ଆଫଗାନିସ୍ତାନ ଛାଡ଼ିଲା ଆମେରିକା ସୈନ୍ୟ: ଛାଡିବା ପୂର୍ବରୁ କରିଲେ ଏମିତି କିଛି….

ଆଫଗାନିସ୍ତାନରେ ଆମେରିକାର ଯୁଦ୍ଧ ଶେଷ| ସୋମବାର ରାତିରେ ଆଫଗାନିସ୍ତାନ ଛାଡିଲେ ଆମେରିକା ସେନା| କିନ୍ତୁ, ଆଫଗାନିସ୍ତାନ ଛାଡ଼ିବା ପୂର୍ବରୁ ଆମେରିକା ସୈନ୍ୟ ଏକ ବଡ଼ କାମ କରିଦେଇଯାଇଛି| ଆଫଗାନିସ୍ତାନ ଛାଡିବା ପୂର୍ବରୁ ସେଠାରେ ଥିବେ କିଛି ବିମାନ,ସଶସ୍ତ୍ର ଯାନ ଓ ହାଇଟେକ ରକେଟ ଡିଫେନ୍ସ ସିଷ୍ଟମକୁ ନିଷ୍କ୍ରିୟ କରିଦେଇଯାଇଛି| ଏହି ସମ୍ପର୍କରେ ଆମେରିକା ସେନାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଆମେରିକା ସେନାର ସେଣ୍ଟ୍ରାଲ କମାଣ୍ଡ ଜେନେରାଲ କେନେଥ ମ୍ୟାକକେଞ୍ଜି କହିଛନ୍ତି ଯେ, ଆମେରିକା ସେନା ଆଫଗାନିସ୍ତାନ ଛାଡିବା ପୂର୍ବରୁ ହମିଦ କରଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଥିବା ୭୩ ବିମାନକୁ ନିଷ୍କ୍ରିୟ କରିଦେଇଛନ୍ତି| ଏହି ବିମାନ ଗୁଡିକ ସମ୍ପୂର୍ଣ ରୂପରେ ଅକାମି ହୋଇଗଲା|

ଆହୁରି ମଧ୍ୟ ସେ କହିଛନ୍ତି ଯେ, ଅଗଷ୍ଟ ୧୪ ତାରିଖରେ ବିମାନ ଉଡ଼ାଣ କରିବା ପାଇଁ ପେଣ୍ଟାଗନ କାବୁଲ ବିମାନବନ୍ଦରରେ ୬ହଜାର ସେନାର ଏକ ଗ୍ରୁପ ସହିତ ୭୦ଟି ସଶସ୍ତ୍ର ଯାନ ନିୟୋଜିତ କରାଯାଇଥିଲା| ଆଉ କାବୁଲରୁ ଉଡାନା ଭରିବା ପୂର୍ବରୁ ସମସ୍ତ ସଶସ୍ତ୍ର ଯାନଗୁଡିକୁ ନଷ୍ଟ କରିଦିଆଯାଇଥିଲା।| ଆଉ ସମସ୍ତ ଯାନଗୁଡିକର ମୂଲ୍ୟ ଏକ ମିଲିୟନ ଡଲାର ହେବ ବୋଲି ଅନୁମାନ କରାଯାଉଛି| କେନେଥ ମ୍ୟାକକେଞ୍ଜି କହିଛନ୍ତି ଯେ, ଏହି ବିମାନ ଗୁଡ଼ିକ ସମ୍ପୂର୍ଣ ରୂପରେ ଅକାମି ହୋଇଗଲା| ଏହି ବିମାନ ଆଉ ବ୍ୟବହାରଯୋଗ୍ୟ ହୋଇପାରିବ ନାହିଁ|

ସୂଚନା ଅନୁସାରେ, ପାଖାପାଖି ୨୦ ବର୍ଷ ପରେ ଆମେରିକୀୟ ସେନା କାବୁଲ ଛାଡିଛନ୍ତି| ଆଫଗାନିସ୍ତାନରୁ ଆମେରିକା ସେନା ଛାଡ଼ିବା ପାଇଁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଡେଡଲାଇନ ଧାର୍ଯ୍ୟ କରାଯାଇଥିଲା| କିନ୍ତୁ, ୩୦ ତାରିଖରେ ଅର୍ଥାତ ଗତକାଲି ଆମେରିକାର ଶେଷ ସେନା ଗ୍ରୁପ୍ କାବୁଲ ଏୟାରପୋର୍ଟରୁ ଉଡ଼ାଣ ଭରିଛନ୍ତି| ଆମେରିକା ସେନା କାବୁଲ ଛାଡିବା ପରେ କାବୁଲ ଏୟାରପୋର୍ଟ ଏବେ ତାଲିବାନ କବଜାକୁ ଚାଲିଯାଇଛି| ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ଆଫଗାନିସ୍ତାନରେ ୨୦ ବର୍ଷ ପର୍ଯ୍ୟନ୍ତ ମୁତୟନ ରହିଥିବା ଆମେରିକା ସେନାର ଉପସ୍ଥିତି ଶେଷ ହୋଇଛି।

ଆଉ ଅନ୍ୟପକ୍ଷରେ ଆମେରିକା ସେନା ଆଫଗାନିସ୍ତାନ ଛାଡିବା ପରେ ଆଫଗାନିସ୍ତାନରେ ଅସ୍ଥିରତା ଦେଖାଦେଇଥିଲା| ଏହି କାରଣ ପାଇଁ ବହୁ ଦେଶ ଯୁକ୍ତରାଷ୍ଟ୍ର ଆମେରିକାର ରଣନୀତିକୁ ସମାଲୋଚନା କରୁଛନ୍ତି| କିନ୍ତୁ,ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ଆଫଗାନିସ୍ତାନରେ ଆଉ ଆମେରିକୀୟଙ୍କର ଆଉ ଜୀବନହାନି ହେବନି| କିନ୍ତୁ, ଆମେରିକା ସେନା କାହିଁକି ଆଫଗାନିସ୍ତାନ ଛାଡ଼ିଲେ, ସେହି ସମ୍ପର୍କରେ ତୁରନ୍ତ ଦେଶବାସୀଙ୍କୁ ଅବଗତ କରାଯିବ ବୋଲି ଜୋ ବାଇଡେନ କହିଛନ୍ତି|

Leave a Reply

Your email address will not be published. Required fields are marked *