ଅର୍ଡର ଦେବାରେ ବିଳମ୍ବ ହେବାରୁ ହେଲା ଝଗଡା,Swiggy ର ଡେଲିଭରି ବୟ ରେଷ୍ଟୁରାଣ୍ଟ ମାଲିକଙ୍କର ନେଇଗଲା ଜୀବନ,ଜାଣନ୍ତୁ ପୁରା ଘଟଣା

ଗ୍ରେଟର ନୋଏଡାରେ ସ୍ଵୀଗୀର ଡେଲିଭରି ବୟ ରେଷ୍ଟୁରାଣ୍ଟ ମାଲିକଙ୍କୁ ଗୋଳି କରି ହତ୍ୟା କରିଦିଆଯାଇଛି। ହତ୍ୟା ପରେ ଆରୋପୀ ଡେଲିଭରି ବୟ ଫେରାର ହୋଇଗଲେ। କୁହାଯାଉଛିକି ଡେଲିଭରି ବୟ ରେଷ୍ଟୁରାଣ୍ଟ ବାହାରେ ଅର୍ଡରକୁ ଅପେକ୍ଷାରେ ଥିଲେ, କିନ୍ତୁ ଯେତେବେଳେ ଅର୍ଡର ଦେବାରେ ବିଳମ୍ବ ହେଲା ତାକୁ ରାଗ ଆସିଲା ଓ ସେ ରେଷ୍ଟୁରାଣ୍ଟ ମାଲିକଙ୍କୁ ଗୋଳି ମାରିଦେଲା।

ଘଟଣା ଗ୍ରେଟର ନୋଏଡାର ବିଟା-୨ ଥାନା କ୍ଷେତ୍ରର ମିତ୍ରା ସୋସାଇଟିର ଅଟେ, ଯେଉଁଠି ୪୫ ବର୍ଷୀୟ ସୁନୀଲ, ‘ଝମଝମ’ ନାମରେ ରେଷ୍ଟୁରାଣ୍ଟ ଚଲାଉଥିଲେ। ଏହି ରେଷ୍ଟୁରାଣ୍ଟ ଅନଲାଇନ ଫୁଡ ଡେଲିଭରିର କାମ କାରିଥିଲେ। ମଙ୍ଗଳବାର ରାତି ସାଢେ ୧୨ ବେଳେ ରେଷ୍ଟୁରାଣ୍ଟରେ କାମ କରୁଥିବା ନାରାୟଣ ଓ ସ୍ଵୀଗୀର ଡେଲିଭରି ବୟ ମଧ୍ୟରେ ବିବାଦ ହୋଇଯାଇଥିଲା।

ଘଟଣାସ୍ଥଳରେ ଲୋକ କହିଲେକି ମଙ୍ଗଳବାର ରାତିରେ ସ୍ଵୀଗୀର ଡେଲିଭରି ବୟ ଚିକେନ ବିରିୟାନୀ ଓ ପୁରୀ ସବଜିର ଅର୍ଡର ନେବାକୁ ଆସିଥିଲେ। ଏଥିରେ ଚିକେନ ବିରିୟାନୀର ଅର୍ଡର ଦେଲେ ଯେତେବେଳେକି ପୁରୀ ସବଜିର ଅର୍ଡରରେ କିଛି ସମୟ ଲାଗିବ ବୋଲି କହିଲେ।

ଆରୋପ ଦେଉଛିକି ନିଶାରେ ଥିବା ଡେଲିଭରି ବୟ ନାରାୟାଣଙ୍କ ସହିତ ଏକ ଅର୍ଡର ଦେବାରେ ବିଳମ୍ବ ହେବା କାରଣରୁ ଗାଳି ଗୁଲଜ କରିଦେଲେ। ଏହା ଉପରେ ରେଷ୍ଟୁରାଣ୍ଟ ସଞ୍ଚାଳକ ସୁନୀଲ ଘଟଣାସ୍ଥଳକୁ ଆସିଗଲେ ଓ ବିବାଦ ଶେଷ କରିଆକୁ ଚେଷ୍ଟା କରିଲେ।

ଆରୋପ ହେଉଛିକି ନିଜର ଏକ ସାଥୀଙ୍କ ସାହାଯ୍ୟରେ ଡେଲିଭରି ବୟ ସୁନୀଲଙ୍କୁ ଗୁଳି ମାରିଦେଲେ ଯାହାଦ୍ୱାରା ସେ ଘଟଣା ସ୍ଥଳରେ ପଡିଗଲେ। ଗୁଳି ଲାଗିବାର ସୂଚନା ମିଳିବା ପରେ ନାରାୟଣ ନିଜର ଦ୍ଵିତୀୟ ସାଥୀଙ୍କ ସହଯୋଗରେ ସୁନୀଲଙ୍କୁ ହସ୍ପିଟାଲ ନେଇଗଲେ ଯେଉଁଠି ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଦେଲେ।

ଘଟଣା ପରେ ଆରୋପୀ ଡେଲିଭରି ବୟ ଫେରାର ହୋଇଗଲେ। ପୋଲିସ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ସାହାଯ୍ୟରେ ସନ୍ଧାନ କରୁଅଛି। ପୋଲିସର ଦାବି ହେଉଛିକି ଶୀଘ୍ର ଆରୋପୀଙ୍କୁ ଗିରଫ କରାଯିବ।

Leave a Reply

Your email address will not be published.