କମିଲା ଡାଲିର ମୂଲ୍ୟ : ଜାଣନ୍ତୁ ବର୍ତ୍ତମାନ ଏହିସବୁ ଡ଼ାଲିଗୁଡିକର ନୂତନ ମୂଲ୍ୟ କଣ ରହିଛି

ଦେଶରେ ମାରାତ୍ମକ କରୋନା ଭାଇରସ ମଧ୍ୟରେ ଦିନକୁ ଦିନ ବଢୁଥିବା ମହଙ୍ଗା ଜନସାଧାରଣଙ୍କୁ ବହୁତ ଅସୁବିଧାରେ ପକାଇ ଦେଇଛି | ପ୍ରତିଦିନ ବ୍ୟବହାର ହେଉଥିବା ଖାଇବା ଜିନିଷ ମହଙ୍ଗା ହୋଇଥିବାରୁ ଜନସାଧାରଣଙ୍କ ରୋଷେଇର ବଜେଟ ବିଗିଡିଯାଇଛି | ଦେଶରେ ଗତ ମାସ ମଧ୍ୟରେ ଖାଦ୍ୟ ତେଲର ଦାମ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ ବଢିଯାଇଛି | ଭାରତୀୟ ଶିଳ୍ପ ବୋର୍ଡ ଆନ୍ତର୍ଜାତୀୟ ବଜାରରେ ମୂଲ୍ୟରେ ହେଉଥିବା ହ୍ରାସ-ବୃଦ୍ଧିକୁ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିକୁ ଦାୟୀ କରିଛି |

ଡ଼ାଲିରେ ହୋଇଥିବା ବୃଦ୍ଧି ପରେ ମଧ୍ୟ ବହୁତ କମ ରହିଛି ମୂଲ୍ୟ :-

ସେହିପରି ଡାଲିର ମୂଲ୍ୟରେ ମଧ୍ୟ ୧୦ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି | ଦିଲ୍ଲୀର ଖୁଚୁରା ବଜାରରେ ଡାଲିର ମୂଲ୍ୟ ଶିଖରରେ ପହଞ୍ଚିଯାଇଛି | ସେହିପରି ରାଜମାର ମୂଲ୍ୟରେ ସବୁଠାରୁ ଅଧିକ ବୃଦ୍ଧି ଘଟିଛି | ଜଣେ ଖୁଚୁରା ବ୍ୟବସାୟୀଙ୍କ କହିବାନୁସାରେ, ଗତ ଏକ ମାସ ମଧ୍ୟରେ ରାଜମାର ମୂଲ୍ୟ ୨୦ ଟଙ୍କା ପ୍ରତି କିଲୋଗ୍ରାମରେ ବୃଦ୍ଧି ପାଇଛି | ଏଥି ସହିତ, ଡାଲିର ମୂଲ୍ୟରେ ୫ ରୁ ୧୦ ଟଙ୍କା ବୃଦ୍ଧି ଘଟିଥିବାର ରିପୋର୍ଟ କରାଯାଇଛି |

୧ ଲିଟରକୁ ୧୬୫ ଟଙ୍କାରେ ପହଞ୍ଚିଛି ସୋରିଷତେଲର ମୂଲ୍ୟ :-

ସେହିପରି ଜଣେ ଅନ୍ୟ ଖୁଚୁରା ବେପାରୀଙ୍କ ଅନୁଯାୟୀ, ଗତ ଏକ ମାସ ମଧ୍ୟରେ ରିଫାଇଣ୍ଡ ଅଏଲର ଦାମରେ ଲିଟର ପିଛା ୫ଟଙ୍କା ବୃଦ୍ଧି ପାଇଛି ଏବଂ ସୋରିଷତେଲରେ ପ୍ରାୟ ୨୦ ଟଙ୍କା ବୃଦ୍ଧିପାଇଥିବାର ଦେଖାଯାଇଛି | ଖାଦ୍ୟ ତେଲର ଦାମରେ ହୋଇଥିବା ଏହି ବୃଦ୍ଧିକୁ ନେଇ ଭାରତୀୟ ଶିଳ୍ପ ବ୍ୟବସାୟ ବୋର୍ଡର ମହାସଚିବ ହେମନ୍ତ ଗୁପ୍ତା କହିଛନ୍ତି ଯେ ଡାଲିର ବଢିଥିବା ମୂଲ୍ୟ ପଛରେ ଅନ୍ତର୍ଜାତୀୟ ବଜାରରେ ହେଉଥିବା ହ୍ରାସ-ବୃଦ୍ଧି ଦାୟୀ ଅଟେ | ସେହିପରି ଏହି କାରଣରୁ ଦିଲ୍ଲୀରେ ଖାଦ୍ୟ ତେଲର ଦାମରେ ୧୫ରୁ ୨୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ରିପୋର୍ଟ କରାଯାଇଛି |

ଏହା ହେଉଛି ଖାଦ୍ୟର ତାଜା ମୂଲ୍ୟ :-

ସୋରିଷ ତେଲ – ୧୬୫ ଟଙ୍କା

ରିଫାଇଣ୍ଡ ତେଲ – ୧୫୫ ଟଙ୍କା

ଚଣା ଡାଲି – ୭୦ ଟଙ୍କା

ରାଜମା – ୧୨୫ ଟଙ୍କା

ବିରି – ୭୦ ଟଙ୍କା

ହରଡ ଡାଲି – ୯୫ ଟଙ୍କା

ଚିନି – ୩୬ ଟଙ୍କା

ମଲକା ଡାଲି – ୮୫ ଟଙ୍କା

ମୁଗ ଡାଲି – ୧୦୦ ଟଙ୍କା

Leave a Reply

Your email address will not be published. Required fields are marked *