ରାହୁଲଙ୍କୁ ୫ ନମ୍ବର୍ ଖେଳାଇ ରାହାନେଙ୍କର ପତା କାଟିବେ ବିରାଟ କୋହଲି, ଏହି ଖେଳାଳି ହେବାକୁ ଯାଉଛନ୍ତି ନୂଆ ଓପନର

ଇଂଲଣ୍ଡ ବିପକ୍ଷରେ ନୂଆ ବଲରେ ଶାନଦାର ପ୍ରଦର୍ଶନ କରି ରାହୁଲ ନିଜକୁ ପ୍ରମାଣିତ କରିଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଲର୍ଡ୍ସ ଟେଷ୍ଟରେ ଶତକ ହାସଲ କରି ଏହା ପ୍ରମାଣିତ କରିଥିଲେ। ଏଥିସହ ସେ ଇଂଲଣ୍ଡରେ ସଫଳ ହେଉଥିବାର ଦେଖି ରାହୁଲଙ୍କୁ ପାଞ୍ଚ ନମ୍ବର୍ ସ୍ଥାନରେ ଖେଳାଇ ରାହାଣେଙ୍କୁ ବାଦ ଦିଆଯିବ।

ରାହାଣେ ହୋଇପାରନ୍ତି ବାହାର:-

ରାହାଣେ ଙ୍କ ପ୍ରଦର୍ଶନ ବହୁତ ଖରାପ ରହି ଆସୁଛି। ତୃତୀୟ ଟେଷ୍ଟରେ 76 ରନର ପରାଜୟ ପରେ କୋହଲି ବର୍ତ୍ତମାନ ଆକ୍ସନ ମୁଡ଼ରେ ଆସୁଛନ୍ତି। ଟିମ ଇଣ୍ଡିଆରେ ବଡ଼ ବଡ଼ ଖେଳାଳିଙ୍କ ଉପରେ ଶଙ୍କା ରହିଛି। ଯେଉଁଥିରେ ଆଜିଙ୍କ୍ୟ ରାହାଣେ, ରବୀନ୍ଦ୍ର ଜାଡେଜା ଓ ଇଶାନ୍ତ ଶର୍ମା ରହିଛନ୍ତି।

ରାହାଣେ ଭାରତୀୟ ଦଳର ବୋଝ:-

ଜଣାଇଦେଉଛୁ କି, ରାହାଣେ ଲଗାତାର ଖରାପ ପ୍ରଦର୍ଶନ କରିଛନ୍ତି ସେ ତୃତୀୟ ଟେଷ୍ଟରେ ଦୁଇଟି ପାଳିରେ ମୋଟ 28 ରନ କରିଛନ୍ତି। ଲଗାତାର ଖରାପ ପ୍ରଦର୍ଶନ କାରଣରୁ କେତେକ ମୁଖ୍ୟ ପୂର୍ବତନ ଖେଳାଳି ତାଙ୍କୁ ବାହାରେ ବସିବାକୁ କହିଛନ୍ତି ଏପରିକି ଇଂଲଣ୍ଡର ପୂର୍ବ ଅଧିନାୟକ ମଇକେଲ ୱାନ ତାଙ୍କୁ ଦଳରେ ବୋଝ ବୋଲି କହିଥିଲେ।

ରାହୁଲଙ୍କ 5 ନମ୍ବର୍ ପଠା ଯାଇପାରେ:-

କେଏଲ ରାହୁଲ ଯଦି ପାଞ୍ଚ ନମ୍ବର୍ ରେ ବ୍ୟାଟିଂ କରୁଛନ୍ତି ତାହାଲେ ମୟଙ୍କ ଅଗ୍ରୱାଲ ରୋହିତ ଶର୍ମାଙ୍କ ସହିତ ଓପନିଂ କରିବେ। ମୟଙ୍କ ପ୍ରଥମ ଟେଷ୍ଟ ପୂର୍ବରୁ ଆହତ ହୋଇ ଯାଇଥିଲେ କାରଣ ନେଟ ପ୍ରାକ୍ଟିସ ସମୟରେ ମହମ୍ମଦ ସିରାଜଙ୍କ ଏକ ବାଉଁସର ତାଙ୍କ ମୁଣ୍ଡରେ ବାଜି ଥିଲା ଓ ସେ ବାହାରିଥିଲେ।

