ସାମ୍ନାକୁ ଆସିଲା କରୋନା ଭୁତାଣୁର ନୁଆଁ ଭାରିଆଣ୍ଟ “ମ୍ୟୁ”

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ନିଜର କାୟା ବିସ୍ତାର କରୁଥିବା ସମୟରେ ସାମ୍ନାକୁ ଆସିଲା କରୋନା ଭୁତାଣୁର ନୁଆଁ ଭାରିଆଣ୍ଟ| ନୁଆଁ ରୂପରେ ଆତ-ଙ୍କ ଖେଳାଉଛି କରୋନା| ଡେଲ୍ଟା,ଡେଲ୍ଟା ପ୍ଲସ,ଆଲ୍ଫା,ବିଟା,ଲାମ୍ବଡା,ଗାମା ଭଳି ଏବେ ଆସିଛି ବି-୧.୬୨୧| ଏହାକୁ ଏମ୍‌ୟୁ ବା “ମ୍ୟୁ” ବୋଲି ମଧ୍ୟ କୁହାଯାଉଛି। ଏହି ନୁଆଁ ଭାରିଆଣ୍ଟକୁ ନେଇ ସାରା ଦେଶରେ ଆତ-ଙ୍କ ସୃଷ୍ଟି ହେଉଛି|

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ର ସୂଚନା ଅନୁଯାୟୀ,ଏହି ନୂଆ ଭାରିଆଣ୍ଟ ଉପରେ ଅଧିକ ଗବେଷଣା କରାଯାଉଛି| ଚଳିତବର୍ଷ ଜାନୁଆରୀ ମାସରେ ଏହି ନୁଆଁ ଭାରିଆଣ୍ଟ ‘ମ୍ୟୁ’ ସମ୍ପର୍କରେ ଜଣାପଡିଥିଲା| ଏହି ଭାରିଆଣ୍ଟ ସହିତ ଜଡିତ ୪୦ ହଜାରରୁ ଅଧିକ ମା-ମ-ଲା ସାମ୍ନକୁ ଆସିଛି| ଏହି ନୁଆଁ ଭୁତାଣୁ ଅଧିକ କ୍ଷୀପ୍ର ଗତିରେ ସଂକ୍ରମଣ ହେବାରେ ଲାଗିଛି| ଯାହାଦ୍ୱାରା ଆଉ ଏକ ଲହର ଆସିବାର ସମ୍ଭାବନା ରହିଛି|

WHO ର କହିବା ଅନୁସାରେ, ଏହି ନୂଆ ଭାରିଆଣ୍ଟ “ମ୍ୟୁ” ଟିକାର ପ୍ରଭାବକୁ ଅକାମି କରିପାରେ| ଏହି ଭୁତାଣୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ଅଧିକ ଗୁରୁତର ପ୍ରଭାବ ପକାଉଛି| ଯାହା କି, ଡେ଼ଲ୍ଟା ଭାରିଆଣ୍ଟ ଠାରୁ ଅଧିକ ଘାତକ ହୋଇପାରେ| ସାର୍ସ କୋଭିଡ-୨ ଭାଇରସ ଅନେକ ଥର ମ୍ୟୁଟେସନ ହୋଇଛି| କିଛି ମ୍ୟୁଟାଣ୍ଟର ପ୍ରଭାବ କମ ରହିଥିବା ସମୟରେ ଆଉ କିଛି ଅଧିକ ଘାତକ ସାବ୍ୟସ୍ଥା ହୋଇଛି| କରୋନାର ଭୁତାଣୁ ଆଲଫା ଭାରିଆଣ୍ଟ ୧୯୩ ଦେଶରେ ଆତଙ୍କ ଖେଳାଇଥିଲା| ଆଉ ସେହିପରି ୧୭୦ ଦେଶରେ ଡେଲଟା ଭାରିଆଣ୍ଟ ବିଭୀଷିକା ସୃଷ୍ଟି କରିଛି| କରୋନାର ଏହି ନୂଆ ଭାରିଆଣ୍ଟକୁ WHO “ଭାରିଆଣ୍ଟ ଅଫ ଇଣ୍ଟରେଷ୍ଟ” ର ମାନ୍ୟତା ଦିଆଯାଇଛି।

ବିଶ୍ୱା ସ୍ୱାସ୍ଥ୍ୟ ସଙ୍ଗଠନ (WHO)ର ରିପୋର୍ଟ ଅନୁଯାୟୀ, ଜାନୁଆରୀ ୨୦୨୧ ମସିହାରେ “ମ୍ୟୁ” ଭାରିଆଣ୍ଟକୁ କଲମ୍ବିଆରେ ପ୍ରଥମ ସଂକ୍ରମଣ ଚିହ୍ନଟ କରାଯାଇଥିଲା| ଆଉ ପରେ ଏହି ଭାରିଆଣ୍ଟ ଦକ୍ଷିଣ ଆମେରିକା ଏବଂ ୟୁରୋପର କିଛି କିଛି ଅଞ୍ଚଳରେ ବ୍ୟାପି ଥିବାର ଦେଖାଯାଇଥିଲା| ଡେଲ୍ଟା ଭାରିଆଣ୍ଟ ସହିତ “ମ୍ୟୁ” ଭାରିଆଣ୍ଟ ଉପରେ ଅଧିକ ଗବେଷଣା କରୁଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ| ବର୍ତ୍ତମାନ ଡେଲ୍ଟା ବ୍ୟତୀତ ଆଲ୍ଫା,ବିଟା,ଗାମାକୁ “ଭାରିଆଣ୍ଟ ଅଫ କଂସର୍ଣ୍ଣ” ର ମାନ୍ୟତା ଦିଆଯାଇଛି|

“ମ୍ୟୁ” ସହିତ ଇଓଟା,କାପା ଓ ଲାମ୍ବଡାକୁ “ଭାରିଆଣ୍ଟ ଅଫ ଇଣ୍ଟରେଷ୍ଟ” ର ମାନ୍ୟତା ଦିଆଯାଇଛି। ବର୍ତ୍ତମାନ “ମ୍ୟୁ” ଭାରିଆଣ୍ଟ ଅଧିକ ସଂକ୍ରାମକ ହେଉଛି ନା ନାହିଁ ସେହି ସମ୍ପର୍କରେ କୌଣସି ସୂଚନା ମିଳି ପାରିନାହିଁ| ଏହି ଭୁତାଣୁର ଏକ ପ୍ରମୁଖ ମ୍ୟୁଟେସନ E-୪୮୪K ରହିଛି| ଯାହା କି, ବିଟା ଏବଂ ଗାମା ଭାରିଆଣ୍ଟ ଭଳି ଆଣ୍ଟିବଡି ସହିତ ଲ-ଢ଼ିବାରେ ସହାଯ୍ୟ କରୁଛି| କିନ୍ତୁ, N୫୦୧Y ମ୍ୟୁଟେସନ ଏହାକୁ ଅଧିକ ସଂକ୍ରାମକ କରିଥାଏ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଦେଇଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *