୫୫ ଟଙ୍କା ଖର୍ଚ୍ଚ କରି ହେବେ ମାଲାମାଲ, ମାସକୁ ପାଇବେ ୩୦୦୦ ଟଙ୍କାର ପେନସନ,ଜଲଦି କରାଇ ନିଅନ୍ତୁ ରେଜିଷ୍ଟ୍ରେସନ

କରୋନା ଭାଇରସ ପାଇଁ ଦେଶର ଲୋକଙ୍କୁ ଆର୍ଥିକ କ୍ଷତି ହୋଇଛି। ସରକାର ମଧ୍ୟ ଏହିପରି ଲୋକଙ୍କ ପାଇଁ ଆଗକୁ ଆସୁଛନ୍ତି। ଏମିତିରେ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ଲୋକଙ୍କ ଆବଶ୍ୟକତା କୁ ପୂରା କରିବା ପାଇଁ ଆଗକୁ ଆସୁଛନ୍ତି।

ଏହାମଧ୍ୟରେ ଯଦି ଆପଣ ପ୍ରଧାନମନ୍ତ୍ରୀ କିଷାନ ନିଧି ସମାନ ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ତାହେଲେ ଏହା ଆପଣଙ୍କ ସବୁଠାରୁ ଦରକାରୀ ଅଟେ। ପିଏମ ଶ୍ରମ ଯୋଗୀ ଶ୍ରମିକଙ୍କ ପାଇଁ ଏକ ଭଲ ଯୋଜନା ରହିଛି।

ଏହି ଯୋଜନାରେ ଝାଡୁଦାର, ରିକ୍ସା ଚାଳକ ନିର୍ମାଣ କାର୍ଯ୍ୟ କରୁଥିବା ଶ୍ରମିକ ଓ ଏହିପରି ଅନେକ ଶ୍ରମିକଙ୍କୁ ସରକାରଙ୍କ ତରଫରୁ ସାହାର୍ଯ୍ୟ ମିଳିବ। ଏହି ଯୋଜନା ଅନ୍ତର୍ଗତ ପ୍ରତିଦିନ 2 ଟଙ୍କା ବଞ୍ଚାଇ ବାର୍ଷିକ 36000 ଟଙ୍କାର ପେନସନ ନେଇପାରିବେ।

ଜମା କରିବାକୁ ହେବ ଏତେ ଟଙ୍କା :-

ଏହି ଯୋଜନାକୁ ଆରମ୍ଭ କରିବା ପାଇଁ ଆପଣଙ୍କୁ ପ୍ରତିମାସ 55 ଟଙ୍କା ଜମା କରିବାକୁ ହେବ ଓ 18 ବର୍ଷୀୟ ବ୍ୟକ୍ତି ବିଶେଷ ଦୈନିକ 2 ଟଙ୍କା ବଞ୍ଚାଇ ଏହି 36000 ଟଙ୍କାର ପେନସନ ପାଇପାରିବେ। ଯଦି କୋୖଣସି ବ୍ୟକ୍ତି 40 ବର୍ଷ ବୟସରେ ଏହି ସ୍କିମ ଆରମ୍ଭ କରୁଛି ତାହେଲେ ତାକୁ ମାସିକ 200 ଟଙ୍କା ଦେବାକୁ ହେବ।

60 ବର୍ଷ ବୟସର ହେବାବେଳକୁ ଆପଣଙ୍କୁ ଏହି ପେନସନ ମାସିକ 3000 ଟଙ୍କା ମିଳିବା ଆରମ୍ଭ ହେବ। ବାର୍ଷିକ ଆପଣ 36000 ଟଙ୍କା ପାଇବେ। ସେହିପରି ଏହି ଯୋଜନାର ଲାଭ ଉଠାଇବା ପାଇଁ ଆପଣଙ୍କ ପାଖରେ ସେଭିଂସ ବ୍ୟାଙ୍କ ଆକାଉଣ୍ଟ ଓ ଆଧାରକାର୍ଡ଼ ରହିବା ଆବଶ୍ୟକ। 18 ରୁ 40 ବର୍ଷୀୟ ବ୍ୟକ୍ତି ଏହାର ଫାଇଦା ନେଇପାରିବେ।

କରନ୍ତୁ ରେଜିଷ୍ଟ୍ରେସନ:-

ଏହି ଯୋଜନା ପାଇଁ ଆପଣଙ୍କୁ କମନ ସର୍ଭିସ ସେଣ୍ଟରରେ ପଞ୍ଜୀକରଣ କରିବାକୁ ହେବ। CSC ପୋର୍ଟାଲରେ ଶ୍ରମିକ ଏହାର ରେଜିଷ୍ଟ୍ରେସନ କରିପାରିବେ। ସରକାର ଏଥିପାଇଁ ୱେବ ପୋର୍ଟାଲ ବନାଇଛନ୍ତି।

ଏହି ସେଣ୍ଟର ଜରିଆରେ ଅନଲାଇନ ସବୁ ସୂଚନା ଭାରତ ସରକାର ପାଖକୁ ଚାଲିଯିବ। ସେହିପରି ପଞ୍ଜୀକରଣ ପାଇଁ ଆପଣଙ୍କୁ ନିଜର ଆଧାରକାର୍ଡ଼, ଜନଧାନ ବ୍ୟାଙ୍କ ଖାତାର ପାସବୁକ, ମୋବାଇଲ ନମ୍ବର୍ ଆବଶ୍ୟକ।

ଏହାସହ ସହମତି ପତ୍ର ମଧ୍ୟ ଦେବାକୁ ହେବ ଓ ବ୍ୟାଙ୍କ ବ୍ରାଞ୍ଚରେ ମଧ୍ୟ ଏହାକୁ ଦେବାକୁ ହେବ। ଯେଉଁଠାରେ ଶ୍ରମିକଙ୍କ ବ୍ୟାଙ୍କ ଖାତା ଥିବ। ଏହାଦ୍ୱାରା ସମୟରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟାଯାଇପାରିବ।

Leave a Reply

Your email address will not be published. Required fields are marked *