୌଣସି ପ୍ରକାରେ ଫେରାର ହୋଇଗଲା | ପୋଲିସ ଅଭିଯୁକ୍ତ ଶ୍ୱଶୁର ରାଜବିରଙ୍କୁ ଅନେକ ମାସ ଧରି ଖୋଜୁଥିଲା | ସେହିପରି ବର୍ତ୍ତମାନ ଅଭିଯୁକ୍ତ ରାଜବିରଙ୍କୁ ପୋଲିସ ଗିରଫ କରିନେଇଛି |

ପଠାଗଲା ନ୍ୟାୟିକ ହେପାଜତକୁ :-

ପୋଲିସ ଅଭିଯୁକ୍ତ ରାଜବିରଙ୍କୁ ଗିରଫ କରିବାପରେ ତାଙ୍କର ମେଡିକାଲ କରାଗଲା | ଯାହାପରେ ତାଙ୍କୁ କୋର୍ଟରେ ହାଜର କରାଗଲା | କୋର୍ଟରେ ହାଜର ଥିବା ସମୟରେ ପୋଲିସ ତାଙ୍କୁ ହେପାଜତକୁ ନେବାପାଇଁ ଦାବି କରିଥିଲା | କୋର୍ଟ ତାଙ୍କୁ ୧୪ ଦିନର ନ୍ୟାୟିକ ହେପାଜତରେ ଜେଲକୁ ପଠାଇ ଦେଇଛି | ରାଜବିରଙ୍କ ପରି ତାଙ୍କ ବଡ଼ ପୁଅ ମଧ୍ୟ ପୋଲିସର ହେପାଜତରେ ଅଛି |

Leave a Reply

Your email address will not be published. Required fields are marked *