ଦଶମ ପାସ କରିଥିବା ପାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ: ISRO ରେ ଖାଲି ରହିଛି ପଦବୀ

ସାଧାରଣତଃ ଭାବରେ ଦଶମ ପାସ କରିବା ପରେ ଯୋଗ୍ୟ ପାର୍ଥୀ ସରକାରୀ ଚାକିରୀ ଖୋଜାଖୋଜି କରନ୍ତି| କିନ୍ତୁ, କମ ଯୋଗ୍ୟତା ଥିବା କାରଣରୁ ମନମୁତାବକ ଚାକିରୀଟିଏ ମିଳିନଥାଏ| କିନ୍ତୁ, ଆପଣ ଜମା ବ୍ୟସ୍ତ ହୁଅନ୍ତୁ ନାହିଁ| ଆମେ ଆଜି ଆପଣ ମାନଙ୍କ ପାଇଁ ଏଭଳି ଏକ ଖବର ନେଇ ଆସିଛୁ| ଯାହାଦ୍ୱାରା ସରକାରୀ ଚାକିରୀ ପାଇଁ ଆଶାୟୀ ମାନେ ଦଶମ ପାସ କରିଥିଲେ ମଧ୍ୟ ମନ ମୁତାବକ ଚାକିରୀ ପାଇଁ ଆବେଦନ କରିପାରିବେ| ଆଉ ସହଜରେ ମଧ୍ୟ ସରକାରୀ ପଦବୀରେ ନିଯୁକ୍ତି କରିପାରିବେ| ଇଣ୍ଡିଆନ ସ୍ପେସ ରିସର୍ଚ ଅର୍ଗାନାଇଯେସନ (ISRO) ଲିକ୍ୱିଡ଼ ପ୍ରପଲସନ ସିଷ୍ଟମ ସେଣ୍ଟର ତରଫରୁ ବିଭିନ୍ନ ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି| ଏହି ପଦବୀ ପାଇଁ ଜାରି କରାଯାଇଥିବା ନୋଟିଫିକେସନ ଅନୁସାରେ, ଦଶମ ପାସ କରିଥିବା ଆଶାୟୀ ପାର୍ଥୀ ଭାରି ବାହନ ଚାଳକ,ହାଲୁକା ବାହନ ଚାଳକ,ରୋଷେୟା,ଫାୟରମ୍ୟାନ,କ୍ୟାଟେରିଙ୍ଗ ଆଟେଣ୍ଡାଟ ଭଳି ପଦବୀ ପାଇଁ ଆବେଦନ କରିପାରିବେ | ସମୁଦାୟ ୮ଟି ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି କରାଯାଇଛି|ଏହି ପଦବୀ ସମ୍ପର୍କରେ ଅଧିକ ଜାଣିବା ପାଇଁ ଇସ୍ରୋ ଅଫିସିଆଲ ୱେବସାଇଟକୁ ଯାଇ ସମସ୍ତ ବିବରଣୀ ଜାଣିପାରିବେ|

ଆବେଦନ ପାଇଁ କଣ ରହିଛି ସର୍ବନିମ୍ନ ଯୋଗ୍ୟତା ଜାଣନ୍ତୁ:-

ଭାରୀ ବାହନ ଚାଳକ,ହାଲୁକା ବାହନ ଚାଳକ,ରୋଷେୟା ପାଇଁ ସର୍ବାଧିକ ବୟସ ୩୫ ବର୍ଷ ହୋଇଥିବା ଦରକାର|

ଫାୟାର ମ୍ୟାନ ଓ କ୍ୟାଟେରିଙ୍ଗ ଆଟେଣ୍ଡାଟ ପଦବୀ ପାଇଁ ସର୍ବାଧିକ ବୟସ ୨୫ ବର୍ଷ ହେବା ଦରକାର|

ଏହି ପଦବୀ ପାଇଁ ଆଶାୟୀ ପାର୍ଥୀ ଦଶମ ପାସ କରିଥିବା ଦରକାର|

ଏଥିସହିତ ନିର୍ଦ୍ଦିଷ୍ଟ ପଦବୀ ଗୁଡିକର କାର୍ଯ୍ୟରେ ଅନୁଭବ ଥିବା ନିହାତି ଜରୁରୀ|

ଜରୁରୀ ସୂଚନା:-

ଏହି ପଦବୀ ପାଇଁ ଅଗଷ୍ଟ ୨୪ ତାରିଖରୁ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ|

ଡ୍ରାଇଭର:- ୧୯ ହଜାର ୯୦୦ ରୁ ୬୩ ହଜାର ୨୦୦ ଟଙ୍କା ଦରମା

ରୋଷେଇୟା:- ୧୯ ହଜାର ୯୦୦ ରୁ ୬୩ ହଜାର ୨୦୦ ଟଙ୍କା ଦରମା

ଫାୟରମ୍ୟାନ:- ୧୯ ହଜାର ୯୦୦ ରୁ ୬୩ ହଜାର ୨୦୦ ଟଙ୍କା ଦରମା

କ୍ୟାଟେରିଙ୍ଗ ଆଟେଣ୍ଡାଟ :- ୧୮ ହଜାର ରୁ ୫୬ ହଜାର ୯୦୦ ଟଙ୍କା ଦରମା

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.