ସ୍ୱାମୀଙ୍କୁ ଛାଡ଼ି ଏବେ ପିଲାଙ୍କ ସହିତ ଏକା ରହିବାକୁ ପ୍ଲାନିଂ କରୁଛନ୍ତି ଶିଳ୍ପା ସେଟି? ଜାଣନ୍ତୁ ପୁରା ମାମଲା

ଶିଳ୍ପା ସେଟିଙ୍କ ପତି ରାଜ କୁନ୍ଦ୍ରାଙ୍କୁ ଜୁଲାଇ 19 ତାରିଖରେ ଅଶ୍ଳୀଳ ଭିଡ଼ିଓ ବନାଇବା ଓ ଏହାକୁ ଆପ ଜରିଆରେ ରିଲିଜ କରିବା ପରେ କ୍ରାଇମ ବ୍ରାଞ୍ଚ ଦ୍ୱାରା ଲମ୍ବା ଯାଞ୍ଚ ପରେ ତାଙ୍କୁ ଗିରଫ କରାଯାଇଥିଲା। ରାଜ କୁନ୍ଦ୍ରା ଏବେବି ଜେଲରେ ଅଛନ୍ତି ଓ ସେ ଲଗାତାର ନିଜର ବେଲ ପାଇଁ ଚେଷ୍ଟା କରୁଛନ୍ତି। ପତିଙ୍କ ଏହି ମାମଲା ସାମ୍ନାକୁ ଆସିବାପରେ ଶିଳ୍ପା ସେଟିଙ୍କ ବ୍ୟକ୍ତିଗତ ଜୀବନ ଓ ଫିଲ୍ମ ଲାଇଫ ବହୁତ ପ୍ରଭାବିତ ହୋଇଛି। ବହୁତ ସମୟ ହେବ ସେ ସୁପର ଡ଼୍ୟାନ୍ସରେ ନଜର ଆସିନାହାଁନ୍ତି ଓ ବହୁତ ବଡ଼ ବ୍ରାଣ୍ଡ ମଧ୍ୟ ତାଙ୍କ ହାତରୁ ଚାଲିଯାଇଛି।

ରାଜ କୁନ୍ଦ୍ରାଙ୍କ ଠାରୁ ଅଲଗା ରହିବାକୁ ଯୋଜନା:-

ବର୍ତ୍ତମାନ ଧୀରେଧୀରେ ତାଙ୍କର କ୍ୟାରିଅର ଟ୍ରାକ କୁ ଆସିସାରିଛି ଓ ସେ ସୁପର ଡ଼୍ୟାନ୍ସର 4ର ମଞ୍ଚକୁ ଫେରିଛନ୍ତି। ରିପୋର୍ଟ ମୁତାବିକ, ଶିଳ୍ପା ଏହି କାରଣରୁ ଶୋ କୁ ଆସିବାକୁ ରାଜି ହୋଇଥିଲେ କି ସେ କୌଣସି ବିବାଦୀୟ ପ୍ରଶ୍ନର ଉତ୍ତର ଦେବେନାହିଁ। କିନ୍ତୁ ଏବେ ଶିଳ୍ପା ସେଟିଙ୍କୁ ନେଇ ବହୁତ ବଡ଼ ଖବର ସାମ୍ନାକୁ ଆସିଛି ଯେ, ସେ କୁଆଡେ ନିଜ ପିଲାଙ୍କ ସହିତ ଅଲଗା ରହିବାକୁ ପ୍ଲାନିଂ କରୁଛନ୍ତି।

