ନାକରେ ଥିବା ଚୁଟି କାଟିବା ଦ୍ୱାରା ହୋଇପାରେ ଆପଣଙ୍କ ମୃ-ତ୍ୟୁ, ଡ଼କ୍ଟର ଦେଲେ ବଡ଼ ଚେତାବନୀ

ସାଧାରଣତଃ ଲୋକେ ନିଜର ବଡ଼ିକୁ ଗ୍ରୁମିଙ୍ଗ କରିଥାନ୍ତି ଓ ଏହି ଗ୍ରୁମିଙ୍ଗ ନାମରେ ନୂଆ ନୂଆ ଜିନିଷ ଶରୀର ଉପରେ ପ୍ରୟୋଗ କରିଥାନ୍ତି। ଏଥିମଧ୍ୟରୁ ଗୋଟେ ହେଉଛି ନାକ ରେ ଉଠୁଥିବା ବାଳକୁ ଭ୍ୟାକ୍ସ ଦ୍ୱାରା କିମ୍ବା ଟାଣି କରି ଉପାଡ଼ିବା ଯାହାକି ଆମ ପାଇଁ ବହୁତ ଖତରନାକ ସାବ୍ୟସ୍ତ ହୋଇପାରେ। ଏହା ଆମ ଜୀବନ ମଧ୍ୟ ନେଇଯାଇପାରେ ବୋଲି ବ୍ରିଟିଶ ଏକ୍ସପର୍ଟ ଡ଼କ୍ଟର କରନ୍ ରାଜନ ଲୋକଙ୍କୁ ଏହା ଉପରେ ସତର୍କ କରାଇ ଦେଇଛନ୍ତି ଓ ନାକ ବାଳ ନହଟାଇବାକୁ କହିଛନ୍ତି।

Instagramରେ ଏହି ମୁଦ୍ଦାକୁ ନେଇ ଡ଼କ୍ଟର କରନ୍ ରାଜନ ଏକ ପୋଷ୍ଟ କରିଥିଲେ। ଏଥିରେ ସେ ଲୋକଙ୍କୁ ସନ୍ଦେଶ ଦେଇ କହିଥିଲେ ଗ୍ରୁମିଙ୍ଗ ଆଧାରରେ ନାକ ବାଳକୁ ଉପାଡ଼ିବା ଆପଣଙ୍କ ଜୀବନ ନେଇପାରେ। ସେ ଏକ ଡାଇଗ୍ରାମ ଦ୍ୱାରା ନାକ ବାଳର ଉପକାରିତ ଓ ଏହାର ଫାଇଦା ବିଷୟରେ ସୂଚନା ଦେଇଛନ୍ତି ଓ ଏହାକୁ ହଟାଇବା ଦ୍ୱାରା ଏହା କେତେ ପ୍ରଭାବିତ ହୋଇଥାଏ। ବ୍ରିଟେନର ନାଶନାଲ ହେଲଥ ସର୍ଭିସରେ କାମ କରୁଥିବା ଡ଼କ୍ଟର କରନ୍ ରାଜନ କହିଛନ୍ତି କି, ସୁନ୍ଦର ଦେଖାଯିବା ପାଇଁ ଆପଣ ନିଜର ନାକ ବାଳ ହଟାନ୍ତୁ ନାହିଁ।

ନାକ ବାଳ ଦେଇଥାଏ ସୁରକ୍ଷା:-

ଡ଼କ୍ଟରଙ୍କ ମୁତାବିକ, ଆମ ନାକ ମଧ୍ୟରେ ଦୁଇପ୍ରକାରର ବାଳ ରହିଥାଏ। ଗୋଟିଏ ହେଉଛି ମଇକ୍ରୋସ୍କୋପିକ ସିଲିଆ ଯାହାକି ନାକ ମଧ୍ୟରେ ଦ୍ରଵକୁ ଫିଲଟର କରି ପୁଣିଥରେ ଏହାକୁ ତଣ୍ଟି ପାଖକୁ ପଠାଇଥାଏ ଓ ଏହାର ବଡ଼ ପାର୍ଟିକିଲ ଗୁଡ଼ିକ ବାହାରକୁ ଆସିଯାଇଥାଏ। ଡ଼କ୍ଟର କହିଲେ ଯଦି ଆପଣ ଏହାକୁ ନରଖିବାକୁ ଚାହୁଁଛନ୍ତି ତାହେଲେ ଟାଣିବା ବଦଳରେ ଏହାକୁ କାଟି ଛୋଟ କରିଦିଅନ୍ତୁ। ଏହି ବାଳ ଆମ ନାକ ଭିତରକୁ ବ୍ୟାକ୍ଟେରିଆ ଓ ଜର୍ମସ ଯିବାରୁ ଅଟକାଇ ଥାଏ ଯେଉଁ ବ୍ୟାକ୍ଟେରିଆ ନାକ ଭିତରକୁ ପ୍ରବେଶ କରିବା ପରେ ଇମ୍ଫେକ୍ସନ ସୃଷ୍ଟି କରିଥାଏ।

ବ୍ରେନ ଇମ୍ଫେକ୍ସନର ଆଶଙ୍କା:-

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Dr Karan Rajan (MRCS MBBS BSc) (@drkaranrajan)

ଇଂଷ୍ଟାଗ୍ରାମରେ ପକାଇଥିବା ପୋଷ୍ଟ ମାଧ୍ୟମରେ ସେ ଆହୁରି ଏକ କଥା ଲେଖିଥିଲେ କି, ନାକ ଭିତରେ ହେଉଥିବା ଡେଞ୍ଜର ଟ୍ରାୟଙ୍ଗଲ କାରଣରୁ ଏହା ବ୍ରେନ ଇମ୍ଫେକ୍ସନ କରାଇପାରେ କାରଣ ନାକର କିଛୁ ଶିରା ରକ୍ତ ସଞ୍ଚାଳନ କରିଥାଏ ଓ ଏହା ବ୍ରେନର ଶିରା ସହିତ ମଧ୍ୟ ସଂଯୋଗ ରହିଥାଏ ଏଥିରେ ଯଦି ବ୍ୟାକ୍ଟେରିଆ ଲାଗିଯାଏ ତାହେଲେ ଏହା ମସ୍ତିଷ୍କ ପର୍ଯ୍ୟନ୍ତ ବହୁତ ସହଜରେ ପହଞ୍ଚିଯାଏ। ଏହା ତ ଜଲଦି ହୋଇନଥାଏ କିନ୍ତୁ ଏହା ଇମ୍ୟୁନ ସିଷ୍ଟମ ଉପରେ ପ୍ରଭାବ ପକାଇଥାଏ। ଆପଣ ନାକ ର ବାଳକୁ ଜୋରରେ ଉପାଡ଼ିବା ପରିବର୍ତ୍ତେ ଏହାକୁ ଟ୍ରିମ କରନ୍ତୁ। ବର୍ତ୍ତମାନ ସୁଦ୍ଧା ଡ଼କ୍ଟରଙ୍କ ଭିଡ଼ିଓକୁ 10 ହଜାର ଥର ଦେଖାଗଲାଣି।

Leave a Reply

Your email address will not be published. Required fields are marked *