ବାପା ମୁଁ ମରିବାପାଇଁ ଚାହୁଁନି,ବଞ୍ଚେଇଦିଅ ମୋତେ… ମରିବା ପୂର୍ବରୁ ଆମ୍ବୁଲାନ୍ସରେ ବାପାଙ୍କୁ ଏହି କଥା କହିଥିଲେ କାଜଲ,ଜାଣନ୍ତୁ ପୁରା ଘଟଣା

ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରେ ହୋଇଥିବା କାଜଲ ହତ୍ୟାକାଣ୍ଡକୁ ୧୦ ଦିନ ହୋଇଗଲାଣି ଏବଂ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ବିଜୟ ଫେରାର ରହିଛି | ପୋଲିସ ୧୦ ଦିନ ହେଲାଣି ଅଭିଯୁକ୍ତଙ୍କୁ ଖୋଜିଚାଲିଛି | କିନ୍ତୁ ଏ ପର୍ଯ୍ୟନ୍ତ ତାକୁ ଧରାଯାଇ ପାରିନାହିଁ | ସେହିପରି ନିଜ ଝିଅର ମୃତ୍ୟୁ ପାଇଁ ବାପା ରାଜୁ ନୟନ ସିଂହ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିଗଲେ ଏବଂ ତାଙ୍କର କେବଳ କାଜଲ କହିଥିବା ଶେଷ କଥା ମନେପଡୁଛି |

କାଜଲଙ୍କ ବାପା ରାଜୁ ନୟନ ସିଂହଙ୍କ ଅନୁଯାୟୀ ଗୁଳି ଲାଗିବାପରେ ଯେତେବେଳେ ସେ ନିଜ ଝିଅକୁ ଆମ୍ବୁଲାନ୍ସରେ ଲଖନଉ ନେଇ ଯାଉଥିଲେ, ସେତେବେଳେ ଝିଅ ତାଙ୍କୁ କାନ୍ଦି କାନ୍ଦି କହୁଥିଲା ଯେ ବାପା ମତେ ବଞ୍ଚେଇଦିଅ, ମୁଁ ମରିବାପାଇଁ ଚାହୁଁନି, କିଛି କର, ଯେଉଁଠି ବି ହେଲେ ମୋର ଅପରେସନ କରାଇଦିଅ ଯେମିତିକି ମୁଁ ବଞ୍ଚିଯିବି | ରାଜୁ ନିଜ ଝିଅକୁ ଭରସା ଦେଲା ଯେ ତାର ସଠିକ ଭାବରେ ଚିକିତ୍ସା କରାଯିବ ଏବଂ ସେ ବଞ୍ଚିଯିବ |

ଝିଅକୁ ହସ୍ପିଟାଲ ନେଇଯିବାପରେ ବାପାକୁ ଲାଗିଲା ଯେ ସେ ବଞ୍ଚିଯିବ | କିନ୍ତୁ ଏପରି ହୋଇପାରିଲା ନାହିଁ | ଚାରିଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ଚିକିତ୍ସା ଚାଲିଲା ଏବଂ ଅପରେସନ ମଧ୍ୟ ହେଲା | କିନ୍ତୁ କାଜଲଙ୍କ ପେଟରୁ ଗୁଳି ବାହାର କରାଯାଇପାରିଲା ନାହିଁ | ଯାହାକି ତାଙ୍କର ଜୀବନ ନେଇଗଲା | ଝିଅର ମୃତ୍ୟୁ ପରେ ବାପାମା ଭାଙ୍ଗିପଡିଲେ | କାଜଲଙ୍କ ମୃତ୍ୟୁ ପରେ ତାଙ୍କ ବାପାମା ବର୍ତ୍ତମାନ କେବଳ ତାଙ୍କ ହତ୍ୟାକାରୀକୁ ଧରିବାପାଇଁ ପୋଲିସଠାରେ ଦାବି କରୁଛନ୍ତି ଏବଂ କାଜଲଙ୍କ ହତ୍ୟାକାରୀଙ୍କୁ କଠୋରରୁ କଠୋର ଦଣ୍ଡ ଦେବାପାଇଁ କହୁଛନ୍ତି | ତେବେ ପୋଲିସ ବର୍ତ୍ତମାନ ସୁଦ୍ଧା ଜଣେ ବି ବଦମାସକୁ ଧରିପାରି ନାହିଁ |

ଉଲ୍ଲେଖଯୋଗ୍ୟ ଯେ ଅଗଷ୍ଟ ୨୦ ତାରିଖ ରାତିରେ ଟଙ୍କା କାରବାର କାରଣରୁ ଅଭିଯୁକ୍ତ ବିଜୟ ପ୍ରଜାପତି ନିଜ ସାଥୀମାନଙ୍କ ସହିତ ରାଜୁ ନୟନ ସିଂହଙ୍କ ଘରକୁ ଆସିଥିଲା | ଯେଉଁଠାରେ କି ଏହି ଲୋକମାନେ ରାଜୁଙ୍କୁ ବହୁତ ପିଟିବା ଆରମ୍ଭ କରିଦେଇଥିଲେ | ନିଜ ବାପାଙ୍କୁ ପିଟାଯାଉଥିବାର ଦେଖି କାଜଲ ତାଙ୍କୁ ବଞ୍ଚାଇବାପାଇଁ ଚେଷ୍ଟା କଲା | ଏହାସହିତ ଭିଡିଓ ମଧ୍ୟ ତିଆରି କରିବାକୁ ଲାଗିଲା | କାଜଲ ଭିଡିଓ ତିଆରି କରୁଥିବାର ଦେଖି ବିଜୟ ବହୁତ ରାଗିଗଲା ଏବଂ ସେ କାଜଲଙ୍କୁ ଦୋଉଡିଯାଇ ଗୁଳି କରିଦେଲା | ଘଟଣା ଘଟାଇ ସବୁ ଅଭିଯୁକ୍ତ କାଜଲଙ୍କ ମୋବାଇଲ ନେଇ ଫେରାର ହୋଇଯାଇଥିଲେ | ଆହତ କାଜଲ ଲଖନଉରେ ଚିକିତ୍ସା ସମୟରେ ବୁଧବାର ଦିନ ନିଜର ପ୍ରାଣ ହରାଇଲେ |

ପୋଲିସ ଅନୁଯାୟୀ କାଜଲଙ୍କ ପେଟରେ ଗୁଳି ଲାଗିଥିଲା | ଯାହାକୁ କି ବାହାର କରାଯାଇ ପାରିଲାନାହିଁ | ଯେଉଁ କାରଣରୁ କାଜଲଙ୍କର ମୃତ୍ୟୁ ହୋଇଗଲା | ଆପଣଙ୍କୁ କହିରଖୁଛୁ ଯେ ଅଭିଯୁକ୍ତ ବିଜୟଙ୍କ ଉପରେ ପୂର୍ବରୁ ମଧ୍ୟ ଅନେକ ଗୁଡିଏ ମାମଲା ରିପୋର୍ଟ କରାଯାଇଛି |

Leave a Reply

Your email address will not be published. Required fields are marked *