ପଛରେ ପଡିଥିଲା ପୋଲିସ, ବ୍ୟକ୍ତି ଭୟରେ ନିଜର ପ୍ରାଇଭେଟ ପାର୍ଟକୁ କାଟି ବାହାରକୁ ଫିଙ୍ଗିଦେଲେ,ଜାଣନ୍ତୁ ପୁରା ଘଟଣା

ଆମେରିକା ଦେଶ ଟେନେସିରେ ଏକ ଏମିତି ଘଟଣା ସାମ୍ନାକୁ ଆସିଛି ଯାହାକୁ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ବ୍ୟକ୍ତି ତୀବ୍ର ଗତିରେ ଗାଡି ଚଲାଉଥିଲେ ଓ ପୋଲିସ ତାଙ୍କର ପିଛା କରିବା ଆରମ୍ଭ କରିଦେଇଥିଲା ସେତେବେଳେ ସେ ନିଜର ପ୍ରାଇଭେଟ ପାର୍ଟକୁ କାଟି କାରର କାଚ ତଳକୁ କରି ବାହାରକୁ ଫିଙ୍ଗିଦେଲେ, ଏହାକୁ ପୋଲିସ ଦେଖି ଆଶ୍ଚର୍ଯ୍ୟ ହୋଇଗଲା।

ଟେନେସିର ଡୋବେଲଟାଉନ ପୋଲିସ ଜଣେ ବ୍ୟକ୍ତିଙ୍କର ତୀବ୍ର ଗତିରେ ପିଛା କରୁଥିଲେ ଯିଏକି ବିପଦଜନ୍ନକ ଭାବରେ ଗାଡି ପାର୍କ କରିଥିଲେ। ଏହି ସମୟରେ ଆରୋପୀ ବ୍ୟକ୍ତି ନିଜର ଲିଙ୍ଗକୁ କାଟି କାଚ ବାହାରକୁ ଫିଙ୍ଗିଦେଲେ।

୩୯ ବର୍ଷୀୟ ଆରୋପୀ ଟାୟସନ ଗିଲବର୍ଟ କଥିତ ରୂପରେ କହିଲେକି ସେ ନିଜର କାରର ରେଡିଓରେ ଦୁନିଆକୁ ରକ୍ଷା କରିବା କୃର କୃତ୍ୟ କରୁଥିବା ଆଦେଶ ଦେଉଥିବାର ଶୁଣିଲେ ଯାହାପରେ ସେ ନିଜର ପ୍ରାଇଭେଟ ପାର୍ଟକୁ କଟିବାର ନିଷ୍ପତ୍ତି ନେଲେ।

ଗସ୍ତ କରୁଥିବା ପୋଲିସ ଅଧିକାରୀ, ବବି ଜନସନ ଗିଲବର୍ଟଙ୍କୁ ଟେନେସିର ଡୋବଲଟାଉନରେ ସଡକ ଉପରେ ବିପଦଜନ୍ନକ ଭାବରେ କାର ପାର୍କ କରୁଥିବାର ଦେଖାଯାଇଥିଲା। ଯାହାପରେ ତାଙ୍କ ପଛରେ ପୋଲିସ ପେଟ୍ରୋଲିଂ କରିବାକୁ ଲାଗିଯାଇଥିଲା।

ଅଧିକାରୀ କହିଲେକି “ଯେତେବେଳେ ମୁଁ ତାଙ୍କର ପିଛା କରୁଥିଲି ସେ ନିଜ ଗାଡିର ଲାଇଟ ଜଳାଇଲେ ଓ ଆରୋପୀ ରହିବେ ନାହିଁ ବୋଲି କହିଲେ।

ଅଧିକାରୀଙ୍କ ଦାବି ହେଉଛିକି ଯେତେବେଳେ ସେ କବାଟ ଖୋଲିଲେ ସେ ବ୍ୟକ୍ତିଜଣକ ଖାଲି ବସ୍ତ୍ରରେ ଥିଲେ ଓ ରକ୍ତାକ୍ତ ଅବସ୍ଥାରେ ଥିଲେ। ଏହା ପୂର୍ବରୁ ଅଧିକାରୀ ଗିଲବର୍ଟଙ୍କୁ ଗିରଫ କରିବା ପୂର୍ବରୁ ନିଜର କବାଟ ବନ୍ଦ କରିଦେଲେ ଓ ରାଜମାର୍ଗରୁ ତଳ ଆଡକୁ ପଳାଇଗଲେ।

ଜନସନ କହିଲେ, ଅଲେଜ୍ୟାନ୍ଦ୍ରିୟା ପୋଲିସ ତାଙ୍କୁ ରାଜମାର୍ଗ ୭୦ରେ ଧରିଲେ। ସେ ବିଲ୍ସନ କାଉଣ୍ଟିରେ ପଶ୍ଚିମ ଆଡକୁ ଦୌଡୁଥିଲେ।

ଲୋକଙ୍କର କହିବା କଥାକି ଏହି ବ୍ୟକ୍ତି ଏକ କାର ଚୋର ଥିଲେ, ଯିଏକି ଚୋରୀ ବାହାନରେ ଯାଉଥିଲା ଓ ପୋଲିସକୁ ଦେଖି ଡରି ସେ ଦୂରକୁ ଯିବାକୁ ଚେଷ୍ଟା କରିଲା କିନ୍ତୁ ସେ ଶେଷରେ ଗିରଫ ହୋଇଗଲା।

Leave a Reply

Your email address will not be published. Required fields are marked *