ଦେଖନ୍ତୁ ଏହି ଭୟଙ୍କର ଆକ୍ସିଡେଣ୍ଟ ଭିଡ଼ିଓ : ଲୋମଟାଙ୍କୁରୀ ଉଠିବ,ଦେଖନ୍ତୁ ବୁଡ଼ିଯାଉଥିବା କାରରୁ କେମିତି ପିଲାଙ୍କୁ ….

ଏମିତିରେ ତ ସଡକ ଦୁର୍ଘଟଣା ହେବା ସାଧାରଣ କଥା ଅଟେ | ଅନେକଥର ଏହି ଦୁର୍ଘଟଣାଗୁଡିକ ଲୋକମାନଙ୍କର ବୋକାମୀ କାରଣରୁ ହୋଇଥାଏ ତ ଆଉ କିଛି ଥର ଅଜାଣତରେ ହୋଇଯାଏ | ସୋସିଆଲ ମିଡିଆରେ ମଧ୍ୟ ରାସ୍ତା, ରେଳଠାରୁ ନେଇ ପ୍ଲେନ ଦୁର୍ଘଟଣାର ଭିଡିଓ ଭାଇରଲ ହୋଇଥାଏ | ଯାହାକୁ ଦେଖି ୟୁଜର୍ସଙ୍କ ହୃଦୟ ଦୋହଲିଯାଏ | କିନ୍ତୁ ନିକଟରେ ରାସ୍ତାରେ ହୋଇଥିବା ଏକ ଦୁର୍ଘଟଣାକୁ ଦେଖି ଆପଣ ଡରିଯିବେ | ଏହି ଭିଡିଓକୁ ଦେଖିବାପରେ ଗୋଟିଏ କଥା ତ ସ୍ଥିର ଯେ ଆପଣ ରାସ୍ତା ଉପରେ ନିଜ ଗାଡିକୁ ସାବଧାନତାର ସହିତ ଚଳାଇବେ |

ଏହି ଭିଡିଓରେ ପୋଲ ଉପରେ ବହୁତ ସ୍ପିଡ଼ରେ ଗୋଟିଏ କାର ଯାଉଥିଲା, ଯାହା ଅନେକ ଜିନିଷ ଲଦି ନେଇ ଯାଉଥିବା ଅଟୋ ସହିତ ଧକ୍କା ହୋଇଯାଏ | ଯାହାପରେ କାର ତେଢା ହୋଇ ନଦୀରେ ପଡ଼ିଯାଏ | ଏହାପରେ ଯାହା ହୁଏ, ତାକୁ ଦେଖି ଗୋଟିଏ ମୁହୂର୍ତ୍ତ ପାଇଁ ଆପଣଙ୍କ ନିଶ୍ୱାସ ନିଶ୍ଚିତ ଭାବରେ ଅଟକିଯିବ |

ଭାଇରଲ ହେଉଥିବା ଭିଡିଓରେ ଆପଣ ଦେଖିରିବେ ଯେ ଗୋଟିଏ ପୋଲ ଉପରେ କାର ସ୍ପିଡ଼ରେ ସାମ୍ନାରୁ ଆସିଥିବା ଅଟୋକୁ ଧକ୍କା ମାରିଦିଏ | ଯାହାପରେ ଓଲଟି ପଡି ନଦୀରେ ପଡ଼ିଯାଏ, ଠିକ ସେତିକିବେଳେ ସେହି କାରରୁ ଡ୍ରାଇଭର ବାହାରେ ଏବଂ ପୋଲ ଉପରେ ଠିଆ ହୋଇଥିବା ଲୋକଙ୍କ ଆଡକୁ ପିଲାକୁ ଫିଙ୍ଗିବାକୁ ଲାଗେ | କିନ୍ତୁ ସେଠାରେ ଠିଆ ହୋଇଥିବା ଲୋକମାନେ ପିଲାକୁ ଧରିପାରନ୍ତି ନାହିଁ ଏବଂ ପିଲା କାନ୍ଥରେ ବାଡେଇ ହୋଇ ନଦୀରେ ପଡ଼ିଯାଏ |

ସୋସିଆଲ ମିଡିଆରେ ଲୋକମାନେ ଏହି ଭୟଙ୍କର ଭିଡିଓକୁ ଦେଖି ବହୁତ ଡରି ଯାଇଛନ୍ତି | ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ୪୭ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି | ଲୋକମାନେ କେବଳ ଏହି ଭିଡିଓକୁ ପରସ୍ପର ସହିତ ସେୟାର କରୁନାହାନ୍ତି ବରଂ ଏହା ଉପରେ ବିଭିନ୍ନ ପ୍ରକାରର କମେଣ୍ଟ ଏବଂ ରିଆକ୍ସନ ମଧ୍ୟ ଦେଉଛନ୍ତି |

ଆକ୍ସିଡେଣ୍ଟର ଏହି ଭିଡିଓ ଦେଖି ଲୋମଟାଙ୍କୁରୀ ଉଠିବ :-

ଜଣେ ୟୁଜର ଲେଖିଛନ୍ତି, “ପରିବାରକୁ ସାଥିରେ ନେଇ କାର ଚଳାଉଛନ୍ତି, କିନ୍ତୁ ଧର୍ଯ୍ୟ ନାହିଁ, ଦୁଇ ଡ୍ରାଇଭର ମହାନ ଦେଖାଯାଉଛନ୍ତି |” ସେହିପରି ଅନ୍ୟ ୟୁଜର ଲେଖିଛନ୍ତି ଯେ ପିଲାକୁ ଫିଙ୍ଗିବା ପୂର୍ବରୁ ଚିନ୍ତା କରିବାର ଥିଲା | ସେଠାରେ ଠିଆ ହୋଇଥିବା ବ୍ୟକ୍ତି ସେହି ପିଲା ପାଇଁ ତୁରନ୍ତ ନଦୀକୁ ନ ଡେଇଁଥିଲେ, ବୋଧହୁଏ ବଡ଼ ଦୁର୍ଘଟଣା ହୋଇଯାଇଥାନ୍ତା |

Leave a Reply

Your email address will not be published. Required fields are marked *