ଆମେରିକୀୟ ସେନା ଛାଡିଗଲା ନିଜର ହେଲିକପ୍ଟର, ଜାଣନ୍ତୁ ତା ସହିତ କଣ କଲେ ତାଲିବାନ ଲୋକମାନେ

ତାଲିବାନର କବଜା ପରଠାରୁ ଲଗାତାର ଭାବରେ ଆଫଗାନିସ୍ତାନରେ ପରିସ୍ଥିତି ଭୟଙ୍କର ହୋଇଚାଲିଛି | ଆଜ୍ଞା ହଁ, ତାଲିବାନମାନଙ୍କର କ୍ଷମତାକୁ ଏହି କଥାରୁ ଅନୁମାନ କରାଯାଇପାରେ ଯେ ସେମାନେ ଏଥର ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସେନାକୁ ମଧ୍ୟ ଭୟଭୀତ କରିବାରେ ସଫଳ ହୋଇଥିବାର ଦେଖାଯାଉଛନ୍ତି |

ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ଦିନ ହେଲାଣି ତାଲିବାନୀ ମାନେ ଆମେରିକୀୟ ସେନାଙ୍କୁ ୩୧ ତାରିଖ ସୁଦ୍ଧା ଦେଶ ଛାଡିବାକୁ ଅଲ୍ଟିମାଟମ ଦେଇଥିଲା ଏବଂ ଆମେରିକା ସେନା ସ୍ଥିର ସମୟସୀମା ପୂର୍ବରୁ ହିଁ ଆଫଗାନିସ୍ତାନ ଛାଡିଦେଲା | ଏହାପରେ ତାଲିବାନର ଯୋଦ୍ଧମାନେ କାବୁଲ ବିମାନବନ୍ଦରରେ ଏକ ହ୍ୟାଙ୍ଗରରେ ପ୍ରବେଶ କଲେ, ଯେଉଁଠାରେ ସେମାନଙ୍କୁ ଚିନୁକ ହେଲିକପ୍ଟରକୁ ଯାଞ୍ଚ କରୁଥିବାର ଦେଖାଯାଇଛି | କୁହାଯାଉଛି ଯେ ତାଲିବାନର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି | ଏହି ଭିଡିଓକୁ ଜଣେ ସାମ୍ବାଦିକ ନବୀହ ବୁଲୋସ ଟ୍ୱିଟ କରିଛନ୍ତି 

ଉଲ୍ଲେଖଯୋଗ୍ୟ ଯେ ଭିଡିଓରେ ଆପଣ ଅତି କମରେ ଦଶଜଣ ଅସ୍ତ୍ରଶସ୍ତ୍ରଧାରୀ ତାଲିବାନୀମାନଙ୍କୁ ହେଲିକପ୍ଟର ପାଖରେ ଦେଖିପାରିବେ | ସେହିପରି ସାମ୍ବାଦିକ ନବୀହ ବୁଲୋସ ଭିଡିଓ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି, ” ବର୍ତ୍ତମାନ ସେ (ତାଲିବାନ ) ପଦ ଭାର ସମ୍ଭାଳୁଛି |” କୁହାଯାଉଛି ଯେ ୨୮ ସେକେଣ୍ଡର ଏହି କ୍ଲିପକୁ ଟ୍ୱିଟରରେ ୨୫ ଲକ୍ଷରୁ ଅଧିକଥର ଦେଖାଗଲାଣି | ସେହିପରି ଟ୍ୱିଟର ୟୁଜର ହେଲିକପ୍ଟରକୁ ସେଠାରେ ଛାଡି ଯିବା ବିଷୟରେ ଚିନ୍ତା ପ୍ରକାଶ କରିଛନ୍ତି |

ତେବେ ଜଣେ ଆମେରିକୀୟ ଜେନେରାଲ କହିଛନ୍ତି ଯେ ସେନା କାବୁଲ ଏୟାରପୋର୍ଟରୁ ଯିବା ପୂର୍ବରୁ ଅନେକ ବିମାନ ଏବଂ ଯୁଦ୍ଧ ବିମାନ ସହିତ ଗୋଟିଏ ଉଚ୍ଚ ଟେକ୍ନୋଲୋଜିର ରକେଟ ରକ୍ଷା ପ୍ରଣାଳୀକୁ ଅକ୍ଷମ କରି ଦେଇଛନ୍ତି | ସେଣ୍ଟ୍ରାଲ କମାଣ୍ଡର ମୁଖ୍ୟ ଜେନେରାଲ କେନେଥ ମ୍ୟାକେଙ୍କି କହିଛନ୍ତି ଯେ ହାମିଦ କରଞ୍ଜାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ପୂର୍ବରୁ ଥିବା ୭୩ ଟି ବିମାନକୁ ନଷ୍ଟ କରି ଦିଆଯାଇଛି | ସେ କହିଛନ୍ତି, “ସେହି ବିମାନଗୁଡ଼ିକ ଆଉ କେବେ ବି ଉଡ଼ିପାରିବ ନାହିଁ | ତାହା କେବେ ବି କାହା ଦ୍ୱାରା ପରିଚାଳିତ ହୋଇପାରିବେ ନାହିଁ |”

ଏହା ପରେ, ବର୍ତ୍ତମାନ କାବୁଲ ଉପରେ ସମ୍ପୂର୍ଣ୍ଣ ଭାବରେ ତାଲିବାନର ଶାସନ ଚାଲିଲାଣି ଏବଂ ଏହି ତାଲିବାନ ନିୟମ କେଉଁଠି ନା କେଉଁଠି ସ୍ଥାନୀୟ ନାଗରିକ ଏବଂ ମହିଳାଙ୍କ ସ୍ୱାର୍ଥରେ ନୁହେଁ, କିନ୍ତୁ ତଥାପି ବିଶ୍ୱ ଭ୍ରାତୃଭାବ ଏବଂ ଦାୟିତ୍ୱବାନ ସଂଗଠନ ଚୁପଚାପ ବସିଛନ୍ତି | ଯାହା ନିଜେ ନିଜେ ପ୍ରଶ୍ନ ଠିଆ କରୁଛି |

Leave a Reply

Your email address will not be published. Required fields are marked *