ମହିଳାଙ୍କ ଅଦ୍ଭୁତ ଜିଦ: ବିଶ୍ୱ ରେକର୍ଡ କରିବା ଆଶାରେ ଜୀବନକୁ ଲଗାଇଲେ ବାଜି, କଷ୍ଟ ହେଲେ ମଧ୍ୟ ଶରୀର ଆକାରକୁ ବଢାଇବାରେ ଲାଗିଛନ୍ତି

ମୋଟାପଣକୁ ନେଇ ଅନେକ ଲୋକ ବ୍ୟତିବ୍ରସ୍ତ ହୋଇଯାନ୍ତି| ଓଜନ ହ୍ରାସ କରିବା ପାଇଁ ନୂଆ ନୂଆ ପନ୍ଥା ଆପଣାଇ ଥାନ୍ତି| ଓଜନ କମାଇବା ପାଇଁ କିଏ ଜିମ ଯାଏ ତ କିଏ ଖାଇବା ପିଇବା ଭାଡ଼ି ଦେଇଥାଏ| ଅଧିକ ମୋଟାପଣ ପାଇଁ କିଛି କାମ କରିବାକୁ ଇଚ୍ଛା ହୋଇନଥାଏ| କିନ୍ତୁ, ପେନସିଲଭାନିଆରେ ରହୁଥିବା ଜଣେ ୪୬ ବର୍ଷୀୟା ବବିଙ୍କ କାହାଣୀ କିଛି ଅଲଗା ପ୍ରକାରର| ସେ ନିଜ ମୋଟାପଣକୁ ବେଶ ଭଲ ପାଇଥାନ୍ତି| ସେ ନିଜର ଓଜନ ଆହୁରି ବଢୁ ବୋଲି ଚାହୁଁଛନ୍ତି| ଏବେ ତାଙ୍କର ଓଜନ ୨୪୨ କେଜି ଅଛି| ବବି ବିଶ୍ୱର ସବୁଠାରୁ ମୋଟା ମହିଳା ହେବାର ସ୍ୱପ୍ନ ଦେଖୁଛନ୍ତି| ମୋଟା ହେବା ପାଇଁ ପ୍ରତିଦିନ ବବି ଅଧିକରୁ ଅଧିକ ଖାଦ୍ୟ ମଧ୍ୟ ଖାଉଛନ୍ତି|

ବିଶ୍ୱ ରେକର୍ଡ କରିବା ଆଶାରେ ବବି ଅଧିକରୁ ଅଧିକ ଖାଦ୍ୟ ଖାଉଛନ୍ତି| ଯାହାଦ୍ୱାରା ତାଙ୍କର ଓଜନ ବୃଦ୍ଧି ପାଇବାରେ ଲାଗିଛି| ଅତିଶୀଘ୍ର ସେ ବିଶ୍ୱ ରେକର୍ଡ କରିପାରିବେ ବୋଲି ଆଶା ମଧ୍ୟ ରଖିଛନ୍ତି| ଏବେ ତାଙ୍କର ଅଣ୍ଟା ୯୫ ଇଞ୍ଚର ହୋଇଥିବା ବେଳେ ଏହାକୁ ସେ ୯୯ କରିବାକୁ ଚାହୁଁଛନ୍ତି| ଯାହାଦ୍ୱାରା ସେ ଲସ ଆଞ୍ଜେଲସର ମିକେଲ ରୁଫିନେଲିଙ୍କୁ ପଛରେ ପକାଇଦେବେ । ଅନେକ ବବିଙ୍କୁ ଭେଟି ତାଙ୍କର ଫଟୋ ଓ ଭିଡିଓ ମଧ୍ୟ କିଣିଥାନ୍ତି|

ସୋସିଆଲ ମିଡିଆରେ ବବିଙ୍କର ଲକ୍ଷାଧିକ ପ୍ରଶଂସକ ଅଛନ୍ତି| ସେମାନଙ୍କୁ କାମରେ ଲଗାଇଥାନ୍ତି ବବି| ନିଜ ପ୍ରଶଂସକଙ୍କ ମନୋରଞ୍ଜନ ପାଇଁ ବବି ଚେୟାରରେ ବସି ଭାଙ୍ଗିଦିଅନ୍ତି| ବବିଙ୍କର ମୋଟାପଣ ହେଉଛି ତାଙ୍କର ପରିଚୟ| ଅନେକ ଯୁବକ ବବିଙ୍କୁ ପସନ୍ଦ କରନ୍ତି| ଥରେ ଜଣେ ବେବୀଙ୍କ ସୁନ୍ଦର ବୋଲି କହିଥିଲେ| ଯାହା ଶୁଣିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ|

ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଲା ଯେ, ଏବେ ବି ତାଙ୍କୁ ବିବାହର ପ୍ରସ୍ତାବ ଆସୁଛି| କିନ୍ତୁ, ସେ ପୂର୍ବରୁ ବିବାହିତ| ସେ କୁହନ୍ତି ଯେ, ତାଙ୍କୁ ଅନେକ ଲୋକ ବହୁତ ଭଲ ପାଇବା ଦେଇଛନ୍ତି| ଆଉ କିଛି ଲୋକ ତାଙ୍କୁ ମଧ୍ୟ ଟ୍ରୋଲ ବି କରିଥାନ୍ତି। ହେଲେ ବି ତାଙ୍କୁ କିଛି ଫରକ ପଡ଼ିନାହିଁ| ତେବେ ଡାକ୍ତରମାନେ ବବିଙ୍କୁ ଚେତାବନୀ ଦେଇଛନ୍ତି ଯେ, ପେଟ ନକମିଲେ ତାଙ୍କ ଜୀବନ ପ୍ରତି ବିପଦ ରହିଛି। କିନ୍ତୁ, ଏସବୁକୁ ବବି ଖାତିର କରୁନାହାଁନ୍ତି|

ବିଶ୍ୱର ସବୁଠାରୁ ମୋଟି ମହିଳା ହେବା ଆଶାରେ ସେ ଖାଦ୍ୟ ଗ୍ରହଣ କରୁଛନ୍ତି| ତାଙ୍କ ଡାଏଟରେ କାର୍ବୋ ହାଇଡ୍ରେଟର ମାତ୍ରା ସବୁଠାରୁ ଅଧିକ ରହିଥାଏ| ସେ ଅଶ୍ୱାସ୍ଥ୍ୟକର ଖାଦ୍ୟ ଗ୍ରହଣ କରୁଥିଲେ ମଧ୍ୟ ତାଙ୍କୁ ରେକର୍ଡ କରିବାର ନିଶା ପାଗଳ କରିଦେଇଛି| ତାଙ୍କର ଅଣ୍ଟା ୯୯ ହେଲା ପରେ ସେ ଡାକ୍ତରଙ୍କ ପାଖରୁ ପରାମର୍ଶ ନେବେ ବୋଲି ବବି କହିଛନ୍ତି|

Leave a Reply

Your email address will not be published.