ବୈଜ୍ଞାନିକଙ୍କ ବଡ଼ ଦାବି : ଶ୍ଵସନ ତନ୍ତ୍ରର ନୁହେଁ ବରଂ ରକ୍ତ ବାହିକାର ରୋଗ ଅଟେ ଏହି କୋଭିଡ଼-19, ଜାଣନ୍ତୁ ଏହାର ମୁଖ୍ୟ କାରଣ

ବିଗତ ଦେଢ଼ ବର୍ଷରୁ ଅଧିକ ସମୟ ହେବ କରୋନା ସଂକ୍ରମଣ ସାରା ଦୁନିଆ ପାଇଁ ବହୁତ ବଡ଼ ସମସ୍ୟାର କାରଣ ହେବ। ବହୁତ ଅଧ୍ୟୟନରୁ ବୈଜ୍ଞାନିକ ଏହାକୁ ଶ୍ୱସନ ରୋଗ ବୋଲି କୁହନ୍ତି। ଏକ ହୋଇଥିବା ଅଧ୍ୟୟନରେ ବୈଜ୍ଞାନିକ ମାନେ ବ୍ୟାପକ ରୂପରେ ସ୍ୱୀକାର କରାଯାଇଥିବା ଏହି ତଥ୍ୟକୁ ବାରଣ କରି ଦାବି କରିଛନ୍ତି ଏହା ଶ୍ୱସନ ରୋଗ ନୁହେଁ ବରଂ ବ୍ୟାସକୁଲାର ଡିଜିଜ ଅଟେ। ସରଳ ଶବ୍ଦରେ ବୈଜ୍ଞାନିକଙ୍କ କହିଲେ ବୈଜ୍ଞାନିକଙ୍କ କହିବା ହେଲା କୋଭିଡ଼-19 ଶ୍ଵସନ ପଥ ର ନୁହେଁ ରକ୍ତ ବାହିକାକୁ ପ୍ରଭାବିତ କରୁଥିବା ରୋଗ ଅଟେ।

ୟୁନିଭରସିଟି ଅଫ କାର୍ଲିଫର୍ନିଆ-ସେନ ଡିଏଗୋ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ବୈଜ୍ଞାନିକଙ୍କ କହିବା ହେଲା କରୋନା ସଂକ୍ରମିତଙ୍କ ଠାରେ ଯେଉଁଭଳି ଲକ୍ଷଣ ଦେଖିବାକୁ ମିଳୁଛି। ତାହା ଆଧାରରେ ତାକୁ ବ୍ୟାସକୁଲାର ଡିଜିଜ ମାନାଯାଏ। ବୈଜ୍ଞାନିକଙ୍କ କହିବା ହେଲା, କୋଭିଡ ରୋଗୀଙ୍କ ଠାରେ ରକ୍ତର ଧକା ଓ କୋଭିଡ଼-ଫୁଟ ଭଳି ସମସ୍ୟା ଦେଖିବାକୁ ମିଳୁଛି, ଶ୍ଵସନ ସମ୍ବନ୍ଧୀୟ ରୋଗରେ ଏହିପ୍ରକାରର ଲକ୍ଷଣ ଦେଖାଦେବା ଅସାମାନ୍ୟ ଅଟେ। ଏହି ସମସ୍ୟା ସେତେବେଳେ ହୋଇଥାଏ ଯେତେବେଳେ ବ୍ୟକ୍ତିର ରକ୍ତ ବାହିକାରେ କୌଣସି ସମସ୍ୟା ରହିଥିବ। ଏମିତିରେ କୋଭିଡ଼-19 କୁ ବ୍ୟାସକୁଲାର ଡିଜିଜ ରୂପରେ ଦେଖାଯିବାର ଆବଶ୍ୟକତା ରହିଛି। ଆଗାମୀ ସ୍ଲାଇଡ଼ରେ ଏହି ଅଧ୍ୟୟନ ବିଷୟରେ ବିସ୍ତାର ରୂପରେ ଜାଣିବା ପାଇଁ ଚେଷ୍ଟା ଜାରି ରହିଛି।