ସାଙ୍ଗମାନେ କହିଲେ ଶିଳ୍ପା ଲାଜ ରେ ଅଛନ୍ତି:-

ରିପୋର୍ଟସ ମୁତାବିକ, ଶିଳ୍ପାଙ୍କର ଏକ ବନ୍ଧୁ କହିଲେ କି ରାଜକୁନ୍ଦ୍ରାଙ୍କ ମାମଲା ଥମିବାକୁ ନାଁ ନେଉନାହିଁ। ରିପୋର୍ଟ ମୁତାବିକ, ଶିଳ୍ପାଙ୍କ ଏକ ବନ୍ଧୁଙ୍କ ମୁତାବିକ ରାଜଙ୍କ ଏହି କାରନାମା ସାମ୍ନାକୁ ଆସିବାପରେ ଶିଳ୍ପା ସେଟି ଲଜ୍ବିତ ହୋଇଯାଇଥିଲେ। ଶିଳ୍ପାଙ୍କୁ ଜଣାନାହିଁ ଯେ ତାଙ୍କ ପାଇଁ କରାଯାଇଥିବା ଡ଼ାଇମଣ୍ଡ ଓ ଡୁପ୍ଲେଟସ ଭୁଲ କାମ ଜରିଆରେ କରାଯାଇଥିଲା।

ପିଲାଙ୍କ ଦେଖାଶୁଣା କରିବାକୁ ଶିଳ୍ପା ସ୍ୱତନ୍ତ୍ର:-

ମିଡ଼ିଆ ରିପୋର୍ଟ ଅନୁସାରେ, ଶିଳ୍ପାଙ୍କ ଏକ ବନ୍ଧୁ ମୁତାବିକ ଶିଳ୍ପା ରାଜଙ୍କ ପଇସା ଛୁଇଁବାକୁ ଚାହୁଁ ନାହାଁନ୍ତି। ସେ କାମ କରୁଛନ୍ତି ଓ ସେଇ ପଇସା ଯଥେଷ୍ଟ ଅଟେ ନିଜ ପିଲାଙ୍କ ଦେଖାଶୁଣା କରିବାରେ। ଶିଳ୍ପା ସମସ୍ତଙ୍କୁ କହିଛନ୍ତି କି, ସେ ହଙ୍ଗାମା 2 ଓ ନିକମା ପରେ ଫିଲ୍ମ କରିବାକୁ ମଧ୍ୟ ପ୍ରସ୍ତୁତ।

ଫିଲ୍ମର ଅଫର ମଧ୍ୟ ମିଳୁଛି:-

ରିପୋର୍ଟସ ମୁତାବିକ ଶିଳ୍ପା ଫେରିବା ପରେ ତାଙ୍କୁ ଅନୁରାଗ ବାସୁ ଓ ପ୍ରିୟଦର୍ଶିନୀ ନିଜ ଫିଲ୍ମରେ ଏକ ରୋଲ ଅଫର କରିଛନ୍ତି। ଶିଳ୍ପା ପ୍ରିୟଦର୍ଶିନୀଙ୍କ ଏକ ଫିଲ୍ମ ହଙ୍ଗାମା 2 ରେ କାମ କରିସାରିଛନ୍ତି ଓ ଅନୁରାଗ ବାସୁଙ୍କ ଏକ ଫିଲ୍ମ ଲାଇଫ ଇନ ମେଟ୍ରୋରେ ମଧ୍ୟ କାମ କରିସାରିଛନ୍ତି। ଏହାପରେ ସେ ଲଗାତାର ସୁପର ଡ଼୍ୟାନ୍ସର ସୋ ରେ ଜଜ କରୁଛନ୍ତି।

ସୋସିଆଲ ମିଡ଼ିଆରେ ହୋଇଗଲେ ଇମୋଶନାଲ:-

ଏବେଏବେ ଶିଳ୍ପା ଲମ୍ବା ସମୟ ପରେ ସୋସିଆଲ ମିଡ଼ିଆକୁ ଫେରିଛନ୍ତି। ସେ ଏବେ କିଛି ପୋଷ୍ଟ କରିଛନ୍ତି। ଏବେ ଶିଳ୍ପା ସେଟି ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏମିତି କିଛି ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ବହୁତ ଇମୋଶନାଲ ହୋଇଯାଇଛନ୍ତି। ଏଥିରେ କିଛି ବହିର ଅଂଶ ରହିଛି। ଯେଉଁଥିରେ ଲେଖାଯାଇଛି କି, ଭୁଲ ଓ ସେଥିରେ ଜୀବନର ଭୁଲ ବିଷୟରେ ଲେଖାଯାଇଛି।

Leave a Reply

Your email address will not be published. Required fields are marked *