ENG Vs IND: ତୃତୀୟ ଟେଷ୍ଟରେ ହାରିବା ପରେ ଅଧିନାୟକ ବିରାଟ କୋହଲି ଦେଲେ ବଡ ବୟାନ,ଜାଣନ୍ତୁ କଣ କହିଲେ

ଇଂଲଣ୍ଡ ବିରୁଦ୍ଧରେ ତୃତୀୟ ଟେଷ୍ଟରେ ହେଡିଂଲେରେ ଭାରତକୁ ଏକ ଇନିଙ୍ଗ୍ସ ଓ ୭୬ରନର ପରାଜୟର ସାମ୍ନା କରିବାକୁ ପଡିଛି। ଭାରତୀୟ ବ୍ୟାଟ୍ସମ୍ୟାନଙ୍କର ଲଜ୍ଜାଜନକ ପ୍ରଦର୍ଶନ ଉପରେ ଆଲୋଚକମାନେ ମୁହଁ ଖୋଲିଛନ୍ତି। ଏହି ପରାଜୟ ପରେ ଅଧିନାୟକ ବିରାଟ କୋହଲି ସଂକେତ ଦେଇଛନ୍ତିକି ଆଗାମୀ ମ୍ଯାଚରେ ପ୍ଲେଇଙ୍ଗ ଇଲେଭେନରେ ପରିବର୍ତ୍ତନ ଦେଖିବାକୁ ମିଳିବ।

ଅଧିନାୟକ ବିରାଟ କୋହଲି ସଂକେତ ଦେଇଛନ୍ତିକି ଦୃତ ବୋଲର ଇକୋନୋମି ମୂଲ୍ୟାଙ୍କନ କରାଯାଇଛି। ଓଭାଲରେ ହେବାକୁ ଥିବା ଚତୁର୍ଥ ଟେଷ୍ଟରେ ର୍ହା ରୋଟେଟ କରାଯିବ। ରବିଚନ୍ଦ୍ରନ ଅଶ୍ଵିନୀଙ୍କୁ ପ୍ଲେଇଙ୍ଗ ଇଲେଭେନରେ ସାମିଲ କରାଯିବ। ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀଙ୍କ ସମେତ ବିସିସିଆଇର ଶୀର୍ଷ ଅଧିକାରୀଙ୍କ ସହିତ ସଚିବ ଜୟ ଶାହ ଲିଡ୍ସରେ ବିରାଟ କୋହଲିଙ୍କୁ ମୁକାବିଲା କରିଥିଲେ। ଏହି ସମୟରେ ଦଳର ରୋଟେଶନ ବିଷୟରେ କଥାବାର୍ତ୍ତା ହୋଇଛନ୍ତି।

ଜସପ୍ରିତ ବୁମରାହ, ମହମ୍ମଦ ସିରାଜ ତୃତୀୟ ଟେଷ୍ଟ ମ୍ଯାଚ ଖେଳିଛନ୍ତି ଓ ତାଙ୍କୁ ରୋଟେଟ କରୁଥିବାର ଦେଖାଯାଉଛି। ଦ୍ଵିତୀୟ ଯିଏ ବାହାରେ ବସିପାରନ୍ତି ସେ ହେଉଛନ୍ତି ଇଶାନ୍ତ ଶର୍ମା। ଅନୁଭବି ଦୃତ ବୋଲର ହେଡିଂଲେରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଖାଇ ନାହାନ୍ତି।