ରକ୍ତ ବାହିକାକୁ କ୍ଷତି ପହଞ୍ଚାଇ ଥାଏ କରୋନା ଭାଇରସ:-

ସରକୁଲେସନ ରିସର୍ଚ୍ଚ ନାମକ ଜର୍ଣ୍ଣାଲରେ ପ୍ରକାଶିତ ଅଧ୍ୟୟନର ନିଷ୍କର୍ଷ ରେ ବୈଜ୍ଞାନିକ ମାନେ ସ୍ପଷ୍ଟ କରିଛନ୍ତି କେଉଁଭଳି ଭାବରେ କରୋନା ଭାଇରସ ରକ୍ତ ବାହିକା ଓ ସଞ୍ଚାର ପ୍ରଣାଳୀ ଉପରେ ଆକ୍ରମଣ କରିପାରେ। ଅଧ୍ୟୟନରେ ବୈଜ୍ଞାନିକ କୁହନ୍ତି କି, ଭାଇରସର ଏସ ପ୍ରୋଟିନ ଏସିଇ 2 ରିସେପ୍ଟର ଉପରେ ଆକ୍ରମଣ କରିଥାଏ, ଯାହାକି କୋଶିକାରେ ଉର୍ଜା ଉତ୍ପନ୍ନ କରୁଥିବା ମାଇଟୋକଣ୍ଡ୍ରିଆକୁ କ୍ଷତି ପହଞ୍ଚାଇଥାଏ। ଏହି ପ୍ରକାରରେ ଏଣ୍ଡୋଥେଲିୟମକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ, ଯାହାକି ରକ୍ତ ବାହିକାକୁ ରେଖାବଦ୍ଧ କରିଥାଏ।

ଆଧ୍ୟୟନକର୍ତା କଣ କହୁଛନ୍ତି?:-

ଅଧ୍ୟୟନ ପାଇଁ ବୈଜ୍ଞାନିକ ମାନେ କରୋନା ଭଳି ଏକ କୃତ୍ରିମ ଭାଇରସ ବନାଇଛନ୍ତି। ଏଥିରେ କେବଳ ଏସ ପ୍ରୋଟିନକୁ ରଖାଯାଇଛି, ଏହାର ଉଦ୍ଧେଶ୍ୟ ଏହା ପତା କରିବା ଅଟେ କି, କଣ ଏହା ପ୍ରୋଟିନ ରୋଗ ଜନ୍ମ କରିବା ପାଇଁ ପର୍ଯ୍ୟାପ୍ତ ଅଟେ? ଅଧ୍ୟୟନ ବିଷୟରେ ବିଶ୍ୱ ବିଦ୍ୟାଳୟର ସହାୟକ ପ୍ରଫେସର ଉରି ମନୋର କହିଛନ୍ତି, ଗବେଷଣା ଆଧାରରେ ଆମେ ଜାଣିବାକୁ ପାଇଲୁ କୋଭିଡ଼-19 ବାସ୍ତବରେ ଏକ ସଂବହିନୀ ରୋଗ ଅଟେ। କୋଭିଡ଼-19 ରେ ସଂକ୍ରମିତ ହେଉଥିବା ଲୋକଙ୍କ ଠାରେ ଷ୍ଟ୍ରୋକ କିମ୍ବା ଶରୀରରେ ଅନ୍ୟ ଅଙ୍ଗରେ ସମସ୍ୟା କାହିଁକି ଆସିଥାଏ? ଏହି ସମସ୍ତ ସମସ୍ୟାର ଗୋଟିଏ କାରଣ ଏହାକି ଯେ, କୋଭିଡ଼-19 ବ୍ୟାସକୁଲାର ରୋଗ ଅଟେ। ଓ ଏହା ମୁଖ୍ୟ ରୂପରେ ରକ୍ତ ବାହିକାକୁ ପ୍ରଭାବିତ କରିଥାଏ, ଶ୍ବସନ ପଥକୁ ନୁହେଁ।

