ଦେଖନ୍ତୁ ଭିଡିଓ : କାରକୁ ଗାତରୁ ବାହାର କରିବା ପାଇଁ ଆସିଥିଲା ଜେସିବି,କିନ୍ତୁ ଜେସିବିର ଅବସ୍ଥା ହେଲା ଏମିତି..

ପ୍ରାୟତଃ ଲୋକମାନେ ଏପରି କୁହନ୍ତି ଯେ ଯଦି ଆପଣଙ୍କ ଭାଗ୍ୟ ଭଲ ଥିବ, ତେବେ ବ୍ୟକ୍ତିର ବିଗିଡି ଯାଉଥିବା କାମ ମଧ୍ୟ ସୁରୁଖୁରୁରେ ହୋଇଯାଏ, କିନ୍ତୁ ଯଦି ଆପଣଙ୍କ ଭାଗ୍ୟ ଖରାପ ଥିବ, ତେବେ ଭଲରେ ହୋଇଯାଉଥିବା କାମ ମଧ୍ୟ ବିଗିଡି ଯାଏ | ନିକଟରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି | ଯାହାକୁ ଦେଖିବାପରେ ଆପଣ ମଧ୍ୟ ନିଜର ହସକୁ କଣ୍ଟ୍ରୋଲ କରିପାରିବେ ନାହିଁ |

ଭିଡିଓରେ ରାସ୍ତା କଡରେ କାର ପଡିଯାଇଛି ଏବଂ ଗାଡିର ମାଲିକ ତାକୁ ଗାତରୁ ବାହାର କରିବାପାଇଁ ଜେସିବି ଡ଼କାଇଛନ୍ତି | କିନ୍ତୁ ତାପରେ ଏମିତି କିଛି ହୋଇଥାଏ, ଯାହାକୁ ଦେଖି ଆପଣ ମଧ୍ୟ କହିବେ ଭାଇ! ଭାଗ୍ୟ ଆଗରେ ସମସ୍ତେ ବାଧ୍ୟ ଅଟନ୍ତି !

ଭିଡିଓରେ ଆପଣ ଦେଖିପାରିବେ ଯେ କାରଟି ଗାତରେ ପଡିଯାଇଛି ଏବଂ ତାକୁ ବାହାର କରିବାପାଇଁ କାରର ମାଲିକ ଜେସିବି ଡ଼କାଇଛି | ଜେସିବି ଆସିବାମାତ୍ରେ କାର ମାଲିକ ନିଜ କାରକୁ ବାହାର କରିବାପାଇଁ ତାକୁ ଜେସିବି ସହିତ ବାନ୍ଧିଦିଏ | ଏହାପରେ ଜେସିବି କାରକୁ ବାହାରକୁ ଟାଣିବାପାଇଁ ଚେଷ୍ଟା କଲା, ସେତେବେଳେ କାର ଟିକେ ବାହାରକୁ ବାହାରିଲା ଏବଂ ଓଲଟି ପଡିଲା | ଏହାଦ୍ୱାରା ଜେସିବିର ବାଲାନ୍ସ ବିଗିଡି ଗଲା ଏବଂ ଜେସିବି ମଧ୍ୟ ଗାତରେ ଯାଇ କାର ଉପରେ ପଡିଗଲା |

ଏଠାରେ ଦେଖନ୍ତୁ ଭିଡିଓ :-

ସୋସିଆଲ ମିଡିଆରେ ଏହି ଭିଡିଓକୁ ଦେଖି ଲୋକମାନେ ବହୁତ ହସୁଛନ୍ତି | ଜଣେ ୟୁଜର ଲେଖିଛନ୍ତି, ‘ଏସବୁ ଭାଗ୍ୟର ଖେଳ ଅଟେ |’ ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ ବର୍ତ୍ତମାନ ଏହି ଜେସିବିକୁ ଉଠାଇବାପାଇଁ କୌଣସି ଅନ୍ୟ କ୍ରେନକୁ ଡକାଯାଉ | ଆଉ ଜଣେ ୟୁଜର ଲେଖିଛନ୍ତି ଯେ ଆସିଥିଲା ସାହାଯ୍ୟ କରିବାପାଇଁ, କିନ୍ତୁ ନିଜେ ବିପଦରେ ପଡିଗଲା | ଏହାବ୍ୟତୀତ ଆହୁରି ଅନେକ ୟୁଜର୍ସ ମଜାଳିଆ କମେଣ୍ଟ କରିଛନ୍ତି |

ଆପଣଙ୍କ ସୂଚନା ପାଇଁ କହିରଖୁଛୁ ଯେ ଏହି ମଜାଳିଆ ଭିଡିଓ ଟ୍ୱିଟରରେ @HldMyBeer ନାମକ ଆକାଉଣ୍ଟରୁ ସେୟାର କରାଯାଇଛି | ଯାହା ସହିତ ସେ କ୍ୟାପ୍ସନରେ ଲେଖିଛନ୍ତି ଯେ ବର୍ତ୍ତମାନ ଆଉ କଣ କରାଯିବ | ଏହି ଭିଡିଓକୁ ଖବର ଭାବରେ ଲେଖାଯିବା ବେଳକୁ ୩ ଲକ୍ଷରୁ ଅଧିକ ଭ୍ୟୁ ମିଳିଛି |

Leave a Reply

Your email address will not be published. Required fields are marked *