Redmi ର ଏହି ଫୋନରେ ମିଳୁଛି ସବୁଠାରୁ ବଡ଼ ଡିସ୍କାଉଣ୍ଟ, ଅଫର ବିଷୟରେ ଜାଣିଲେ ଆପଣ ଖୁସି ହୋଇଯିବେ

ରେଡ଼ମି ର ନୋଟ 10 ପ୍ରୋ ମୋବାଇଲ ଏକ ଶାନଦାର ସ୍ମାର୍ଟଫୋନ ଭାବରେ ଜଣା ଯାଇଥାଏ। ଏହି ଫୋନରେ ତାହା ସବୁକିଛି ଅଛି ଯାହାକି ୟୁଜର୍ସ ବହୁତ ଆବଶ୍ୟକ କରିଥାନ୍ତି। ଯଦି ଆପଣ ଏହି ଫୋନକୁ କିଣିବାକୁ ଚାହୁଁଛନ୍ତି ଓ ଡିସ୍କାଉଣ୍ଟର ଅପେକ୍ଷା କରିଛନ୍ତି ତାହେଲେ ଏହା ଆପଣଙ୍କ ପାଇଁ ବହୁତ ଭଲ ସମୟ। ଏହି ଫୋନରେ କେତେକ ଅଫର ଲିଷ୍ଟ କରାଯାଇଛି। ଆସନ୍ତୁ ଜାଣିବା ଏହାର ଫିଚର୍ସ ଓ ଧମାକଦାର ଡିସ୍କାଉଣ୍ଟ ବିଷୟରେ।

Redmi note 10 pro ଡିସ୍କାଉଣ୍ଟ:-

ଯଦି ଆପଣ ଏହି ମୋବାଇଲ ପାଇଁ HDFC କାର୍ଡ଼ ଜରିଆରେ ପୈଠ କରୁଛନ୍ତି ତାହେଲେ ଆପଣଙ୍କୁ 1500 ଟଙ୍କାର ଇଂଷ୍ଟାଣ୍ଟ ଡିସ୍କାଉଣ୍ଟ ମିଳିବ। ଏହି ଫୋନ ଉପରେ ଏକ୍ସଚେଞ୍ଜ ଅଫର ମଧ୍ୟ ରହିଛି। ଯଦି ଆପଣ ନିଜର ପୁରୁଣା ଫୋନ ଏକ୍ସଚେଞ୍ଜ କରିବାକୁ ଚାହାନ୍ତି ତାହେଲେ 11 ହଜାର ଟଙ୍କା ପର୍ଯ୍ୟନ୍ତ ଡିସ୍କାଉଣ୍ଟ ଆପଣଙ୍କୁ ମିଳିବ। ପୁରୁଣା ଫୋନର କଣ୍ଡିସନ ଓ ମଡେଲ ନିର୍ଦ୍ଧାରିତ କରିବ ଏହା ଏକ୍ସଚେଞ୍ଜ କଲେ କେତେ ଟଙ୍କା ହେବ। ଯଦି ଆପଣଙ୍କ ଫୋନର କଣ୍ଡିସନ ଭଲ ଅଛି ତାହେଲେ ଆପଣଙ୍କୁ 11 ହଜାର ଟଙ୍କାର ଏକ୍ସଚେଞ୍ଜ ମିଳିବ। ଏହାର ଅର୍ଥ ଫୋନ ଆପଣଙ୍କୁ 12,500 ଟଙ୍କା ଶସ୍ତାରେ ମିଳିଯିବ। Mobikwik ଜରିଆରେ ପୈଠ କଲେ ଆପଣଙ୍କୁ 200 ଟଙ୍କା କ୍ୟାଶବ୍ୟାକ୍ ମିଳିବ। ଏହାସହ 349 ଟଙ୍କାର ଜିଓ ରିଚାର୍ଜରେ 10 ହଜାର ଟଙ୍କାର ବେନିଫିଟ ଆପଣଙ୍କୁ ଦିଆଯାଉଛି।

ଏହି ରେଡ଼ମି ନୋଟ 10 ପ୍ରୋ ମୋବାଇଲର ସ୍ପେସିଫିକେସନ:-

ଫୋନ ର ଡ଼ିସପ୍ଲେ 6.67 ଇଞ୍ଚର ଅଟେ। ଏହାର ସ୍କ୍ରିନ ଏତେ ଶାନଦାର ଯେ ଆପଣ ଖରାରେ ମଧ୍ୟ ସବୁକିଛି ଦେଖିପାରିବେ। ଏହି ମୋବାଇଲର ପ୍ରୋସେସର ହେଉଛି କ୍ୱାଲକମ ସ୍ନାପଡ୍ରାଗନ 732G ପ୍ରୋସେସର ଅଟେ।

108 ମେଗାପିକ୍ସେଲ କ୍ୟାମେରା:-

ଫୋନ୍ ରେ 108 ମେଗାପିକ୍ସେଲ କ୍ୱାର୍ଡ କ୍ୟାମେରା ରହିଛି। ଏହାର ପ୍ରାଇମେରୀ କ୍ୟାମେରାରେ ଫୋଟ ବହୁତ ଭଲ ଆସିଥାଏ। ଏଥିରେ 8 ମେଗାପିକ୍ସେଲର ଅଲ୍ଟ୍ରାୱାଇଡ଼ ସେନ୍ସର ମଧ୍ୟ ଦିଆଯାଇଛି। ଏହାର ସେଲ୍ଫି କ୍ୟାମେରା 16 ମେଗାପିକ୍ସେଲ ର ଅଟେ।

5020 mah ବ୍ୟାଟେରୀ:-

ମୋବାଇଲରେ 5020 mah ବ୍ୟାଟେରୀ ଥିବାସହ 33w ଫାଷ୍ଟ ଚାର୍ଜର ମଧ୍ୟ ରହିଛି। ଏହାର ଅର୍ଥ ହେଉଛି କି 1 ଘଣ୍ଟାରେ ଫୋନ ବ୍ୟାଟେରୀ ସମ୍ପୂର୍ଣ୍ଣ ଫୁଲ।

Leave a Reply

Your email address will not be published. Required fields are marked *