ବିରାଟ କହିଲେ, ରୋଟେଶନ ନିଶ୍ଚୟ ହେବ। ଏହା ଏକ ବହୁତ ତାର୍କିକ କଥା ଅଟେ। ଆପଣ ବିଶେଷ ରୂପରେ ବ୍ୟକ୍ତିଙ୍କୁ ସେହି ସ୍ଥାନ ଉପରେ ଠେଲିବାକୁ ଚେଷ୍ଟା କରିବା ଉଚିତ ନୁହେଁ, ଯେଉଁଠି ସେମାନେ ଭାଙ୍ଗିଯିବେ। ସେଥିପାଇଁ ଏହି କଥା ବହୁତ ମହତ୍ବପୂର୍ଣ ଅଟେକି ଶାରୀରିକ ରୂପରେ କାହାକୁ କେଉଁଠି ରଖାଯିବ। ଓ କାହାକୁ ଖେଳରୁ ବାହାର କରାଯିବ। ଆପଣ ଲଗାତାର ଚାରୋଟି ଟେଷ୍ଟ ମ୍ଯାଚ ଖେଳିବା ପାଇଁ ଏତେ ମାତ୍ରାରେ ସୁଯୋଗର ଆଶା କରିବେ ନାହିଁ। ସେଥିପାଇଁ ଆମେ ଆକଳନ କରିବାକୁ ହେବକି କିଏ କେଉଁ ସ୍ଥାନରେ ରହିବା ଠିକ ହେବ।

ବ୍ୟାଟିଂ କ୍ରମ କଥା କହିଲେ, ହନୁମା ବିହାରୀ କିମ୍ବା ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରୁ କେହି ଖେଳିପାରନ୍ତି। କିନ୍ତୁ ଚେତେଶ୍ଵର ପୂଜାରା ୯୧ ରନର ଇନିଙ୍ଗ୍ସ ଖେଳି ସମସ୍ତ ରାସ୍ତା ବନ୍ଦ କରିଦେଇଛନ୍ତି। ଅଜିଙ୍କ୍ଯା ରାହାଣେ ସଂଘର୍ଷ କରୁଛନ୍ତି, ସେ ଲର୍ଡସରେ ଦଳକୁ ବଞ୍ଚିଲେ। ଏହା ବ୍ଯତୀତ, ଦଳର ଉପ-ଅଧିନାୟକ ଅଟନ୍ତି ଓ ବିନା କୌଣସି ଆଘାତରେ ତାଙ୍କୁ ବସାଇବା ଠିକ ହେବ ନାହିଁ। ସେଥିପାଇଁ ତାଙ୍କର ଖେଳ ଜାରି ରହିବାର ସମ୍ଭାବନା ଅଛି।

ବିରାଟ କହିଲେକି, ସ୍ପିନର ରବିଚନ୍ଦ୍ରନ ଅଶ୍ଵିନୀଙ୍କୁ ଖେଳ ପିଚ ଉପରେ ନିର୍ଭର କରବ ଓ ଆମେ ପରେ ନିଷ୍ପତ୍ତି ନେବୁ। ଏହା ପିଚର ନମି ଉପରେ ନିର୍ଭର କରେକି ପାଞ୍ଚ ଦିନ ପର୍ଯ୍ୟନ୍ତ କେମିତି ତିଷ୍ଠିବ। ଚତୁର୍ଥ ଦୃତ ବୋଲରଙ୍କର ଚାପ କେବେ କେବେ ମହତ୍ବପୂର୍ଣ ହୋଇଥାଏ। କେବେ କେବେ ଆମେ ଏହା ସୁନିଶ୍ଚିତ କରିଥାଉକି କେବଳ ତିନୋଟି ଦୃତ ବୋଲରଙ୍କୁ ନେବାର ଅର୍ଥ ହେଉଛିକି ସ୍ପିନରଙ୍କୁ ଶୀଘ୍ର ଆସିବାର ଅଛି। ବିରାଟ କୋହଲି ସ୍ପିନରଙ୍କ ସ୍ଥାନରେ ବିଶେଷଜ୍ଞ ବ୍ୟାଟିଂର ବ୍ୟବହାରର ବିଚାରକୁ ଖାରିଜ କରିଦେଇଛନ୍ତି।

Leave a Reply

Your email address will not be published. Required fields are marked *