ମୟଙ୍କ ଅଗ୍ରୱାଲ ଘରୋଇ ମୈଦାନରେ ଡ଼ନ ବ୍ରାଡମାନଙ୍କ ଠୁ ମଧ୍ୟ ଖତରନାକ ଅଟନ୍ତି:-

ମୟଙ୍କ ଅଗ୍ରୱାଲଙ୍କୁ ଶେଷଥର ବ୍ରିସବେନ ଟେଷ୍ଟରେ ଖେଳିବାକୁ ଦଳ ତରଫରୁ ମୌକା ମିଳିଥିଲା। ମୟଙ୍କ ଅଗ୍ରୱାଲ ଏବେ ପର୍ଯ୍ୟନ୍ତ ଭାରତ ପାଇଁ 14ଟି ଟେଷ୍ଟରୁ 46 ଆଭରେଜ ସହିତ 1052 ରନ କରି ସାରିଛନ୍ତି। ସେ 23ଟି ପାଳିରୁ ତିନୋଟି ଶତକ ଓ ଚାରୋଟି ଅର୍ଧ ଶତକ ମାରିଛନ୍ତି। ଘରୋଇ ମୈଦାନରେ ମୟଙ୍କ ଙ୍କର ଆଭରେଜ ଅଷ୍ଟ୍ରେଲିଆ କିମ୍ବଦନ୍ତୀ ଡ଼ନ ବ୍ରାଡମାନଙ୍କ ଠୁ ମଧ୍ୟ ବହୁତ ଅଧିକ। ଅଗ୍ରୱାଲ ଭାରତୀୟ ମାଟିରେ 215, 108 ଓ 243 ରନର ବଡ଼ ବଡ଼ ପାଳି ଖେଳିଛନ୍ତି। ସେ ଭାରତ ମାଟିରେ 5ଟି ଟେଷ୍ଟରେ ତିନି ଶତକ ଜରିଆରେ 597 ରନ ବନାଇଛନ୍ତି ଓ ତାଙ୍କର ଆଭରେଜ ହେଉଛି 99.5 । ଘରୋଇ ମୈଦାନରେ ଏତେ କମ ମ୍ୟାଚରେ ତାଙ୍କର ଆଭରେଜ ସବୁଠାରୁ ଅଧିକ ଅଟେ। ତାଙ୍କ ପରେ ଡ଼ନ ବ୍ରାଡ଼ମାନ ରହିଛନ୍ତି ଯିଏକି ଅଷ୍ଟ୍ରେଲିଆ ମାଟିରେ 33ଟି ଟେଷ୍ଟ ଖେଳି 98.22 ଆଭରେଜ ଓ 18 ଟି ଶତକ ସହିତ 4,322 ରନ କରିଥିଲେ।

ଫ୍ଲପ ପ୍ରମାଣିତ ହୋଇଗଲେ ରାହାଣେ:-

ରାହାଣେ ଭାରତ ପାଇଁ ନିଜର ଶେଷ ଶତକ ବିଗତ ଅଷ୍ଟ୍ରେଲିଆ ଗସ୍ତ ମେଲବର୍ଣ୍ଣ ଟେଷ୍ଟରେ ଲଗାଇଥିଲେ ଓ ଏହାପରେ ସେ ଲଗାତାର ରନ କରିବାରେ ସଂଘର୍ଷ କରୁଛନ୍ତି। ହୁଏତ ଇଂଲଣ୍ଡ ବିପକ୍ଷରେ ଲର୍ଡ୍ସ ଟେଷ୍ଟରେ ସେ 61 ରନ ର ପାଳି ନିଶ୍ଚୟ ଖେଳିଥିଲେ କିନ୍ତୁ ଆଗାମୀ ଟେଷ୍ଟରେ ସେ ପୁଣି ଫ୍ଲପ ହୋଇଗଲେ।

ରାହାଣେଙ୍କୁ ବାହାରେ ବସାଇବାକୁ ହେଉଛି ଚର୍ଚ୍ଚା:-

ଟେଷ୍ଟ ବିଶେଷଜ୍ଞ ଆଜିଙ୍କ୍ୟ ରାହାଣେଙ୍କ ବ୍ୟାଟ ଲଗାତାର ରନ ହାସଲ କରିବା ପାଇଁ ସଂଘର୍ଷ କରୁଛି କିନ୍ତୁ ବାରମ୍ବାର ଫେଲ ହୋଇଯାଉଛି। ଆପଣଙ୍କୁ ଜଣାଇଦେଉଛୁ କି, ଇଂଲଣ୍ଡ ବିପକ୍ଷ ଏହି ଟେଷ୍ଟ ସିରିଜରେ ସେ ସମ୍ପୂର୍ଣ୍ଣ ଭାବରେ ଫେଲ ମାରୁଛନ୍ତି ଓ ପ୍ରଦର୍ଶନ ବହୁତ ଖରାପ ରହୁଛି। ସେ ତୃତୀୟ ଟେଷ୍ଟର ଦୁଇଟି ପାଳିରେ ମାତ୍ର 28 ରନ କରିବାରୁ କେତେକ ପୂର୍ବ ଖେଳାଳି ତାଙ୍କୁ ବାହାରେ ବସାଇ ଦେବାକୁ କହୁଛନ୍ତି।

ମେଲବର୍ଣ୍ଣ ଟେଷ୍ଟରେ ଲଗାଇଥିଲେ ନିଜର ଶେଷ ଟେଷ୍ଟ ଶତକ:-

ରାହାଣେ ଭାରତ ପାଇଁ ନିଜର ଶେଷ ଶତକ ବିଗତ ବର୍ଷ ଅଷ୍ଟ୍ରେଲିଆ ଗସ୍ତ ସମୟରେ ମେଲବର୍ଣ୍ଣ ଟେଷ୍ଟରେ ଲଗାଇଥିଲେ ଓ ଏହାପରେ ସେ ଲଗାତାର ରନ କରିବାରେ ସଂଘର୍ଷ କରୁଛନ୍ତି। ହୁଏତ ସେ ଏହି ସିରିଜରେ ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ 61 ରନର ପାଳି ନିଶ୍ଚିତ ଖେଳିଥିଲେ କିନ୍ତୁ ଏହାପରେ ତୃତୀୟ ଟେଷ୍ଟରେ ସେ ଦୁଇଟି ପାଳିରେ ଫେଲ ହୋଇଯାଇଛନ୍ତି। ଇଂଲଣ୍ଡର ପୂର୍ବ ଅଧିନାୟକ ମାଇକେଲ ୱାନ ତାଙ୍କୁ ଭାରତୀୟ ଦଳରେ ଏକ ବୋଝ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *