ପ୍ରଥମେ ବିଲେଇ କୁକୁର, ତା ପରେ ମଣିଷ : ଆମେରିକା ପ୍ରଥମେ ଆଫଗାନ ନାଗରିକଙ୍କୁ ଆଣିବା ବଦଳରେ ପଶୁମାନଙ୍କୁ ଆଣିଲା,ବିମାନରେ ଦେଶକୁ ଆଣିଲେ ୨୦୦ କୁକୁର,ବିଲେଇ

ଆଫଗାନିସ୍ତାନରେ ଖରାପ ଅବସ୍ଥାକୁ ଦେଖି ବ୍ରିଟେନର ପୂର୍ବ ରୟାଲ ମରିନ କୁ ପାଖାପାଖି ୨୦୦ କୁକୁର ଓ ବିଲେଇ ଏଠାରୁ ବାହାର କରାଯାଇଛି|ଦୁଃଖର କଥା ଯେ ତାଙ୍କ ସଂସ୍ଥା ଆଫଗାନିସ୍ତାନର କର୍ମୀଙ୍କୁ କାବୁଲରେ ଛାଡି ଦେଲେ ଓ ତାଙ୍କ ପ୍ରତି ଟିକେ ସହାନୁଭୂତି ଦେଖାଇଲେ ନାହିଁ|ବହୁଲୋକଙ୍କ ଦ୍ଵାରା ଏହି ଫଏସଲାର ଆଲୋଚନା କରାଯାଉଛି ଓ କୁହାଯାଉଛି ଯେ ତାଙ୍କ ଜାଗାରେ ୧୧୦୦ ଆଫଗାନ ବ୍ରିଟେନ ଆସିବାର ଧକଦାର ଥିଲେ|କିନ୍ତୁ ତାଙ୍କ ସାହାଯ୍ୟ କରାଗଲା ନାହିଁ|

ପ୍ରକୃତରେ ବ୍ରିଟିଶ ସୈନ୍ୟ ଭାବରେ ଆଫଗାନିସ୍ତାନରେ ୧୫ ବର୍ଷ ନିୟୋଜିତ ଥିବା ଫାରାଥିଙ୍ଗ ନାଉଜାଡ ନାମକ ପରୋପକାରୀ ସଂସ୍ଥା ସ୍ଥାପନ କରିଥିଲେ|ତାଲିବାନ କାବୁଲକୁ କବ୍ଜା କରିବା ପରେ ସେ ଏଠାରୁ ବାହାରିବାକୁ ଚାହୁଁଥିଲେ|ଫାରାଥିଙ୍ଗ ଓ ତାଙ୍କ ଆଫଗାନ କର୍ମଚାରୀ ବ୍ରିଟିଶ ସେନାର ବିମାନରେ ସେଠାରୁ ବାହାରିବା ଯୋଗ୍ୟ ଥିଲେ|କିନ୍ତୁ ସେ ବିନା ପଶୁକୁ ଦେଶ ଛାଡ଼ିବାକୁ ମନା କରିଥିଲେ|ସେ ପଶୁମାନଙ୍କ ସହ ଦେଶ ଛାଡ଼ିବାକୁ ସୋସିଆଲ ମିଡିଆରେ ଏକ ଅଭିଯାନ ଚଳାଇଥିଲେ |

ଫାରାଥିଙ୍ଗ ନିଜ ପଶୁମାନଙ୍କ ସହ ଦେଶ ଛାଡ଼ିବାକୁ ପ୍ରେସ ସାକ୍ଷାତକାର ଦେଇଥିଲେ|ତାଙ୍କ ସମର୍ଥକ ବ୍ରିଟିଶ ସରକାରଙ୍କ ନିକଟରେ ଅଭିଯାନ ଚଳାଇଥିଲେ|ଏହାର ନାମ ଅପରେସନ ଆର୍କ ଥିଲା|

