ମହିଳାଙ୍କୁ ଫାଇଫ ଷ୍ଟାର ହୋଟେଲରୁ ମିଳିଲା ଏହି ଖାଦ୍ୟ, ମେନ୍ୟୁର ମୂଲ୍ୟ ଜାଣିଲେ ଆପଣ ମଧ୍ୟ ବହୁତ ରାଗିଯିବେ

ଯଦି ଆପଣ ଖାଇବା-ପିଇବାକୁ ଏବଂ ବୁଲିବାକୁ ବହୁତ ଭଲ ପାଆନ୍ତି, ତେବେ ଷ୍ଟ୍ରିଟ ଫୁଡଠାରୁ ନେଇ 5 ଷ୍ଟାର ଭଳି ମହଙ୍ଗା ହୋଟେଲ ପର୍ଯ୍ୟନ୍ତ ଫୁଡ ମେନ୍ୟୁ ବିଷୟରେ ନିଶ୍ଚିତ ଜାଣିଥିବେ | ଲଣ୍ଡନରେ ରହୁଥିବା ଜଣେ ମହିଳା ସୋସିଆଲ ମିଡିଆରେ ନିଜ ସହିତ ହୋଇଥିବା ଧୋକାର କାହାଣୀ ସେୟାର କରିଛନ୍ତି | ସେ ବିଷୟରେ ଜାଣି ଆପଣ ମଧ୍ୟ ନିଶ୍ଚିତ ଭାବରେ ରାଗିଯିବେ | ଏତିକି ତ ସମସ୍ତେ ଜାଣିଛନ୍ତି ଯେ ବଡ଼ ହୋଟେଲରେ ଖାଇବା-ପିଇବା ଜିନିଷର ମୂଲ୍ୟ ଆକାଶଛୁଆଁ ହୋଇଥାଏ, କିନ୍ତୁ ଏହି ଭାଇରଲ ଫଟୋକୁ ଦେଖି ଆପଣଙ୍କର ମଧ୍ୟ ରକ୍ତ ଗରମ ହୋଇ ଉଠିବ |

୩୦୦୦ ଟଙ୍କାରେ ଦିଆଗଲା ପ୍ଲେଟ :-

ରବିନା ନାମକ ମହିଳା ନିଜ ବୟଫ୍ରେଣ୍ଡ ସହିତ ଲଣ୍ଡନର 5 ଷ୍ଟାର ହୋଟେଲ ‘ଦ ଶାର୍ଡ଼’ରେ ଡେଟରେ ଯାଇଥିଲେ | ଦୁହେଁ ଖାଇବା ଅର୍ଡର କରିବାରୁ ପ୍ଲେଟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ | ସେମାନେ ନିଜ ପାଇଁ ସେଠିକାର ମିଲ ମାଗିଥିଲେ, ଯେଉଁଥିରେ ଚିକେନର ଛୋଟ ଖଣ୍ଡ, ଗୋଟିଏ ଆଳୁ ଏବଂ ଟିକେ ବ୍ରାଉନ ସସ ଦିଆଯାଇଥିଲା | ଭାଇରଲ ଫଟୋରେ ଦେଖାଯାଉଥିବା ଏହି ଅଳ୍ପ ଖାଇବା ୩୦ ୟୁରୋ ଅର୍ଥାତ ପ୍ରାୟ ୩ ହଜାର ଟଙ୍କାର ଅଟେ |

ପ୍ରାଇସ ପାଇଁ ଅଲଗା ମୂଲ୍ୟ ଦେବାକୁ ପଡିଲା :-

ପ୍ଲେଟରେ ଆସିଥିବା ଖାଇବା ଦେଖି ମହିଳା ରାଗିବା ସ୍ୱାଭାବିକ ଥିଲା | ସେ ନିଜର ରାଗକୁ ପ୍ରକାଶ କରିବାପାଇଁ ଟ୍ୱିଟରର ସାହାଯ୍ୟ ନେଲେ ଏବଂ ନିଜ ଫୋଲର୍ସଙ୍କୁ ମଧ୍ୟ ଏହା ବିଷୟରେ ଜଣାଇଲେ | ରବିନା ନାମକ ଏହି ମହିଳା କମେଣ୍ଟ ମଧ୍ୟରେ ଲେଖିଥିଲେ ଯେ ପ୍ରାଇସ ପାଇଁ ତାଙ୍କୁ ୫ ୟୁରୋ ଅଲଗା ଦେବାକୁ ପଡିଲା | ଖାଇବାର ପରିମାଣ ଦେଖି ମହିଳାଙ୍କ ପୋଷ୍ଟରେ ବାକି ଲୋକ ମଧ୍ୟ ନିଜର ଅସନ୍ତୁଷ୍ଟତା ପ୍ରକାଶ କରୁଛନ୍ତି |

ପୋଷ୍ଟରେ କିଛି ଲୋକ କମେଣ୍ଟରେ ଲେଖୁଛନ୍ତି ଯେ ଏହାଠାରୁ ଭଲ ସେମାନେ ଘାସ ଖାଇବାକୁ ପସନ୍ଦ କରିବେ |

Leave a Reply

Your email address will not be published.