ମଣ୍ଡପରେ ଗୁଟଖା ଖାଉଥିଲା ବର, କ୍ରୋଧିତ ହୋଇ କନ୍ୟା ମାରିଲା ଚାପୁଡ଼ା, ଦେଖନ୍ତୁ ଭାଇରଲ ଭିଡିଓ

ପାନ ହେଉ, ଗୁଟଖା ହେଉ କିମ୍ବା ସିଗାରେଟ ହେଉ, ଡାକ୍ତର ଏସବୁକୁ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି କହି ଆସିଛନ୍ତି | କିନ୍ତୁ ବର୍ତ୍ତମାନ ମଧ୍ୟ ବହୁତ ଲୋକ ଏପରି ଅଛନ୍ତି, ଯେଉଁମାନଙ୍କ ଉପରେ ଏହି କଥାର କୌଣସି ପ୍ରଭାବ ପଡୁନାହିଁ | କିଛି ଲୋକ ଏପରି ମଧ୍ୟ ଅଛନ୍ତି, ଯେଉଁମାନେ ବିବାହ ଭଳି ବିଶେଷ ଅବସରରେ ମଧ୍ୟ ନିଜର ଗୁଟଖା ପ୍ରେମ ଲୁଚାଇ ପାରନ୍ତି ନାହିଁ, ଯାହାର ମୂଲ୍ୟ ମଧ୍ୟ ସେମାନଙ୍କୁ ହିଁ ଦେବାକୁ ପଡିଥାଏ |

ଏପରି କିଛି ଜଣେ ବ୍ୟକ୍ତିଙ୍କ ସହିତ ହେଲା, ଯିଏ କି ବିବାହ ସମୟରେ ମଧ୍ୟ ନିଜର ଗୁଟଖା ପ୍ରେମକୁ ଲୁଚାଇ ପାରିଲାନାହିଁ | ପରିଣାମ ଏହା ହେଲା ଯେ କନ୍ୟା ତାକୁ ବିବାହ ମଝିରେ ହିଁ ଉଚିତ ଶିକ୍ଷା ଦେଇଦେଲା | ସୋସିଆଲ ମିଡିଆରେ ଏହି ଘଟଣାର ଗୋଟିଏ ଭିଡିଓ ସାମ୍ନାକୁ ଆସିଛି |

ଭିଡିଓରେ କନ୍ୟା, ବରର ଖବର ନେଉଥିବାର ଦେଖାଯାଉଛି | କାରଣ ବର ସାହେବ ମଣ୍ଡପରେ ବସି ଗୁଟଖା ଚୋବାଉଥିଲେ | ବାସ୍ତବରେ, ମଣ୍ଡପରେ ବସିଥିବା କନ୍ୟା ତାର ବର ଗୁଟଖା ଚୋବାଉଥିବାର ଜାଣିବାମାତ୍ରେ ସେ ରାଗରେ ଲାଲ ହୋଇଗଲା |

ଦେଖନ୍ତୁ ଭିଡିଓ :-

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Niranjan Mahapatra (@official_niranjanm87)

ପ୍ରଥମେ ତ ସେ ସାମ୍ନାରେ ବସିଥିବା ବ୍ୟକ୍ତିଙ୍କୁ ଗାଳି କରେ ଏବଂ ଦୁଇ-ତିନି ଚାପୁଡ଼ା ଲଗାଇଦିଏ | ତାପରେ ବର ଆଡକୁ ତାର ନଜର ଯାଏ, ସେ ବରକୁ ମଧ୍ୟ ଧକ୍କା ଦିଏ | ବରର କାନ୍ଧରେ ଗୋଟିଏ ବିଧା ମାରି ତାକୁ ଗୁଟଖା ପକାଇବା ପାଇଁ କହେ | ବର ଡରିଯାଇ ଉଠିଯାଏ ଏବଂ ଗୁଟଖା ପକାଇ ଚୁପଚାପ ମଣ୍ଡପରେ ବସିପଡ଼େ |

କୁହାଯାଉଛି ଯେ ଏହି ଭିଡିଓକୁ ଇନ୍ସଟାଗ୍ରାମ ୟୁଜର @official_niranjanm87 ସେୟାର କରିଛନ୍ତି, ଯାହାକୁ ହଜାର ହଜାର ଲାଇକ ମଧ୍ୟ ମିଳିଛି | ତେବେ ଏହି ସୂଚନା ନାହିଁ ଯେ ଏହି ଭିଡିଓ କେବେର ଏବଂ କେଉଁଠାରେ ସୁଟ କରାଯାଇଛି |

Leave a Reply

Your email address will not be published.