ମହିଳା ସରପଞ୍ଚଙ୍କ ଘରେ ରେଡ : ପାଖରେ ଅଛି ଆଲିଶାନ ଘର,ସ୍ଵୀମିଂ ପୁଲ ଓ ଅନେକ କାର,ଜାଣନ୍ତୁ ସାମାନ୍ୟ ଜଣେ ସରପଞ୍ଚ ହୋଇ କେତେ ଟଙ୍କାର ସମ୍ପତ୍ତିର ମାଲିକ

ମଧ୍ୟପ୍ରଦେଶର ରିବାରେ ଲୋକାୟୁକ୍ତ ଏକ ମହିଳା ସରପଞ୍ଚଙ୍କର କୋଟି କୋଟି ସମ୍ପତ୍ତି ଥିବାର ଜଣାପଡିଛି। ଏହି ସରପଞ୍ଚଙ୍କ ଗାଁରେ ଆଲିଶାନ ବଙ୍ଗଳା ଅଛି। ଏହା ସହିତ ଅନେକ ବିଳାସପୂର୍ଣ କାର ମଧ୍ୟ ଅଛି। ଓ ଅନେକ ଜମିରେ ରେଜିଷ୍ଟ୍ରି ହୋଇଛି। ଲୋକାୟୁକ୍ତ କାର୍ଯ୍ୟାନୁଷ୍ଠାନ କରି ବର୍ତ୍ତମାନ ପର୍ଯ୍ଯନ୍ତ ୧୯ କୋଟିରୁ ଅଧିକ ସମ୍ପତ୍ତି ଥିବାର ଜଣାପଡିଛି।

ସମ୍ପୂର୍ଣ ମାମଲା ରିବା ଜିଲ୍ଲାର ହୁଜୁର ତହସିଲର ବୈଜନାଥ ଗାଁର ଅତୀ। ଏଠାରେ ଲୋକାୟୁକ୍ତ ଦଳ ମହିଳା ସରପଞ୍ଚ ସୁଧା ସିଂଙ୍କ ଘର ଉପରେ ରେଡ କରିଛନ୍ତି।

ଏହି ସମୟରେ ମହିଳା ସରପଞ୍ଚଙ୍କ ପାଖରେ ଆଲିଶାନ ବଙ୍ଗଳା, କୋଟି କୋଟି ଟଙ୍କାର ବାହାନ, ସୁନା-ରୂପାର ଆଭୂଷଣ, ଜମି, ବୀମା ସହିତ କ୍ରେଶର, ଜେସିବି, ଚେନ ମାଉଣ୍ଟେନ ପରି ମେସିନ ମିଳିଥିଲା।

ଏହାର ଅନୁମାନିତ ମୂଲ୍ୟ ୧୯ କୋଟି ଟଙ୍କାରୁ ଅଧିକ ଅଟେ। ସୁଧା ସିଂ ଏକ ଏକର ବଙ୍ଗଳାରେ ସ୍ଵୀମିଂ ପୁଲ ମଧ୍ୟ ତିଆରି କରିଥିଲେ। ଲୋକାୟୁକ୍ତଙ୍କ ଦଳ ବର୍ତ୍ତମାନ ସମ୍ପୂର୍ଣ ମାମଲାର ଯାଞ୍ଚ କରୁଅଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଜମିର ରେଜିଷ୍ଟ୍ରି, ଅନେକ ବାହାନ, ଆଲିଶାନ ବଙ୍ଗଳା, କ୍ରେଶର, ସୁନା-ରୂପା ଓ ନଗଦ ବରାମଦ ହୋଇଛି। ଭ୍ରଷ୍ଟାଚାରର ଅଭିଯୋଗ ମିଳିବା ପରେ ଲୋକାୟୁକ୍ତ ନ୍ୟାୟାଳୟରେ ସର୍ଚ ୱାରେଣ୍ଟ ନେଇଥିଲେ। ସୁଧାଙ୍କ ସ୍ଵାମୀ ଠେକେଦାର ଅଟନ୍ତି।

ଏହା ପରେ ରେଡରେ ଅନେକ ସମ୍ପତ୍ତି ବିଷୟରେ ଜଣାପଡିଲା। କାର୍ଯ୍ୟାନୁଷ୍ଠାନ ବର୍ତ୍ତମାନ ମଧ୍ୟ ଜାରି ଅଛି, ଯେଉଁ କାରଣରୁ ସେ ସମ୍ପତ୍ତି ଆହୁରି ବଢିବାର ସମ୍ଭାବନା ଅଛି।

ଲୋକାୟୁକ୍ତ ସରପଞ୍ଚଙ୍କର ଦୁଇଟି ଠିକଣା ବୈଜନାଥ ଗାଁ ଓ ଶାରଦାପୁରମ କୋଲନୀରେ ଏକ ସାଥିରେ ରେଡ ମାରିଥିଲେ। ଦୁଇଟି ଆବାସର ମୂଲ୍ୟ ୨କୋଟି ଓ ଦେଢ କୋଟି ଟଙ୍କା ଅଟେ।

୨ଟି କ୍ରେଶର ମେସିନ, ୧ଟି ମିକଶ୍ଚର ମେସିନ, ଏକ ବ୍ରିକ ମେସିନ, ୩୦ଟି ବଡ ବାହାନ, ଯେଉଁଥିରେ ଚେନ ମାଉଣ୍ଟ, ଜେସିବି, ହାଇୱା, ଲୋଡର, ଟ୍ରାକ୍ଟର, ଇନୋଭା, ସ୍କୋର୍ପୀୟୋ, ଇଟା ମେସିନ, ସୁନା-ରୂପାର ଆଭୂଷଣ, ଜୀବନ ବୀମା ପଲିସି, ୩୬ ଭୂଖଣ୍ଡ ଓ ନଗଦି ମିଳିଛି। ଏହି ସବୁର ଅନୁମାନିତ ମୂଲ୍ୟ ୧୯କୋଟି ଟଙ୍କାରୁ ଅଧିକ ଅଟେ।

Leave a Reply

Your email address will not be published. Required fields are marked *