ସାରା ରାଜ୍ୟରୁ ଉଠିଲା ସପ୍ତାହାନ୍ତ ଲକଡାଉନ: ରାତି ୧୦ଟା ପର୍ଯ୍ୟନ୍ତ ସବୁ ଖୋଲା

କରୋନା ମହାମାରୀଙ୍କୁ ନେଇ ଆସିଲା ସେପ୍ଟେମ୍ବର ମାସର ଗାଇଡଲାଇନ| ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା| ନୂଆ ଗାଇଡଲାଇନ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ| ରାଜ୍ୟର କୌଣସି ସ୍ଥାନରେ ସାପ୍ତାହିକ ସଟଡାଉନ ରହିବ ନାହିଁ| କିନ୍ତୁ, ପୌରାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ବଳବତ୍ତର ରହିବ|

ନୂଆ ଗାଇଡଲାଇନ ଅନୁଯାୟୀ, ସେପ୍ଟେମ୍ବର ମାସ ପହିଲାରୁ ଅକ୍ଟୋବର ମାସ ୧ ତାରିଖ ପର୍ଯ୍ୟନ୍ତ କୋଭିଡ ଗାଇଡଲାଇନ ବଳବତ୍ତର ରହିବ| ଏଥିସହିତ ସାରା ରାଜ୍ୟର ସକାଳ ୫ ଟାରୁ ରାତି ୧୦ ଟ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ| ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତ ପୌରାଞ୍ଚଳରେ ନାଇଟ କର୍ଫ୍ୟୁ ଜାରି ରହିବ|

ସେହିପରି ଭାବରେ ଧାର୍ମିକ,ରାଜନୈତିକ,ସମାଜିକ ସମାବେଶ କାର୍ଯ୍ୟକ୍ରମରେ କଟକଣା ବଳବତ୍ତର ରହିବ| ମେଳା ମହୋତ୍ସବ,ପ୍ରଦର୍ଶନୀ କାର୍ଯ୍ୟକ୍ରମ ଉପରେ କଟକଣା ଜାରି ରହିବ| ସିନେମା ହଲ,ରେଷ୍ଟୁରାଣ୍ଟ,ମଲ,ଧାର୍ମିକ ସ୍ଥଳୀ ଗୁଡିକରେ କରୋନା କଟକଣା ପୂର୍ବଭଳି ବଳବତ୍ତର ରହିବ। ବାହାଘର କାର୍ଯ୍ୟକ୍ରମରେ ଏଣିତି ୨୫୦ ଜଣ ଉପସ୍ଥିତ ରହିପାରିବେ| ପରିବାର, ପୁରୋହିତ, ବ୍ୟାଣ୍ଡ ପାର୍ଟି ସମସ୍ତଙ୍କୁ ମିଶାଇ ୨୫୦ ଜଣ ବିବାହ ଶୋଭାଯାତ୍ରାକୁ ଅନୁମତି ଦିଆଯାଇଛି| ଏହା ସହିତ ସୁଦ୍ଧିକ୍ରିୟାରେ ମଧ୍ୟ ୨୫୦ ଜଣ ରହିପାରିବେ| ପୂର୍ବରୁ ବିବାହ ଏବଂ ଶୁଦ୍ଧିକ୍ରିୟାରେ ୫୦ ଜଣ ଉପସ୍ଥିତ ରହିବାକୁ ଅନୁମତି ଦିଆଯାଇଥିଲା|

ଯଦି କୌଣସି ଅଞ୍ଚଳରେ ସଂକ୍ରମଣ ସଂଖ୍ୟା ବୃଦ୍ଧିପାଏ ତାହେଲେ ସେ ଅଞ୍ଚଳର ସ୍ଥାନୀୟ ପ୍ରଶାସନ କଟକଣା ଜାରି କରିପାରି​ବେ| ଆସନ୍ତା ଅକ୍ଟୋବର ମାସ ୧ ତାରିଖ ପର୍ଯ୍ୟନ୍ତ ଲାଗୁ ରହିବ ନୂଆ ଗାଇଡଲାଇନ| ଲୋକମାନଙ୍କର ଜବୀନଜୀବିକାକୁ ନଜରରେ ରଖି ନୂଆ ଗାଇଡଲାଇନ ଲାଗୁ କରିଛନ୍ତି ରାଜ୍ୟ ସରକାର|

Leave a Reply

Your email address will not be published. Required fields are marked *