ଭାରତ ବନାମ ଇଂଲଣ୍ଡ : ରବି ଶାସ୍ତ୍ରୀ ଦେଲେ ଚେତାବନୀ,କହିଲେ କୋହଲି ଓ ଭାରତୀୟ ଟିମକୁ ହାଲକା ଭାବରେ ନିଅନ୍ତୁ ନାହିଁ

ଭାରତର ହେଡ଼ କୋଚ୍ ରବି ଶାସ୍ତ୍ରୀ ଚାହାଁନ୍ତି କି ତାଙ୍କ ଦଳ ଇଂଲଣ୍ଡ ବିପକ୍ଷରେ ଗୁରୁବାର ଦିନ ଓଭାଲରେ ଆରମ୍ଭ ହେବାକୁ ଯାଉଥିବା ଚତୁର୍ଥ ଟେଷ୍ଟ ପୂର୍ବରୁ ଲିଡ୍ସରେ ମିଳିଥିବା ଲଜ୍ୟାଜନକ ପରାଜୟ ବିଷୟରେ ଭାବିବା ବଦଳରେ ଲର୍ଡ୍ସରେ ମିଳିଥିବା ବିଜୟ ଉପରେ ପ୍ରେରଣା ନେବାକୁ। ଶାସ୍ତ୍ରୀ ମାନିଛନ୍ତି ତୃତୀୟ ଟେଷ୍ଟରେ 78 ରନରେ ଆଉଟ ହେବାପରେ ମ୍ୟାଚ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା କିନ୍ତୁ ଏବେବି ସିରିଜ ବାକି ରହିଛି। ସେ ନିଜର ନାୟର ବହି ଷ୍ଟାର ଗେଜିଙ୍ଗ ର ପ୍ରଚାର ଉପରେ ଟାଇମସ ନାଓଁ ନବଭାରତକୁ କହିଥିଲେ ଏହା ବହୁତ ସହଜ ଅଟେ। ଆପଣ କେବଳ ଲର୍ଡ୍ସ ବିଷୟରେ ଭାବନ୍ତୁ ଓ ପୂର୍ବ ମ୍ୟାଚକୁ ଭୁଲିଯାଅନ୍ତୁ। ମୋତେ ଜଣାଅଛି ଏହା କହିବା ବହୁତ ସହଜ କିନ୍ତୁ ଆମକୁ ଭଲ ମୁହୂର୍ତ୍ତର ମନେ ରଖିବା ଉଚିତ କାରଣ ଖେଳରେ ଏହା ସବୁ ହୋଇଥାଏ।

ଶାସ୍ତ୍ରୀ କହିଲେ ଲର୍ଡ୍ସରେ ଇଂଲଣ୍ଡ ବହୁତ ସବଳ ଥିଲା କିନ୍ତୁ ଆମେ ଜିତିଲେ। ବିଗତ ମ୍ୟାଚରେ ସେମାନେ ଶାନଦାର ବୋଲିଂ କରି ଆମ ଉପରେ ପ୍ରଥମ ଦିନରୁ ଚାପ ସୃଷ୍ଟି କଲେ। ଆମେ ପ୍ରଥମ ଦିନରୁ ହିଁ ବ୍ୟାକଫୁଟ ରେ ଥିଲେ। ସେ କହିଲେ ଦ୍ଵିତୀୟ ଇନିଂସରେ ଆମେ 278 ରନ କରିପାରିଲେ ତଥାପି ମ୍ୟାଚ ହାରିଗଲେ କିନ୍ତୁ ଏବେବି ସିରିଜ ବାକି ରହିଛି।

ବିରାଟ ଓ ଭାରତୀୟ ଦଳକୁ ହାଲକାରେ ନିଅନ୍ତୁ ନାହିଁ:-

ଶାସ୍ତ୍ରୀ କହିଲେ ବିରାଟ ଓ ତାଙ୍କ ଟିମକୁ ହାଲକାରେ ନେବାର ଭୁଲ କରିବା ଉଚିତ ନୁହେଁ। ସେ କହିଲେ ସିରିଜ ଏବେ ବରାବର ରହିଛି ଓ ଆମେ ବିଦେଶରେ ଖେଳୁଛୁ। ଚାପ ଇଂଲଣ୍ଡ ଉପରେ ରହିଛି କାରଣ ତାଙ୍କୁ ତାଙ୍କ ଦେଶରେ ଜିତିବାକୁ ହେବ। ଯେତେବେଳେ ସେ ଭାରତରେ ଖେଳୁଥିଲେ ଟ ଆମକୁ ସେୟା କରିବାକୁ ପଡ଼ିଲା ଯାହା କରିବାର ଥିଲା। ବଲ ତାଙ୍କ ପକ୍ଷରେ ରହିଛି କିନ୍ତୁ ଆମକୁ ଭଲ ପ୍ରଦର୍ଶନ କରିବାକୁ ହେବ, ଏଥିରେ କୌଣସି ଶଙ୍କା ନାହିଁ।

ଚତୁର୍ଥ ଟେଷ୍ଟରେ ଦଳରେ ପରିବର୍ତ୍ତନ ହୋଇପାରେ:-

ଆପଣଙ୍କୁ ଜଣାଇଦେଉଛୁ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ ଆସିପାରେ। ଭାରତୀୟ ଦଳ ଆର ଅଶ୍ୱିନଙ୍କୁ ପ୍ଲେଇଂ ଇଲେଭେନରେ ଖେଳାଇ ପାରେ ସେହିପରି ଜଣେ ଦ୍ରୁତ ବୋଲରକୁ ଦଳରୁ ବାହାରିବାକୁ ପଡ଼ିପାରେ। ଖବର ଏହାକି ଇଶାନ୍ତ ଶର୍ମାଙ୍କୁ ଆରାମ ଦିଆଯାଇପାରେ। ଭାରତୀୟ ବୋଲିଂ କୋଚ୍ ଅରୁଣ କହିଥିଲେ ଓଭାଲ ଟେଷ୍ଟରେ ଅଶ୍ୱିନ ଖେଳିବେ କି ନାହିଁ ଟସ ପୂର୍ବରୁ ଏହାର ନିର୍ଣ୍ଣୟ ନିଆଯିବ। ପ୍ରଥମେ ଭାରତୀୟ ଦଳ ପିଚ ଅନୁଧ୍ୟାନ କରି ଏହାଉପରେ ନିଷ୍ପତ୍ତି ନେବ।

Leave a Reply

Your email address will not be published. Required fields are marked *