ଆଜିଠୁ ସାରା ରାଜ୍ୟରେ କାର୍ଯ୍ୟକ୍ଷମ ହେଲା ବିଜୁ ସ୍ୱାସ୍ଥ୍ୟ କାର୍ଡ , ଉପକୃତ ହେବେ ସାଢେ ୩ କୋଟି ଲୋକ

ଆଜିଠାରୁ ସାରା ରାଜ୍ୟରେ କାର୍ଯ୍ୟକ୍ଷମ ହୋଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ| ଏହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାଢେ ୩ କୋଟି ଲୋକ ଉପକୃତ ହେବେ| ଆଜିଠୁ ମାଲକାନଗିରି ଜିଲ୍ଲାରୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟାଯାଇଛି| ଏହି ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗ ଦାନ କରିଥିଲେ| ରାଜ୍ୟର ୯୬ ଲକ୍ଷ ପରିବାର ଏହି କାର୍ଡ ପାଇବେ|

ନୂତନ ବ୍ୟବସ୍ଥା ଅନୁଯାୟୀ, ମେଡିକାଲରେ କୌଣସି ଡକ୍ୟୁମେଣ୍ଟ ଦେବାକୁ ପଡିବ ନାହିଁ| କେବଳ ଏହି ବିଜୁ ସ୍ୱାସ୍ଥ୍ୟ କାର୍ଡ ସହିତ ମେଡିକାଲକୁ ଯିବାକୁ ପଡିବ| ଏହି କାର୍ଡ ସାହାର୍ଯ୍ୟରେ ପରିବାର ପାଇଁ ୫ ଲକ୍ଷ ଏବଂ ମହିଳାଙ୍କ ପାଇଁ ୧୦ ଲକ୍ଷ ତାଙ୍କ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଦିଆଯିବ| ଏହିଭଳି ଚିକିତ୍ସା ସୁବିଧା ଦେବାରେ ଓଡିଶା ସାରା ଦେଶରେ ପ୍ରଥମ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.