ବ୍ରିଟିଶ ସରକାରଙ୍କ ପକ୍ଷରୁ ତାଙ୍କ ପାଇଁ ଶନିବାର ଏକ ଚାଟାର୍ଡ ବିମାନ ପଠାଯାଇଥିଲା|ଏହି ବିମାନରେ ଫାରାଥିଙ୍ଗ ଓ ତାଙ୍କ ପଶୁମାନଙ୍କ ସହ ଶନିବାର ବିଳମ୍ବିତ ସନ୍ଧ୍ୟାରେ ଛାଡିଥିଲେ|ରବିବାର ଏହି ବିମାନ ଲଣ୍ଡନ ହିଥ୍ରୋ ହବାଇ ଆଡାରେ ଅବତରଣ କରିଥିଲେ|ଏଥିରେ କେଵଳ ପଶୁ ଥିଲେ|ଏମାନଙ୍କୁ ସଙ୍ଗରୋଧରେ ରଖାଯାଇଥିଲା|ପଶୁ ଚିକିତ୍ସକମାନଙ୍କ କହିବାନୁଯାୟୀ ସମସ୍ତେ ସୁସ୍ଥ ରହିଛନ୍ତି|

ବ୍ରିଟେନ ସାଂସଦ ଏହି ଆଲୋଚନା କରି କହିଛନ୍ତି ପଶୁମାନଙ୍କ ପରିବର୍ତ୍ତେ ମଣିଷ ଉପରେ ଧ୍ୟାନ ଦେବା ଆବଶ୍ୟକ|ଯଦିଓ ବ୍ରିଟେନ ସରକାରଙ୍କ କହିବାନୁଯାୟୀ ସେ ୧୫ ହଜାରରୁ ଉର୍ଦ୍ଧ୍ଵ ବ୍ରିଟିଶ ନାଗରିକ ଓ ଆଫଗାନିକୁ ଦୁଇସପ୍ତାହରେ ବାହାର କରିଛନ୍ତି ଓ ଏହା ଶନିବାର ଶେଷ ହୋଇଛି|କିନ୍ତୁ ଅଧିକାରୀଙ୍କ ଅନୁସାରେ ୧୧୦୦ ଆଫଗାନ ବ୍ରିଟେନ ଆସିବା ହକଦାର ଥିଲେ ଓ ତାଙ୍କୁ ସେଠାରେ ଛାଡି ଦିଆଗଲା|ବ୍ରିଟେନର ସାଂସଦ ଅନୁସାରେ ଏହି ସଂଖ୍ୟା ଆହୁରି ଅଧିକ ହୋଇପାରେ|

ବ୍ରିଟିଶ ସରକାରଙ୍କ ଅଧିକାରୀ ଏହାକୁ ନେଇ ନାରାଜ ହୋଇଛନ୍ତି|ରକ୍ଷା ମନ୍ତ୍ରୀ ବେନ ୱଲେସ କହିଛନ୍ତି ଯେ ସେନାକୁ ପଶୁ ପରିବର୍ତ୍ତେ ଲୋକଙ୍କୁ ପ୍ରାଥମିକତା ଦେବା ଆବଶ୍ୟକ ଓ ଫାରାଥିଙ୍ଗ ସମର୍ଥକଙ୍କୁ ନିନ୍ଦା କରିଛନ୍ତି|

 

ଏହି ମାମଲାରେ ପ୍ରତିକ୍ରିୟା ଦେଇ ଆଫଗାନିସ୍ତାନରେ ବ୍ରିଟେନ ସେନା ସହ କାମ କରିଥିବା କଞ୍ଜରବେଟିଭ ସାଂସଦ ଟମ ଟୁଗେନ ଧାତ କହିଛନ୍ତି ଯେ ଆପଣ କ’ଣ କହିବେ ମୁଁ ଯଦି ଆପଣଙ୍କ ମାଙ୍କୁ ଵଞ୍ଚାଇବା ପରିବର୍ତ୍ତେ କୁକୁରକୁ ବଞ୍ଚାଇବାକୁ ଆମ୍ବୁଲାନ୍ସ ପଠାଏ?ସେ ରେଡିଓ ଷ୍ଟେସନ ଏଲବିସିରେ ଶନିବାର ଦିନ କହିଛନ୍ତି ଯେ ଆମେ ୨୦୦ କୁକୁର ଆଣିବାକୁ ବହୁ ସୈନିକର ପ୍ରୟୋଗ କଲୁ|

ପାରାଥିଙ୍ଗ ସମର୍ଥକ କହିଛନ୍ତି ଯେ ଅପରେସନ ଆର୍କ ବିମାନରେ ସିଟ ନେଇ ନାହାନ୍ତି|

Leave a Reply

Your email address will not be published.