ଦୌଡରାଣୀ ଦୂତିଙ୍କ ଆଖିରେ ଲୁହ: କହିଲେ ନ୍ୟାୟ ନ ମିଳିଲେ ଓଡିଶା ଛାଡ଼ିବେ

ଦୌଡରାଣୀ ଦୂତି ଚାନ୍ଦଙ୍କ ଆଖିରେ ଲୁହ| କହିଲେ ନ୍ୟାୟ ନ ମିଳିଲେ ଛାଡ଼ିବି ଓଡିଶା| ଭାରତକୁ ୨-୨ ଥର ପ୍ରତିନିଧିତ୍ବ କରିଥିବା ଦୌଡରାଣୀ ଦୂତି ଚାନ୍ଦ ନ୍ୟାୟ ପାଇଁ କାନ୍ଦି ପକାଇଲେ| କହିଲେ, ଛୋଟ ସମୟରେ ବହୁ ସଂଘର୍ଷ ଓ ପରିଶ୍ରମ କରି ଅଲମ୍ପିଆନ ହୋଇଛି| ୩୭ ବର୍ଷ ପରେ ଭାରତରେ ଜଣେ ଧାବିକା ଭାବରେ ଅଲମ୍ପିକ୍ସରେ ଯୋଗଦାନ କରିଛନ୍ତି| କିନ୍ତୁ, ଯେତେବେଳେ ସେ ଅଲମ୍ପିକ୍ସରେ ବିଶ୍ୱସ୍ତରୀୟ ଆଥଲେଟଙ୍କ ସହିତ ପ୍ରତିଯୋଗିତା ସମୟରେ ଦୁଇ ଜଣ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ଦୂତିଙ୍କ ନାମରେ ନକରାତ୍ମକ ମନ୍ତବ୍ୟ ଦେଇଥିଲେ|

ଜଣେ ୱେବ ଚ୍ୟାନେଲର ଏଡିଟର ସୁଧାଂଶୁ ଶେଖର ରାଉତ ଓ ଆରଟିଆଇ କର୍ମୀ ପ୍ରଦୀପ ପ୍ରଧାନଙ୍କ ବିରୁ-ଦ୍ଧରେ ଅଭି-ଯୋଗ ଆଣିଛନ୍ତି| ଦୌଡରାଣୀ ଦୂତି ଚାନ୍ଦ କହିଛନ୍ତି ଯେ, ଜୁଲାଇ ୩୧ ତାରିଖରେ ୧୦୦ ମିଟର ଦୌଡ ସରିବା ପରେ, ଅଗଷ୍ଟ ମାସ ୨ ତାରିଖରେ ମୋର ୨୦୦ ମିଟର ଦୌଡ ପାଇଁ ମୁଁ ପ୍ରସ୍ତୁତ ହେଉଥିବା ସମୟରେ ଜୁଲାଇ ମାସ ୩୧ ତାରିଖରୁ ସେମାନେ ମୋ ବି-ରୋ-ଧରେ ସାମାଜିକ ଗଣମାଧ୍ୟମରେ ଲେଖିବା ଆରମ୍ଭ କରି ମନ୍ତବ୍ୟ ଦେଇଥିଲେ|

Google

ଆହୁରି ଦୂତୀ ଚାନ୍ଦ କହିଛନ୍ତି ଯେ, ମୋ କୋଚ ସହିତ ଯେଉଁମାନେ ତାଙ୍କୁ ସାହାଯ୍ୟ କରୁଥିଲେ, ସେମାନଙ୍କୁ ମଧ୍ୟ ବଦନାମ କରିବା ପାଇଁ ଚେଷ୍ଟା କରାଯାଇଥିଲା| ନିଜ ଦେଶର ଖେଳ ପ୍ରେମୀମାନେ ସର୍ବଦା ଖେଳାଳିଙ୍କୁ ଉତ୍ସାହିତ କରନ୍ତି| କିନ୍ତୁ, ଦୁଃଖର ବିଷୟ ଯେ ନକରାତ୍ମକ ଟିପଣୀ ଦେଇ ମୋତେ ସର୍ବଦା ନିରୁତ୍ସାହିତ କରୁଛନ୍ତି| ଯଦି ବାରମ୍ବାର ଭାବରେ ମୋତେ ମାନ-ସିକ ନିର୍ଯ୍ୟା-ତନା ଦିଆଯାଏ| ତାହାଲେ ମୁଁ ଆଗାମୀ କ୍ୟାରିଅର ପ୍ରତି କେମିତି ଫୋକସ କରିବି| ତୁରନ୍ତ ଦୋ-ଷୀଙ୍କ ବି-ରୋ-ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦୂତି ଦାବି କରିଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *