ବେରୋଜଗାର ଇଞ୍ଜିନିୟର ପିଇଲେ ବିଷ, ଶୋଇଥିବା ସମୟରେ ପୁଅ-ଝିଅଙ୍କର ବି କାଟିଦେଲେ ବେକ,ଜାଣନ୍ତୁ ପୁରା ଘଟଣା

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଆର୍ଥିକ ସମସ୍ଯାରେ ଥିବା ବେରୋଜଗାର ଇଞ୍ଜିନିୟର ପରିବାର ସହିତ ମିଶି ଆତ୍ମହତ୍ୟା କରିବାକୁ ପ୍ରୟାସ କରିଛନ୍ତି। ଏହି ଘଟଣାରେ ପରିବାରରେ ଦୁଇଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଛି ଓ ଦୁଇଜଣଙ୍କର ସ୍ଥିତି ଗମ୍ଭୀର ଅଟେ। ଯେଉଁମାନଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଅଛି। ପୋଲିସ ଘଟଣାର ଯାଞ୍ଚ କରୁଅଛି।

କଣ ଏହି ମାମଲା:-

ମାମଲା ଭୋପାଳର ସହାରା ଷ୍ଟେଟ ଅଞ୍ଚଳର ଅଟେ। ଯେଉଁଠି ଏକ ସିଭିଲ ଇଞ୍ଜିନିୟରର ପରିବାର ସହିତ ରହୁଥିଲେ। ସିଭିଲ ଇଞ୍ଜିନିୟରଙ୍କର ଲକଡାଉନରେ ଚାକିରି ଚାଲିଗଲା। ଯେଉଁଥିପାଇଁ ସେ ଆର୍ଥିକ ସଙ୍କଟରେ ଯାଉଥିଲେ। ଲମ୍ବା ସମୟ ପର୍ଯ୍ଯନ୍ତ ଆର୍ଥିକ ସମସ୍ଯା ସମାଧାନ ନ ହେବାରୁ ସେ ଆତ୍ମହତ୍ୟା ପାଇଁ ପଦକ୍ଷେପ ନେଲେ। ଓ ପ୍ରୟାସ କରିଲେ। ସ୍ଵାମୀ-ସ୍ତ୍ରୀ ବିଷ ଖାଇ ଜୀବନ ଦେବାକୁ ପ୍ରୟାସ କରିଲେ, ସେହିପରି ୧୬ ବର୍ଷ ପୁଅ ଓ ୧୪ ବର୍ଷର ଝିଅ ବେକ କାଟି ମାରିବାକୁ ଚେଷ୍ଟା କରିଲେ

ଦୁଇଜଣ ସଦସ୍ୟଙ୍କର ମୃତ୍ୟୁ:-

ଏହି ଘଟଣାରେ ସ୍ଵାମୀ ଓ ଝିଅର ମୃତ୍ୟୁ ହୋଇଛି। ସ୍ତ୍ରୀ ଓ ଝିଅ ବର୍ତ୍ତମାନ ଜୀବନ୍ତ ଅଛନ୍ତି ଓ ମୃତ୍ୟୁ ସହ ଲଢେଇ କରୁଛନ୍ତି। ମା-ଝିଅଙ୍କୁ ରାଜଧାନୀର ହମିଦିଆ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ପୋଡଶୀଙ୍କର କହିବା କଥାକି ପରିବାର ବହୁ ଲମ୍ବା ସମୟରୁ ଆର୍ଥିକ ସମସ୍ଯାରେ ଥିଲା ଓ ଡିପ୍ରେସନରେ ମଧ୍ୟ ଥିଲେ। କୁହାଯାଉଛିକି ଡିପ୍ରେସନ ଓ ଆର୍ଥିକ ଅଭାବ କାରଣରୁ ସାରା ପରିବାର ଏମିତି ଆତ୍ମହତ୍ୟା ପାଇଁ ପଦକ୍ଷେପ ଉଠାଇଛନ୍ତି।

ମାମଲାରେ ରାଜନୀତି ଆରମ୍ଭ:-

ଏହି ସୂଚନା ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଲା ସେତେବେଳେ ଭିତରେ ଥିବା ଦୃଶ୍ୟକୁ ହୃଦୟ ଥରାଇଦେବା ଭଳି ଥିଲା। ବିଛୁଣା ରକ୍ତାକ୍ତ ହୋଇଥିଲା। କାନ୍ଥରେ ରକ୍ତର ଛିଟା ପଡିଥିଲା। ସେହିପରି ଘଟଣାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଗଲା। କଂଗ୍ରେସ ଏହି ଘଟଣାକୁ ନେଇ ସରକାରଙ୍କୁ ଦାୟିତ୍ଵ ଦେଲେ। ପୂର୍ବ ମନ୍ତ୍ରୀ ପିସି ଶର୍ମା କହିଥିଲେକି ମଧ୍ୟପ୍ରେଦେଶରେ ବେରୋଜଗାର ଯୋଗୁଁ ଆତ୍ମହତ୍ୟାର ଘଟଣା ଘଟୁଅଛି।

Leave a Reply

Your email address will not be published.