ଆସନ୍ତା କାଲିଠାରୁ ବଦଳିଯିବ ଏହି ୮ଟି ବଡ଼ ନିୟମ, ଜାଣନ୍ତୁ ଆପଣଙ୍କ ପକେଟ ଉପରେ କେତେ ପ୍ରଭାବ ପଡିବ, ଜାଣନ୍ତୁ କେଉଁ ସବୁ ନିୟମରେ ହେବ ପରିବର୍ତ୍ତନ !

ଆଜି ଅଗଷ୍ଟ ୩୧ ତାରିଖ ଅଟେ ଏବଂ ଆଉ ଦିନେ ପରେ ନୂତନ ମାସ ସେପ୍ଟେମ୍ବରର ଆରମ୍ଭ ହେବାକୁ ଯାଉଛି | ନୂତନ ମାସ ଅର୍ଥାତ ସେପ୍ଟେମ୍ବର ୧ତାରିଖଠାରୁ ଅନେକ ନିୟମ ବଦଳିବାକୁ ଯାଉଛି, ଯାହାର ପ୍ରଭାବ ଆପଣଙ୍କ ପକେଟ ଉପରେ ପଡ଼ିବାକୁ ଯାଉଛି | ଜାଣନ୍ତୁ କେଉଁ କେଉଁ ନିୟମ ବଦଳିବାକୁ ଯାଉଛି |

୧. PF ନିୟମରେ ହେଉଛି ପରିବର୍ତ୍ତନ :-

ଆସନ୍ତା ମାସ ସେପ୍ଟେମ୍ବର ୧ ତାରିଖ ପୂର୍ବରୁ ଯଦି ଆପଣଙ୍କ ଆଧାର କାର୍ଡ ସହିତ ଆପଣଙ୍କ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର(UAN ) ଲିଙ୍କଡ଼ ହେବନାହିଁ, ତେବେ ଆପଣଙ୍କ ଏମ୍ପ୍ଲୟର ଆପଣଙ୍କ ପ୍ରୋଭିଡେଣ୍ଟ ଫଣ୍ଡ (PF ) ଆକାଉଣ୍ଟରେ ଟଙ୍କା ଜମା କରିପାରିବେ ନାହିଁ |

୨. ଚେକ କ୍ଲିୟରିଂ ସିଷ୍ଟମରେ ପରିବର୍ତ୍ତନ :-

ଯଦି ଆପଣ ମଧ୍ୟ ଚେକ ମାଧ୍ୟମରେ ପେମେଣ୍ଟ କରୁଥାନ୍ତି, ତେବେ ସେପ୍ଟେମ୍ବର ୧ ତାରିଖଠାରୁ ଆପଣଙ୍କୁ ୫୦ ହଜାର ଟଙ୍କାରୁ ଅଧିକ ପେମେଣ୍ଟ କରିବାରେ ଅସୁବିଧା ହୋଇପାରେ | ବାସ୍ତବରେ ସାରାଦେଶରେ ଅନେକ ବ୍ୟାଙ୍କ ସେପ୍ଟେମ୍ବର ୧ ତାରିଖଠାରୁ ପଜିଟିଭ ପେ ସିଷ୍ଟମ ଲାଗୁ କରିବାକୁ ଯାଉଛି | ଯାହାପରେ ଆପଣଙ୍କୁ ଚେକରୁ ପେମେଣ୍ଟ କରିବାରେ ମଧ୍ୟ ଅସୁବିଧା ହୋଇପାରେ |

