ଆରପାରିରେ ବିଗବସ ବିଜେତା ସିଦ୍ଧାର୍ଥ ଶୁକ୍ଲା: ଏହି କାରଣରୁ ହେଲା ତାଙ୍କର ଦେ-ହାନ୍ତ…

ବିଗବସ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେ-ହାନ୍ତ ହୋଇଯାଇଛି| ୪୦ ବର୍ଷ ବୟସରେ ତାଙ୍କର ମୃ-ତ୍ୟୁ ଘ-ଟିଛି| ହୃ-ଦଘା-ତ କାରଣରୁ ତାଙ୍କର ଦେହାନ୍ତ ହୋଇଛି ବୋଲି ମୁମ୍ବାଇର କୁପୁର ହସ୍ପିଟାଲ ତରଫରୁ ସ୍ପଷ୍ଟ କରାଯାଇଛି| ସିଦ୍ଧାର୍ଥଙ୍କର ମୃ-ତ୍ୟୁ ଖବର ବଲିଉଡ ସହିତ ଅନେକ ଷ୍ଟାର ମହଲରେ ଶୋକର ଛା-ୟା ଖେଳିଯାଇଛି|

ସୂଚନା ଅନୁଯାୟୀ, ଗତକାଲି ରାତିରେ ଶୋଇବା ପୂର୍ବରୁ ସିଦ୍ଧାର୍ଥ କିଛି ଔଷଧ ଖାଇଥିଲେ| କିନ୍ତୁ, ଆଜି ସକାଳେ ସେ ଉଠିନଥିଲେ| ସେଥିପାଇଁ ପରିବାର ସଦସ୍ୟ ସକାଳ ସାଢେ ୯ ଟା ସମୟରେ ତାଙ୍କୁ ମୁମ୍ବାଇ ସ୍ଥିତ କୁପୁର ହସ୍ପିଟାଲକୁ ନେଇଥିଲେ| ସେଠାରେ ତାଙ୍କୁ ମୃ-ତ ଘୋଷଣା କରିବା ସହିତ ହୃ-ଦଘା-ତରେ ପ୍ରା-ଣ ହରାଇଥିବା ଘୋଷଣା କରିଥିଲେ|

ବଲିଉଡ ଜଗତରେ ଜଣେ ଜଣାଶୁଣା ଅଭିନେତା ଥିଲେ ସିଦ୍ଧାର୍ଥ ଶୁକ୍ଲା| ବିଗବସ-୧୩ ରେ ସେ ବିଜେତା ମଧ୍ୟ ହୋଇଥିଲେ| ଏଥି ସହିତ ଅନେକ ହିନ୍ଦୀ ଫିଲ୍ମ ଓ ସିରିଏଲରେ ଅଭିନୟ ମଧ୍ୟ ସେ କରିଛନ୍ତି| ବିଶେଷ ଭାବରେ ସେ ବିଗବସ ଜିତିବା ପରେ ତାଙ୍କର ଭାଗ୍ୟ ବଦଳି ଯାଇଥିଲା| ଆଉ ଦିନକୁ ଦିନ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଥିଲା| ଏତେ କମ ବୟସରେ ହଠାତ ଅରପରିକି ଚାଲିଯିବା ତାଙ୍କର ପ୍ରଶଂସକ ମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି|

ମୁମ୍ବାଇରେ ୧୨ ଡିସେମ୍ବର ୧୯୮୦ ମସିହାରେ ସିଦ୍ଧାର୍ଥ ଶୁକ୍ଲା ଜନ୍ମଗ୍ରହଣ କରିଥିଲେ| ମଡେଲିଂ ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ| ୨୦୦୪ ମସିହାରେ ଟିଭି ସିରିଏଲ ଜଗତରୁ ଫିଲ୍ମ ଜଗତରେ ଡେବ୍ୟୁ କରିଥିଲେ| ୨୦୦୮ ମସିହାରେ “ବାବୁଲ କି ଆଙ୍ଗନ ଛୁଟେ ନା” ଏକ ଟିଭି ସିରିଏଲରେ ତାଙ୍କୁ ଦେଖିବାକୁ ମିଳିଥିଲା| ଯାହା ତାଙ୍କୁ ଘରେ ଘରେ ପରିଚିତ କରାଇଥିଲେ| କିନ୍ତୁ ଲୋକପ୍ରିୟ ଧାରାବାହିକ ଟିଭି ସିରିଏଲ “ବାଳିକା ବଧୂ” ତାଙ୍କୁ ପ୍ରକୃତ ପରିଚୟ ଦେଇଥିଲା|

ଟିଭି ସିରିଏଲ ଦୁନିଆରେ ସଫଳତା ହାସଲ କରିବା ପରେ ସେ ବଲିଉଡ ଜଗତରେ ପାଦ ଦେଇଥିଲେ| ୨୦୧୪ ମସିହାରେ ଫିଲ୍ମ “ହମ୍ପଟି ଶର୍ମା କି ଦୁଲହନିଆଁ” ରେ ତାଙ୍କର ଅଭିନୟ ଦେଖିବାକୁ ମିଳିଥିଲା| ସେହି ବର୍ଷ ସେ “ବ୍ରୋକନ ବଟ ବିୟୁଟିଫୁଲ” ୱେବସିରିଜରେ ମଧ୍ୟ ଅଭିନୟ କରିଥିବାର ଦେଖିବାକୁ ମିଳିଥିଲା| ଏଥିପାଇଁ ତାଙ୍କୁ ବେଶ ପ୍ରଶଂସା ମଧ୍ୟ ମିଳିଥିଲା|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.