ଡ୍ୟାନ୍ସ ମାଷ୍ଟର ହୋଇ ସ୍ଟେପ ଶିଖାଉଥିଲା ଯୁବକ, ତାପରେ ଝିଅ ଜଣକ କଲା ଏମିତି ଅବସ୍ଥା,ଦେଖନ୍ତୁ ମଜାଳିଆ ଭିଡିଓ

ସୋସିଆଲ ମିଡ଼ିଆର ଦୁନିଆରେ ଆପଣଙ୍କୁ ଅନେକଥର ଏପରି କିଛି ଜିନିଷ ଦେଖିବାକୁ ମିଳିଯାଏ, ଯାହା ଉପରେ ବିଶ୍ୱାସ କରିବା କଷ୍ଟକର ହୋଇଯାଏ | ସେହିପରି ଆଉ କିଛି ଭିଡିଓ ଥାଏ, ଯାହାକୁ ଦେଖି ଆମକୁ ବହୁତ ହସ ଲାଗେ | ନିକଟରେ ଏପରି ଗୋଟିଏ ଭିଡିଓ ସାମ୍ନାକୁ ଆସିଛି | ଯାହାକୁ ଦେଖିବାପରେ ଆପଣ ନିଜ ହସକୁ କଣ୍ଟ୍ରୋଲ କରିପାରିବେ ନାହିଁ |

ଭିଡିଓରେ ଗୋଟିଏ ପିଲା ଡ୍ୟାନ୍ସ ମାଷ୍ଟର ହୋଇ ଝିଅଟିକୁ ଡ୍ୟାନ୍ସ ଶିଖାଉଥାଏ, କିନ୍ତୁ ଠିକ ସେତିକିବେଳେ ଯୁବତୀ ଡ୍ୟାନ୍ସ ସମୟରେ ଏମିତି କିଛି କରନ୍ତି ଯେ ଏହି ଡ୍ୟାନ୍ସ ତା ଜୀବନର ସବୁଠାରୁ ବଡ଼ ଭୁଲ ପାଲଟିଯିବ |

ଦେଖନ୍ତୁ ଏହି ଭିଡିଓ :-

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Tube indian 💀🇮🇳 (@tube.indian)

ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ଯୁବକ ରାସ୍ତାରେ ଠିଆ ହୋଇ ଯୁବତୀଙ୍କୁ ଡ୍ୟାନ୍ସର କିଛି ବିଶେଷ ସ୍ଟେପ ଶିଖାଉଛନ୍ତି | ସର୍ବପ୍ରଥମେ ସେ ଯୁବତୀଙ୍କୁ ଗୋଟିଏ ସ୍ଟେପ ଶିଖାନ୍ତି | କିନ୍ତୁ ଯୁବତୀଙ୍କ ମୁଣ୍ଡରେ ଆଉ କିଛି ଚାଲିଥିଲା | ଯୁବକ ଡ୍ୟାନ୍ସ ସ୍ଟେପ କରିବାପାଇଁ ଆଗକୁ ବୁଲିବାମାତ୍ରେ ଯୁବତୀ ତାଙ୍କୁ ପଛରୁ ଜୋରରେ ଗୋଇଠା ମାରିଦେଲେ |

ସୋସିଆଲ ମିଡିଆରେ ଏହି ଭିଡିଓ ଲୋକଙ୍କୁ ବହୁତ ଭଲ ଲାଗୁଛି | ଏହି କାରଣରୁ ଅନେକ ୟୁଜର୍ସ ଏହି ଭିଡିଓରେ ନିଜ ନିଜର ପ୍ରତିକ୍ରିୟା ମଧ୍ୟ ଲେଖିଛନ୍ତି | ଜଣେ ୟୁଜର କହିଛନ୍ତି ଯେ ଏହି ଯୁବତୀ ତ ବହୁତ ଖତରନାକ ବାହାରିଲେ | ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ ଯୁବତୀ ଏହିପରି କାମ କରିବା ଉଚିତ ନଥିଲା, ଅଦ୍ଭୁତ ! ଏହା ବ୍ୟତୀତ ଆହୁରି ଅନେକ ୟୁଜର ମଧ୍ୟ ଏହି ଭିଡିଓରେ ମଜାଳିଆ କମେଣ୍ଟ କରିଛନ୍ତି |

ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି | ଏହି ଭିଡିଓକୁ tube.indian ନାମକ ପେଜରେ ସେୟାର କରାଯାଇଛି | ଲକ୍ଷ ଲକ୍ଷ ଲୋକ ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ଦେଖିସାରିଲେଣି ଏବଂ ପ୍ରାୟ ୪୬ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ପସନ୍ଦ କରିଛନ୍ତି |

Leave a Reply

Your email address will not be published. Required fields are marked *