ଯଦି ଆପଣ ମଧ୍ୟ ରେଷ୍ଟୁରାଣ୍ଟରେ ଖାଇଥାନ୍ତି ତନ୍ଦୁରି ରୋଟି, ତେବେ ଧ୍ୟାନ ଦିଅନ୍ତୁ, ଏହାର ସତ୍ୟାସତ୍ୟ ଖୁବ ଭୟଙ୍କର

ଭାରତରେ ଖାଇବା-ପିଇବାକୁ ସମସ୍ତେ ବହୁତ ଭଲ ପାଆନ୍ତି | ଦେଶରେ ଆପଣଙ୍କୁ ଅଲଗା ଅଲଗା ପ୍ରକାରର ହଜାର ହଜାର ଖାଦ୍ୟ ମିଳିଯିବ | କିନ୍ତୁ ଏହି ସବୁ ଜିନିଷଗୁଡ଼ିକ ମଧ୍ୟରେ ଏପରି ଗୋଟିଏ ଜିନିଷ ଅଛି, ଯାହାକୁ ପ୍ରାୟ ପ୍ରତ୍ୟେକ ଭାରତୀୟ ନିଜର ଦୈନନ୍ଦିନ ଭୋଜନରେ ନିଶ୍ଚିତ ଭାବରେ ସାମିଲ କରିଥାନ୍ତି | ଏଠାରେ ଆମେ କଥା ହେଉଛନ୍ତି, ସମସ୍ତେ ଖାଉଥିବା ରୋଟି ବିଷୟରେ | ଯେତେବେଳେ ବି ଆମେ କୌଣସି ତରକାରୀ କରିଥାନ୍ତି, ସେତେବେଳେ ତା ସହିତ ରୋଟି ନିଶ୍ଚିତ ଭାବରେ ତିଆରି କରନ୍ତି | ସାଧାରଣତଃ ଲୋକମାନେ ପ୍ରତିଦିନ ଅଟା ତଥା ରୋଟି ଖାଇଥାନ୍ତି | କିନ୍ତୁ ଏହି ରୋଟିରେ ମଧ୍ୟ ଅନେକ ପ୍ରକାରର ଭେରାଇଟି ଆସିଥାଏ ଏବଂ ସେଥିମଧ୍ୟରୁ ତନ୍ଦୁରି ରୋଟି ଅନ୍ୟତମ |

ତନ୍ଦୁରି ରୋଟି ବିଷୟରେ କଥା ହେବାକୁ ଗଲେ, ଏହା ହୋଟେଲରେ ସମସ୍ତଙ୍କର ଫେଭରେଟ ହୋଇଥାଏ | ଯେତେବେଳେ ବି କୌଣସି ବ୍ୟକ୍ତି ହୋଟେଲକୁ ଭୋଜନ ପାଇଁ ଯାଏ, ସେତେବେଳେ ସେ ଗରମ ଗରମ ତନ୍ଦୁରି ରୋଟି ହିଁ ମଗାଇଥାଏ | ବଟରରେ ଗାଧୋଇଥିବା ଏହି ତନ୍ଦୁରି ରୋଟି ପ୍ରତ୍ୟେକ ତରକାରୀ ସହିତ ବହୁତ ସ୍ୱାଦିଷ୍ଟ ଲାଗିଥାଏ | ଏହି ତନ୍ଦୁରି ରୋଟିଗୁଡିକୁ ତନ୍ଦୁରରେ ରୋଷେଇ କରାଯାଇଥାଏ | ଏଥିରୁ କୋଇଲାର ବାସ୍ନା ଆସିଥାଏ, ଯେଉଁଥିପାଇଁ ଏହାର ସ୍ୱାଦ ମଧ୍ୟ ବହୁତ ଟେଷ୍ଟି ଲାଗେ | ଆପଣ ମଧ୍ୟ ହୋଟେଲରେ ଅନେକଥର ତନ୍ଦୁରି ରୋଟି ଖାଇଥିବେ | କିନ୍ତୁ କଣ ଆପଣ ଏହି ତନ୍ଦୁରି ରୋଟିର ସତ୍ୟତା ବିଷୟରେ ଜାଣିଛନ୍ତି ?

ଯେଉଁ ତନ୍ଦୁରି ରୋଟିକୁ ଆମେ ସମସ୍ତେ ବହୁତ ଉତ୍ସାହର ସହିତ ଖାଇଥାନ୍ତି, ତାର ସତ୍ୟତା ଜାଣିବାପରେ ଆପଣ କେବଳ ତାୱାରେ ରୋଷେଇ କରାଯାଉଥିବା ରୋଟିକୁ ଖାଇବାକୁ ହିଁ ପସନ୍ଦ କରିବେ | ଏହି ତନ୍ଦୁରି ରୋଟି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କଦାପି ଲାଭକାରୀ ନୁହେଁ | ବରଂ ଏହାକୁ ଖାଇବାପରେ ଅନେକ ଗୁଡିଏ କ୍ଷତି ଆପଣଙ୍କ ଶରୀରକୁ ଭୋଗିବାକୁ ପଡିଥାଏ | ତନ୍ଦୁରି ରୋଟି କ୍ଷତିକାରକ ହେବାର ସବୁଠାରୁ ବଡ଼ କାରଣ ଏହାକୁ ତିଆରି କରାଯାଉଥିବାର ପଦ୍ଧତି | ତନ୍ଦୁରି ରୋଟି ମଇଦାରେ ତିଆରି କରାଯାଇଥାଏ | ଯଦି ଆମେ ଲଗାତାର ମଇଦା ଖାଆନ୍ତି, ତେବେ ଅନେକ ରୋଗ ଆମକୁ ମାଡ଼ିବସେ | ତନ୍ଦୁରି ରୋଟିରେ ୧୧୦ରୁ ୧୫୦ ପର୍ଯ୍ୟନ୍ତ କ୍ୟାଲୋରୀ ଥାଏ | ତେଣୁ ଏହାକୁ ଯେତେ କମ ଖାଇପାରିବ, ସେତିକି ଭଲ |

