ସେପ୍ଟେମ୍ୱର ୩ରୁ ପ୍ରବଳ ବର୍ଷା

ରାଜ୍ୟରେ ଲଘୁଚାପ ପ୍ରଭାବ କମିଛି| ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବା କାରଣରୁ ରାଜ୍ୟରେ ବର୍ଷା ଲାଗି ରହିଛି| ଆଗାମୀ ୫ ଦିନ ପାଇଁ ଭାରତ ପାଣିପାଗ କେନ୍ଦ୍ର ତରଫରୁ ସତର୍କତା ଜାରି କରାଯାଇଛି| ଅଗଷ୍ଟ ୩୦ ତାରିଖରୁ ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି| ଆଉ ସେପ୍ଟେମ୍ବର ୩ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି|

କେନ୍ଦୁଝର ଜିଲ୍ଲା,ମୟୂରଭଞ୍ଜ ଜିଲ୍ଳା,ଗଜପତି ଜିଲ୍ଳା,ରାୟଗଡ଼ା ଜିଲ୍ଳା ଓ କୋରାପୁଟ ଜିଲ୍ଳାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି| ଭାରତ ପାଣିପାଗ କେନ୍ଦ୍ର ତରଫରୁ ଏହି ଜିଲ୍ଳା ମାନଙ୍କୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି| ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ସାଧାରଣତଃ ଆକାଶ ମେଘୁଆ ରହିବା ସହିତ କିଛି ଅଞ୍ଚଳରେ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି| ଏହି ସମୟରେ ସର୍ବାଧିକ ୩୩ ଡିଗ୍ରି ସେଣ୍ଟିଗ୍ରେଡ ତାପମାତ୍ରା ଓ ସର୍ବନିମ୍ନ ୨୫ଡିଗ୍ରି ସେଣ୍ଟିଗ୍ରେଡ ତାପମାତ୍ରା ରହିବ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *