ଘଟିଲା ବଡ଼ ଅଘଟଣ : ପ୍ରବଳ ବର୍ଷା କାରଣରୁ ଜଣେ ଆଉ ଜଣଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ୫ ଜଣଙ୍କ ଜୀବନ

ଦିଲ୍ଲୀ ଏନସିଆରରେ ବର୍ଷା କମିବା ପରେ ସେପଟେ ଗାଜିଆବାଦରେ ପ୍ରବଳ ବର୍ଷା ଦ୍ୱାରା ଯନ୍ତ୍ରଣାଦାୟକ ମାମଲା ସାମ୍ନାକୁ ଆସିଛି। ଏଠାରେ ବର୍ଷା କାରଣରୁ ବିଜୁଳି ଦ୍ୱାରା ପାଞ୍ଚଜଣଙ୍କ ମୃତ୍ୟୁ ହୋଇଯାଇଛି। ଘଟଣା ପରେ ସାରା ଅଞ୍ଚଳରେ ଡ଼ର ପରିସ୍ଥିତି।

ସୂଚନା ମୁତାବିକ କରେଣ୍ଟ ଦ୍ୱାରା ମରିଥିବା ଏହି ଘଟଣା ସିହାନିଗେଟ ଥାନା କ୍ଷେତ୍ରର ରାକେଶ ମାର୍ଗ ଅଞ୍ଚଳର ଅଟେ। ଯେଉଁଠାରେ ବିଗତ ବୁଧବାର ଠାରୁ ବର୍ଷା ହେଉଛି। ବର୍ଷାରୁ ବଞ୍ଚିବା ପାଇଁ କିଛି ଲୋକ ଏକ ଛୋଟ ଦୋକାନ ତଳେ ଛିଡ଼ା ହୋଇଥିଲେ। ବର୍ଷା କାରଣରୁ ରାସ୍ତାରେ କରେଣ୍ଟ ଖେଳି ଯାଇଥିଲା, ଏହା କରାଳରେ ପାଞ୍ଚଜଣ ଆସିଯାଇଥିଲେ। ଏହି ଲୋକମାନେ ଜଣେ ଆଉଜଣଙ୍କୁ ବର୍ଷାରୁ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ। ଏହି ଲୋକମାନେ ଜଣେ ଆଉଜଣଙ୍କୁ କରେଣ୍ଟରୁ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ। ଏମିତି ବଞ୍ଚାଇବା ଚକ୍କରରେ ଦୁଇ ଛୋଟ ପିଲାଙ୍କ ସମେତ 5 ଜଣଙ୍କ ମୃତ୍ୟୁ ହୋଇଗଲା।

ଘଟଣା ପରେ ଘଟଣା ସ୍ଥଳରେ ଲୋକମାନେ ପହଞ୍ଚି ସେମାନଙ୍କୁ ହସ୍ପିଟାଲ ନେଇଗଲେ। ଯେଉଁଠାରେ ଡ଼କ୍ଟର ଚାରିଜଣ ଲୋକଙ୍କୁ ମୃତ ଘୋଷିତ କରିଦେଲେ। ଟିକେ ସମୟ ପରେ ପାଞ୍ଚଜଣଙ୍କ ମୃତ୍ୟୁ ଚିକିତ୍ସା ସମୟରେ ହୋଇଗଲା।

ଜଣେ ଆଉଜଣଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ:-

ମାମଲାର ସୂଚନା ଦେଇ ଗାଜିଆବାଦର ଏସପି ନିପୂଣଅଗ୍ରୱାଲ କହିଲେ କି, ଘଟଣା ସିହାନୀ ଗେଟ ଥାନା କ୍ଷେତ୍ରର ଅଟେ। ଯେଉଁଠାରେ ପାନସିଂହ ପ୍ୟାଲେସ ପାଖରେ ଏକ ଟିଣ ସେଡ ପଡ଼ିଥିଲା ଓ ଏହାକୁ ଲୁହା ଖମ୍ବା ଅଟକାଇଥିଲା। ବର୍ଷା କାରଣରୁ ଖମ୍ବାରେ କରେଣ୍ଟ ଲାଗିଗଲା। ଏଥିରେ ଜଣେ ଆଉଜଣଙ୍କୁ ବଞ୍ଚାଇବା ପାଇଁ 5 ଜଣଙ୍କ ମୃତ୍ୟୁ ହୋଇଗଲା। ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଗଲା।

Leave a Reply

Your email address will not be published. Required fields are marked *