୩. ବ୍ୟାଙ୍କଗୁଡିକର ବଦଳିବ ନିୟମ :-

ସେପ୍ଟେମ୍ବର ୧ ତାରିଖଠାରୁ ଅନେକ ବ୍ୟାଙ୍କ ନିଜ ନିୟମଗୁଡିକରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି | ଯେପରି ପଞ୍ଜାବ ନେସନାଲ ବ୍ୟାଙ୍କ ସେପ୍ଟେମ୍ବର ୧ ତାରିଖଠାରୁ ସୁଧ ଦରରେ କାଟିବାକୁ ଯାଉଛି | ଯାହାର ପ୍ରଭାବ ଗ୍ରାହକଙ୍କ ଉପରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିବ | ଏହି ସୂଚନା ବ୍ୟାଙ୍କର ଅଫିସିଆଲ ୱେବସାଇଟରୁ ମିଳିଛି | ବ୍ୟାଙ୍କ ସଞ୍ଚୟ ଖାତାରେ ସୁଧ ଦର ବାର୍ଷିକ ୩ ପ୍ରତିଶତରୁ ହ୍ରାସ ପାଇ ୨.୯୦ ପ୍ରତିଶତ କରିବାକୁ ନିଷ୍ପତି ନେଇଛି |

୪. କାର ଇନ୍ସ୍ୟୁରାନ୍ସର ବଦଳିଯିବ ନିୟମ :-

ବାସ୍ତବରେ ନିକଟରେ ମାଡ୍ରାସ ହାଇକୋର୍ଟ ନିଷ୍ପତ୍ତି ଶୁଣାଇଛି ଯେ ସେପ୍ଟେମ୍ବର ୧ ତାରିଖଠାରୁ ଯେତେବେଳେ ବି କୌଣସି ନୂତନ ଗାଡି ବିକ୍ରି ହେବ, ସେତେବେଳେ ତାର ବମ୍ପର ଟୁ ବମ୍ପର ଇନ୍ସ୍ୟୁରାନ୍ସ ହେବା ବାଧ୍ୟତାମୂଳକ ହେବ | ଏହି ଇନ୍ସ୍ୟୁରାନ୍ସ ୫ ବର୍ଷର ଅବଧି ପାଇଁ ଡ୍ରାଇଭର, ଯାତ୍ରୀ ଏବଂ ଗାଡିର ମାଲିକଙ୍କୁ ଅନ୍ତର୍ଭୁକ୍ତ କରୁଥିବା ଇନ୍ସ୍ୟୁରାନ୍ସର ଅତିରିକ୍ତ ହେବ |

୫. ଏଲପିଜି ସିଲିଣ୍ଡରରେ ହେବ ପରିବର୍ତ୍ତନ :-

ସେପ୍ଟେମ୍ବର ୧ ତାରିଖଠାରୁ ଦୈନନ୍ଦିନ ସହିତ ଜଡିତ ଅନେକ ନିୟମଗୁଡିକରେ ପରିବର୍ତ୍ତନ ହେବାକୁ ଯାଉଛି | ଯେଉଁଥିରେ ଏଲପିଜି ଗ୍ୟାସ ସିଲିଣ୍ଡରରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିପାରେ | ପ୍ରତିମାସର ପ୍ରଥମ ତାରିଖରେ ଏଲପିଜି ସିଲିଣ୍ଡରରେ ନୂତନ ମୂଲ୍ୟ ଜାରି କରାଯାଇଥାଏ | ସେହିପରି ସେପ୍ଟେମ୍ବରରେ ମଧ୍ୟ ଏଲପିଜି ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ | ଏହାସହିତ ଗ୍ୟାସ ବିତରଣ ସମୟରେ ମଧ୍ୟ ପରିବର୍ତ୍ତନ କରାଯିବ |

୬. ଆମାଜନ ଲଜିସ୍ଟିକ କଷ୍ଟରେ ହେବ ବୃଦ୍ଧି :-

ଆମାଜନ ଡିଜେଲ ଏବଂ ପେଟ୍ରୋଲର ମୂଲ୍ୟ ବଢିବା କାରଣରୁ ଲଜିସ୍ଟିକ କଷ୍ଟରେ ବୃଦ୍ଧି କରିପାରେ | ଏହାଦ୍ୱାରା ସେପ୍ଟେମ୍ବର ୧ ତାରିଖ ୨୦୨୧ ଠାରୁ ଆମାଜନରୁ ଜିନିଷ ମଗାଇବା ମହଙ୍ଗା ହୋଇଯିବ | ଏପରି ପରିସ୍ଥିତିରେ ୫୦୦ ଗ୍ରାମର ପ୍ୟାକେଜ ପାଇଁ ୫୮ ଟଙ୍କା ଦେବାକୁ ପଡିପାରେ | ସେହିପରି ରିଜନଲ କଷ୍ଟ ୩୬.୫୦ ଟଙ୍କା ହେବ |