ଶ୍ବସନ ରୋଗରେ ଏହିପରି ଲକ୍ଷଣ ଦେଖା ଦିଏନାହିଁ:-

ସ୍ପେନ ସ୍ଥିତ ବେଲବିଟଜ ୟୁନିଭରସିଟି ହସ୍ପିଟାଲରେ ଇଣ୍ଟେସିବ କେୟାର ପ୍ରମୁଖ ପ୍ରଫେସର ରାଫେଲ ମାନୋଜ ମେଣ୍ଡିଲୁସ କହିଥାନ୍ତି ବ୍ୟାସକୁଲାର ଡିଜିଜ କରୋନା ରୋଗୀର ପ୍ରତିରକ୍ଷା ପ୍ରଣାଳୀର ଇମ୍ପ୍ଲାମେଟୋରୀ ରେସପନ୍ସ ସମ୍ବନ୍ଧିତ ହୋଇପାରେ କି କରୋନା ଭାଇରସ ଶରୀରର ରକ୍ତ ବାହିକାକୁ କ୍ଷତି ପହଞ୍ଚାଇ ଥାଏ। ଯଦି ଏହା ଶ୍ବସନ ସମ୍ବନ୍ଧିତ ରୋଗ ହୋଇଥାଏ ତାହେଲେ ରୋଗୀଙ୍କ ଠାରେ ଷ୍ଟ୍ରୋକ ଓ କୋଭିଡ଼ ଫିଟ ଭଳି ଲକ୍ଷଣ ଦେଖିବାକୁ ମିଳେନାହିଁ।

ଫୁସଫୁସ କୋଭିଡ଼ କାରଣରୁ ରୋଗୀଙ୍କୁ ହେଉଛି ବହୁତ ସମସ୍ୟା:-

କୋଭିଡ଼-19 ରୁ ଠିକ ହୋଇସାରିଥିବା ରୋଗୀଙ୍କ ଠାରେ ଫୁସଫୁସ କୋଭିଡ଼ ରୂପରେ କେତେକ ଗମ୍ଭୀର ସମସ୍ୟା ଦେଖିବାକୁ ମିଳୁଛି। ଏବେଏବେ କରାଯାଇଥିବା ଏକ ଅଧ୍ୟୟନରେ ବୈଜ୍ଞାନିକ ମାନେ କହିଥିଲେ କି, କୋଭିଡ଼-19 ରୁ ଠିକ ହୋଇସାରିଥିବା ଲୋକଙ୍କ ଠାରେ କୋଭିଡ଼-ଫୁଟ ହୋଇପାରେ। କୋଭିଡ଼ ହୋଇଥିବା ଯେଉଁ ରୋଗୀଙ୍କୁ ଡ଼ାଇବେଟିସ ସମସ୍ୟା ଥିଲା, ଏଥିରେ ଏହି ରୋଗ ଆହୁରି ସାମାନ୍ୟ ହୋଇଯାଇଥାଏ। ଏହାବ୍ୟତୀତ ବୈଜ୍ଞାନିକ ମାନେ କହିଲେ କି, କୋଭିଡ଼-19 ରୁ ଠିକ ହେବାପରେ ଲୋକମାନଙ୍କ ଠାରେ ଷ୍ଟ୍ରୋକ ଭଳି ସମସ୍ୟା ଦେଖାଦେଇପାରେ। ଏହି ସମସ୍ୟାର ମୁଖ୍ୟ କାରଣ ରକ୍ତ ବାହିକାରେ ହୋଇଥିବା ସମସ୍ୟା ମାନା ଯାଇଥାଏ।

Leave a Reply

Your email address will not be published.