କରୋନା ଭାଇରସକୁ ଅଟକାଇବ ସାପର ବିଷ,ମାଙ୍କଡ଼ ଉପରେ ବି ହେଲା ଟେଷ୍ଟ,ପଢନ୍ତୁ ପୁରା ଖବର

କଣ ଦୁନିଆକୁ କରୋନା ଭାଇରସ ବିପକ୍ଷରେ ମଜବୁତ ଚିକିତ୍ସା ମିଳିସାରିଛି କି? ବ୍ରାଜିଲର ବୈଜ୍ଞାନିକ ମାନେ ର୍କ ବଡ଼ ଦାବି କରିଛନ୍ତି ତାଙ୍କର ବୈଜ୍ଞାନିକଙ୍କ କହିବା ହେଲା ସେମାନେ ଏକ ବଡ଼ ଚିକିତ୍ସା ଖୋଜି ପାଇଛନ୍ତି।

କରୋନା ପ୍ରଜନନକୁ ଅଟକାଇଲା ମାଙ୍କଡ଼ କୋଶିକା:-

ସହଯୋଗୀ ୱେବସାଇଟ DNA ରିପୋର୍ଟ ମୁତାବିକ ବ୍ରାଜିଲର ରିସର୍ଚ୍ଚର ଷ୍ଟଡ଼ି ଦ୍ୱାରା ପାଇଲେ ଯେ ଏକ ପ୍ରକାରର ସାପର ବିଷର ଏକ ଅଣୁ ମାଙ୍କଡ଼ କୋଶିକା ଭିତରେ କରୋନା ଭାଇରସ ପ୍ରଜନନ କୁ ଅଟକାଇ ଦେଇଛି। ବୈଜ୍ଞାନିକ ପତ୍ରିକା ମଲିକୁଲରେ ପ୍ରକାଶିତ ଏକ ଅଧ୍ୟୟନରୁ ମିଳିଲା କି, Jararacusu pit viper ସାପର ନିର୍ମିତ ଅଣୁ ମାଙ୍କଡ଼ ଶରୀରର କୋଶିକାରେ 75 ପ୍ରତିଶତ ଗୁଣା ଭାଇରସର କ୍ଷମତାକୁ ଅଟକାଇ ଦେଇଛି। ଏହି ରିସର୍ଚ୍ଚକୁ କରୋନା ଭାଇରସର ଆବିଷ୍କାର କରିବା ପାଇଁ ପ୍ରଥମ ପଦକ୍ଷେପ ମାନାଯାଉଛି।

ସାଓ ପାଉଲ ବିଶ୍ୱ ବିଦ୍ୟାଳୟର ପ୍ରଫେସର rafael Guido କହିଲେ, ଆମେ ପାଇଲେ କି ସାପ ବିଷ କରୋନା ଭାଇରସର ଗତିକୁ ହ୍ରାସ କରିବାରେ ସକ୍ଷମ ରହିଛି।

ରିସର୍ଚ୍ଚ ପାଇଁ ସାପକୁ ଧରିବା ଉଚିତ ନୁହେଁ:-

ଅଣୁ ଏକ ପେପଟାଇଡ଼ କିମ୍ବା ଏମିନୋ ଏସିଡ଼ର ଚେନ ହୋଇଥାଏ। ଯିଏକି କରୋନା ଭାଇରସର PLpro ନାମକ ଏଞ୍ଜାଇମ ସହିତ ଜଡ଼ିତ ଅଟେ। ରହ ଅନ୍ୟ କୋଶିକା ଗୁଡ଼ିକୁ ବିନା କ୍ଷତି ପହଞ୍ଚାଇବା ସହ କରୋନା ଭାଇରସକୁ ରୋକିଥାଏ। Rafael guido କହିଛନ୍ତି କି, ପେପଟାଇଡ଼କୁ ପ୍ରଥମରୁ ହିଁ ଜୀବନରୋଧୀ ଗୁଣ ପାଇଁ ଜଣାଯାଇଥାଏ। ଏହି ପ୍ରୟୋଗଶାଳାରେ ସିଂଥେସାଇଜ କରାଯାଇଥାଏ। ଗୁଇଡୋ କହିଲେ ଏହି ରିସର୍ଚ୍ଚ ପାଇଁ ସାପ କୁ ଧରିବା ଉଚିତ ନୁହେଁ।

ବୁଟାନ ଇନଷ୍ଟିଚ୍ୟୁଟର ଜୈବିକ ସଂଗ୍ରହକୁ ଚଳାଉଥିବା ଜଣେ ପଶୁ ଚିକିତ୍ସକ giussepe puorto କହିଲେ, ଆମେ ଜୋରାକୁସୁର ଶିକାର କରିବା ପାଇଁ ବାହାରକୁ ଯାଉଥିବା ଲୋକଙ୍କ ବିଷୟରେ ଭାବି ଚିନ୍ତା ଲାଗୁଛି। ସେମାନେ ଭାବୁଛନ୍ତି ଏମିତି କରି ସେ ଦୁନିଆକୁ ବଞ୍ଚାଇବାକୁ ଯାଉଛନ୍ତି। ଯେବେକି ଏହା ନୁହେଁ। Giusseppe purto କହିଲେ କି, କେବଳ ଏହି ବିଷ ନୁହେଁ ଯାହାକି କରୋନା ଭାଇରସର ଚିକିତ୍ସା କରିପାରି

ଇମ୍ୟୁନ ସେଲ ଉପରେ ମଧ୍ୟ ରିସର୍ଚ୍ଚ କରିବେ ବିଶେଷଜ୍ଞ:-

ଷ୍ଟେଟ ୟୁନିଭରସିଟି ଅଫ ସାଓ ପାଓଲ କହିଲେ ରିସର୍ଚ୍ଚର ସାପ ଜହରର ଅଣୁକୁ ବିଭିନ୍ନ ଖୁରାକ ଦକ୍ଷତାର ମୂଲ୍ୟାୟନ କରିବେ। ସେ ଏହାର ଯାଞ୍ଚ କରିବେ ଯେ କଣ ଏହି ଅଣୁ କରୋନା ଭାଇରସର କୋଶିକାରେ ପ୍ରବେଶ କରିବାରେ ରୋକିଥାଏ କି? ସଂସ୍ଥା ଗୁଡିକ ଆଶା କରିଥିଲେ କି, ରିସର୍ଚ୍ଚର ଇମ୍ୟୁନ ସେଲରେ ମଧ୍ୟ ଏହାର ଟେଷ୍ଟ କରିବେ। ଏପର୍ଯ୍ୟନ୍ତ ସେମାନେ ଏହି ସନ୍ଦର୍ଭରେ କୌଣସି ଟାଇମ ଲାଇନ ବତାଇ ନାହାଁନ୍ତି।

ଆପଣଙ୍କୁ ଜଣାଇଦେଉଛୁ କି ଜାରାକୁସୁ ବ୍ରାଜିଲର ସବୁଠାରୁ ଲମ୍ବା ସାପ ମଧ୍ୟରୁ ଏକ ଅଟେ। ଏହାର ଲମ୍ବା 6 ଫୁଟ ଅଟେ। ଏହି ସାପ ତଟୀୟ ଆଟଲାଣ୍ଟିକ ବନରେ ରହିଥାନ୍ତି। ଏହି ସାପ ବୋଲିଭିଆ, ପରାଗୱେ ଓ ଆର୍ଜେଣ୍ଟିନାରେ ମଧ୍ୟ ଦେଖିବାକୁ ମିଳିଥାଏ।

Leave a Reply

Your email address will not be published. Required fields are marked *