ତନ୍ଦୁରି ରୋଟି ଖାଇବାଦ୍ୱାରା ସ୍ୱାସ୍ଥ୍ୟକୁ ବହୁତ କ୍ଷତି ପହଞ୍ଚିପାରେ | ଏପରିକି ଏହାକୁ ବହୁ ସମୟ ଧରି ଖାଇବାଦ୍ୱାରା ଏହା ଆପଣଙ୍କ ଜୀବନର ଶତ୍ରୁ ମଧ୍ୟ ପାଲଟିଯାଏ | ତେବେ ଚାଲନ୍ତୁ ଡେରି ନକରି ତନ୍ଦୁରି ରୋଟିର କ୍ଷତି ବିଷୟରେ ଜାଣିବା |

ସୁଗାରକୁ ବଢ଼ାଇଥାଏ ତନ୍ଦୁରି ରୋଟି :-

ତନ୍ଦୁରି ରୋଟିକୁ ତିଆରି କରିବାପାଇଁ ମଇଦାକୁ ବ୍ୟବହାର କରାଯାଇଥାଏ | ଏହି ମଇଦା ଆପଣଙ୍କ ଶରୀରର ସୁଗାର ଲେଭଲକୁ ବଢ଼ାଇ ଦେଇଥାଏ | ବାସ୍ତବରେ ଏହି ମଇଦାରେ ବହୁତ ଅଧିକ ଗ୍ଲାଇସେମିକ ଇଣ୍ଡେକ୍ସ ଥାଏ, ଯେଉଁ କାରଣରୁ ଡାଇବେଟିସ ହେବାର ଚାନ୍ସ ବଢିଯାଏ | ଯଦି ଥରେ ଏହି ଡାଇବେଟିସ ଆପଣଙ୍କୁ ହୁଏ, ତେବେ ଅନ୍ୟ ପ୍ରକାରର ରୋଗ ମଧ୍ୟ ଆପଣଙ୍କ ଉପରକୁ ଆସିପାରେ | ତେଣୁ ଯଦି ଆପଣ ସୁଗାର ରୋଗୀ ଅଟନ୍ତି, ତେବେ ତନ୍ଦୁରି ରୋଟି ଖାଇବାକୁ ସବୁ ପରିସ୍ଥିତିରେ ଦୁରେଇ ରଖନ୍ତୁ | ସେହିପରି ସୁସ୍ଥ ଲୋକମାନେ ମଧ୍ୟ ଯେତେ ହୋଇପାରିବ ସେତେ ଏହାକୁ କମ ଖାଆନ୍ତୁ |

ହୃଦୟର ରୋଗ ବଢ଼ାଇଥାଏ ତନ୍ଦୁରି ରୋଟି :-

ତନ୍ଦୁରି ରୋଟିରେ ମଇଦା ଥିବାରୁ ଏହା ଆପଣଙ୍କ ହୃଦୟ ପାଇଁ ସୁସ୍ଥକର ହୋଇନଥାଏ | ଏହାର ଅଧିକ ସେବନ କରିବା ଆପଣଙ୍କ ହୃଦୟ ପାଇଁ ହାନିକାରକ ହୋଇପାରେ | ଏହାକୁ ଖାଇବାଦ୍ୱାରା ଆପଣଙ୍କୁ ହୃଦୟ ସହିତ ଜଡିତ ରୋଗର ଆଶଙ୍କା ବଢିଯାଏ | ତେଣୁ ହୃଦୟ ସମ୍ବନ୍ଧୀୟ ରୋଗ ଥିବା ରୋଗୀମାନେ ମଧ୍ୟ ତନ୍ଦୁରି ରୋଟି ଖାଇବା ଉଚିତ ନୁହେଁ |

ଯଦି ଆପଣ ତନ୍ଦୁରି ରୋଟି ଖାଇବାକୁ ଚାହୁଁଛନ୍ତି, ତେବେ ଅଟାରୁ ତିଆରି ହୋଇଥିବା ତନ୍ଦୁରି ରୋଟିକୁ ଖାଇପାରିବେ | ତେବେ ଅଧିକାଂଶ ହୋଟେଲରେ ଏହାକୁ ତିଆରି କରିବାପାଇଁ ମଇଦାକୁ ହିଁ ବ୍ୟବହାର କରାଯାଏ |

Leave a Reply

Your email address will not be published. Required fields are marked *