୭. OTT ପ୍ଲାଟଫର୍ମର ସବସ୍କ୍ରିପସନ କିଣିବା ପଡିବ ମହଙ୍ଗା :-

ସେପ୍ଟେମ୍ବର ୧ ତାରିଖ ୨୦୨୧ ଠାରୁ ଦେଶରେ OTT ପ୍ଲାଟଫର୍ମ ଡିସ୍ନି ପ୍ଲସ ହଟଷ୍ଟାରର ସବସ୍କ୍ରିପସନ ମହଙ୍ଗା ହୋଇଯିବ | ଏହା ପରେ ୟୁଜର୍ସଙ୍କୁ ବେସ ପ୍ଲାନ ପାଇଁ ୩୯୯ ଟଙ୍କା ବଦଳରେ ୪୯୯ ଟଙ୍କା ଦେବାକୁ ପଡିବ | ଅନ୍ୟ ଅର୍ଥରେ କହିବାକୁ ଗଲେ ୟୁଜରମାନଙ୍କୁ ଆହୁରି ଅଧିକ ୧୦୦ ଟଙ୍କା ଦେବାକୁ ପଡିବ | ଏହା ବ୍ୟତୀତ ୮୯୯ ଟଙ୍କାରେ ୟୁଜର୍ସ ଦୁଇଟି ଫୋନରେ ଆପ ଚଳାଇପାରିବେ | ଏହାସହିତ ଏହି ସବସ୍କ୍ରିପସନ ପ୍ଲାନରେ HD କ୍ୱାଲିଟି ମିଳିଥାଏ |

୮. ଅନେକ ଆପ ଉପରେ କରାଯିବ ପ୍ରତିବନ୍ଧକ :-

ସେପ୍ଟେମ୍ବର ୧ ତାରିଖ ୨୦୨୧ ଠାରୁ ଗୁଗୁଲର ନୂତନ ପଲିସୀ ଲାଗୁ ହେଉଛି | ଏହା ଅଧୀନରେ, ଫେକ କଣ୍ଟେଣ୍ଟକୁ ପ୍ରମୋଟ କରୁଥିବା ଆପ୍ସ ଉପରେ ସେପ୍ଟେମ୍ବର ୧ ତାରିଖଠାରୁ ପ୍ରତିବନ୍ଧକ କରାଯିବ | ଗୁଗୁଲ ନିଜ ବ୍ଲଗ ପୋଷ୍ଟରେ କହିଛି ଯେ ଆପ ଡେଭଲପର୍ମାନଙ୍କ ଦ୍ୱାରା ଦୀର୍ଘ ଦିନ ଧରି ବ୍ୟବହୃତ ହୋଇନଥିବା ଆପକୁ ବ୍ଲକ କରିଦିଆଯିବ | ବାସ୍ତବରେ, ଗୁଗୁଲ ପ୍ଲେ ଷ୍ଟୋରର ନିୟମକୁ ପୂର୍ବ ଅପେକ୍ଷା ଅଧିକ କଠୋର କରାଯାଉଛି | ସେହିପରି, ଗୁଗୁଲ ଡ୍ରାଇଭ ୟୁଜର୍ସଙ୍କୁ ସେପ୍ଟେମ୍ବର ୧୩ ରେ ନୂତନ ସୁରକ୍ଷା ଅପଡେଟ ମିଳିବ | ଏହା ଦ୍ୱାରା ଏହାର ବ୍ୟବହାର ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ହୋଇଯିବ |

Leave a Reply

Your email address will not be published. Required fields are marked *