ଦେଖନ୍ତୁ ଏକ ମଜାଦାର ଭିଡ଼ିଓ : ଲାଇଭ ମ୍ୟାଚ ସମୟରେ ପଡ଼ିଆ ଭିତରକୁ ପଶିଗଲା କୁକୁଡ଼ା,ଆଉ ତା ପରେ ….

କ୍ରିକେଟ ମୈଦାନରେ କେତେଥର ଏମିତି ନଜାରା ସାମ୍ନାକୁ ଆସିଥାଏ ଯାହାକି ଆମକୁ ଆଶ୍ଚର୍ଯ୍ୟ କରିଥାଏ। ଏମିତି ହିଁ ଏକ ମାମଲା CPL 2021 ସିଜିନରେ ଦେଖିବାକୁ ମିଳିଛି। ଯେବେକି ବିନା ନିମନ୍ତ୍ରିତ ସହିତ ମୈଦାନ ଭିତରକୁ ଜଣେ ଅତିଥି ପଶି ଆସିଥିଲେ।

ମ୍ୟାଚ ସମୟରେ ମୈଦାନ ଭିତରକୁ ପଶିଲା କୁକୁଡ଼ା:-

ସେଣ୍ଟ କିଟସ ଆଣ୍ଡ ନେଭିସ ପାଟ୍ରିଅଟ ଓ ଗୁୟାନା ଆମାଜନ ୱାରିୟର୍ସ ମଧ୍ୟରେ ମ୍ୟାଚ ଚାଲିଥିଲା। ଏହିସମୟରେ ଏକ କୁକୁଡ଼ା ଭିତରକୁ ପଶି ଆସିଥିଲା। ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ବହୁତ ଜୋରରେ ଭାଇରାଲ ହେବାରେ ଲାଗିଛି।

କୁକୁଡ଼ାଟି ଚାଲିଲା ରାଜାଙ୍କ ଚାଲି:-

CPL 2021 ର 8ମ ମ୍ୟାଚ ସମୟରେ ଯେତେବେଳେ ସେଣ୍ଟ କିଟସ ଟିମ ବ୍ୟାଟିଂ କରୁଥିଲା ସେତେବେଳେ ମୈଦାନ ଭିତରକୁ ଏକ କୁକୁଡ଼ା ପଶି ଆସିଥିଲା ଓ ରାଜା ଙ୍କ ପରି ଚାଲିବାକୁ ଲାଗିଲା।

ଫ୍ୟାନ୍ସଙ୍କୁ ପସନ୍ଦ ଆସିଲା ଭିଡ଼ିଓ:-

CPL 2021 ଏହାର ଭିଡ଼ିଓକୁ ନିଜର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲରେ ଶେୟର କରିଥିଲେ, ଯେଉଁଥିରେ ଏହି କୁକୁଡ଼ାକୁ ପିଚ ଇଂଭେଣ୍ଡର କୁହାଯାଇଥିଲା। ଫ୍ୟାନ୍ସ ମଧ୍ୟ ଏହି ଭିଡ଼ିଓକୁ ବହୁତ ପସନ୍ଦ କରୁଛନ୍ତି। ମ୍ୟାଚ କଥା କହିବାକୁ ଗଲେ ସେଣ୍ଟ କିଟସ ଏହି ମୁକବିଲାକୁ 6 ଉଇକେଟରେ ଜିତି ନେଇଥିଲା।

Leave a Reply

Your email address will not be published. Required fields are marked *