ଦେଖନ୍ତୁ ଭିଡିଓ : ଟ୍ରକକୁ ଭୟଙ୍କର ଭାବରେ ଧକ୍କା ଦେଲା ଟ୍ରେନ,ଦେଖନ୍ତୁ ତା ପରର ଦୃଶ୍ୟ

ରେଳଗାଡ଼ିର ଯାତ୍ରା ତ ସବୁଠାରୁ ସ୍ପିଡ଼ ହୋଇଥାଏ | କିନ୍ତୁ ବେଳେବେଳେ ଏପରି ରେଳ ଦୁର୍ଘଟଣା ଘଟିଯାଏ, ଯାହାକୁ ଦେଖିବାମାତ୍ରେ ମଣିଷର ଲୋମଟାଙ୍କୁରୀ ଉଠେ | ଏମିତିରେ ଆପଣ ସୋସିଆଲ ମିଡିଆରେ ଅନେକ ରେଳ ଦୁର୍ଘଟଣାର ଖତରନାକ ଭିଡିଓ ଦେଖିଥିବେ | କିନ୍ତୁ ଆଜିକାଲି ଇଣ୍ଟରନେଟ ଦୁନିଆରେ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି | ଏହି ଭିଡିଓ ଆମେରିକାର ଟେକ୍ସସର ସହର ସ୍ୟାଣ୍ଟ ଏଣ୍ଟନିୟର ଅଟେ | ଯେଉଁଠାରେ ଗୋଟିଏ ଟ୍ରେନ ଟ୍ରକକୁ ଜୋରରେ ଧକ୍କା ମାରିଦେଲା |

ଗୋଟିଏ ରିପୋର୍ଟ ଅନୁଯାୟୀ, ଏହି ଧକ୍କା ରବିବାର ଦିନ ଦ୍ୱିପ୍ରହରରେ ହୋଇଛି | ଏହି ସମୟରେ ହାଇୱେ ୧୮୩ରେ ତିଆରି ହୋଇଥିବା ରେଳ ଟ୍ରାକରେ ଏହି ଟ୍ରକ ଅଟକି ଯାଇଥିଲା | ଏହି ସମୟରେ ପଛରୁ ଟ୍ରେନ ଆସୁଥିଲା | ଏହାପରେ ଟ୍ରେନ ସିଧା ଟ୍ରକ ସହିତ ଯାଇ ଧକ୍କା ହୋଇଗଲା | ଯେଉଁ ସମୟରେ ଏହି ଦୁର୍ଘଟଣା ହେଲା, ସେହି ସମୟରେ ଟ୍ରେନର ବେଗ ବହୁତ ଦ୍ରୁତ ଥିଲା | ଏହି ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଇପାରେ ଯେ କିପରି ଟ୍ରେନ ସ୍ପିଡ଼ରେ ଆସୁଛି ଏବଂ ସେ ଟ୍ରକର ପଛ ଅଂଶକୁ ଧକ୍କା ମାରୁଛି |

ଏଠାରେ ଦେଖନ୍ତୁ ଭିଡିଓ :-

ଏହି ଭାଇରଲ ଭିଡିଓରେ ଆଗକୁ ଦେଖାଯାଉଛି ଯେ ଟ୍ରକ ପଛରେ ବିଣ୍ଡ ଟରବାଇନ ବ୍ଲେଡ ରଖାଯାଇଥିଲା | ଟ୍ରେନ ତା ସହିତ ବାଡେଇ ହୋଇଗଲା, ଧକ୍କା ଏତେ ଜୋରରେ ହେଲା ଯେ ଟ୍ରକ ହିଁ ଓଲଟାଇଗଲା | ତେବେ ଖୁସିର କଥା ଏହା ଯେ ଏହି ସମୟରେ କୌଣସି ବ୍ୟକ୍ତି ଆହତ ହୋଇନାହାନ୍ତି | ସୋସିଆଲ ମିଡିଆରେ ମଧ୍ୟ ଏହି ଭିଡିଓ ବହୁତ ଦ୍ରୁତ ଗତିରେ ଭାଇରଲ ହେବାରେ ଲାଗିଛି | ଏହି ଭିଡିଓ ଦେଖିବାପରେ ଅନେକ ଲୋକ କହିଛନ୍ତି ଯେ ସତରେ ଟ୍ରେନ ଦୁର୍ଘଟଣା ବହୁତ ଭୟଙ୍କର ହୋଇଥାଏ | ତେଣୁ ଜରୁରୀ ଅଟେ ଯେ ଟ୍ରେନଠାରୁ ଉଚିତ ଦୂରତା ରଖିବା ଉଚିତ |

ଟ୍ୱିଟରରେ ଏହି ଭିଡିଓକୁ PermianLandman ନାମକ ହ୍ୟାଣ୍ଡେଲରୁ ସେୟାର କରାଯାଇଛି | ଖବର ଲେଖାଯିବା ବେଳକୁ ଏହି ଭିଡିଓକୁ ୩ ମିଲିୟନରୁ ଅଧିକଥର ଦେଖାଯାଇଥିଲା | ସେହିପରି ଏହି ଭିଡିଓକୁ ୮୪ ହଜାରରୁ ଅଧିକଥର ଲାଇକ କରାଯାଇଛି ଏବଂ ୨୬ ହଜାରରୁ ଅଧିକ ଲୋକ ଏହାକୁ ରିଟ୍ୱିଟ କରିଛନ୍ତି | ଏହାସହିତ ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ୨ ହଜାରରୁ ଅଧିକ ଲୋକ ନିଜର ପ୍ରତିକ୍ରିୟା ଲେଖିଛନ୍ତି | ଏହାସହିତ ଏହାକୁ ବହୁତ ମାତ୍ରାରେ ସେୟାର ମଧ୍ୟ କରାଯାଉଛି |

Leave a Reply

Your email address will not be published. Required fields are marked *