ଦେଖନ୍ତୁ ଭିଡିଓ : ଛାତ ଉପରୁ ସାଇକେଲରେ ଖସୁଥିଲେ ବ୍ୟକ୍ତି,କିନ୍ତୁ ତା ପରେ ଯାହା ଅବସ୍ଥା ହେଲା,ଭିଡିଓ ଦେଖିଲେ ବୁଝିପାରିବେ ନାହଁ ହସିବେ ନା କାନ୍ଦିବେ

ସୋସିଆଲ ମିଡ଼ିଆର ବଢୁଥିବା କ୍ରେଜ ମଧ୍ୟରେ ଆଜିକାଲି ସମସ୍ତେ ପ୍ରସିଦ୍ଧ ହେବାକୁ ଚାହୁଁଛନ୍ତି|ଏଥିପାଇଁ ଲୋକମାନେ ନା କେଵଳ ବିଭିନ୍ନ ପ୍ରକାରର ଜୁଗାଡ କରନ୍ତି ଏହା ସହ ଅଜବଗଜବ କାରନାମା କରନ୍ତି|କିଛି ଅଲଗା କରିବା ଜୁନୁନରେ ବେଳେବେଳେ ଲୋକମାନେ ବହୁବାର ଜୀବନକୁ ବାଜି ଲଗାଇ ଦିଅନ୍ତି|ବିଭିନ୍ନ ପ୍ରକାରର ହଥଫଣ୍ଡା ଆପଣେଇ ଫେମସ ହେବାରେ କିଛି ଲୋକଙ୍କୁ ସଫଳତା ମିଳିଯାଏ, କିଛି ଲୋକ ମଧ୍ୟ ମଜାକ ବନିଯାଆନ୍ତି|ଏମିତି ଲୋକଙ୍କ ଅନ୍ତରଙ୍ଗ ହରକତ ଅଗଣିତ ଭିଡିଓ ସୋସିଆଲ ମିଡିଆରେ ଛାଇ ଯାଇଛି ଯାହାକୁ ଲୋକମାନେ ବହୁ ପସନ୍ଦ କରିଥାନ୍ତି|ଭାଇରାଲ ହେଉଥିବା ଏହି ଭିଡିଓରେ ମଧ୍ୟ ଏମିତି କିଛି ରହିଛି ଯାହାକୁ ଦେଖି ଆପଣଙ୍କୁ ମଜା ଆସିଯିବ|

ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ଭିଡିଓ ଭାଇରାଲ ହୋଇଥାଏ|କିଛି ଭିଡିଓ ଇମୋସନାଲ ହୋଇଥାଏ,ଯାହାକୁ ଦେଖିବାମାତ୍ରେ ଆଖିରୁ ଲୁହ ଝରିପଡେ ଓ କିଛି ଭିଡିଓ ଏତେ ମଜାଳିଆ ହୋଇଥାଏ ଯେ ଦେଖିବାମାତ୍ରେ ହସିହସି ଗଡିଯିବେ|ବେଳେବେଳେ ଇଣ୍ଟରନେଟରେ ଏଭଳି ଭିଡିଓ ଦେଖିବାକୁ ମିଳେ ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ|ସାଇକେଲରେ ବସିକି ସିଧା ଛାତରେ ଓହ୍ଲାଉଥିବା ବ୍ୟକ୍ତିର ଭିଡିଓ ଏପରି ଯାହାକୁ ଦେଖି ଆପଣ ବୁଝିପାରିବେ ନାହଁ କିଭଳି ପ୍ରତିକ୍ରିୟା କରିବେ?ଏହାକୁ ଦେଖି ଆପଣଙ୍କୁ ହସ ଆସିବ ଓ ଅପରପକ୍ଷରେ ବ୍ୟକ୍ତିର ନିର୍ବୋଧତା ଉପରେ ରାଗ ଲାଗିବ|

ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିପାରିବେ ଯେ ତିନି ଜଣ ଲୋକ ଛାତରୁ ସାଇକେଲ ନେଇ ସିଧା ତଳକୁ ଡେଇଁବାକୁ ତେୟାରୀ କରୁଛନ୍ତି|ଏହି ଷ୍ଟଣ୍ଟ କରିବାରେ ଜଣେ ବ୍ୟକ୍ତିକୁ ସଫଳତା ମିଳିଯାଏ, କିନ୍ତୁ ଅନ୍ୟ ସହ କତ ହୁଏ ଦେଖିକି ନିଶ୍ୱାସ କମିଯିବ|ହଁ ଆଜ୍ଞା ଛାତରୁ ଡେଇଁ ବିପଦର ଖେଳାଳି ବନିବାକୁ ଚେଷ୍ଟାରେ ଦ୍ୱିତୀୟ ବ୍ୟକ୍ତି ଏଭଳି ଭାବେ ପଡେ ବୋଧହୁଏ ତାର ହାଡ ମାଂସ ମଧ୍ୟ ଭାଙ୍ଗିଯିବ|ଭିଡିଓ ଦେଖିକି କିଛି ସମୟ ପାଇଁ ଆପଣ ମଧ୍ୟ ଚିନ୍ତାରେ ପଡିଯିବେ,ବ୍ୟକ୍ତିର ବୋକାମି ପାଇଁ ହସିବେ ବା ଫଟା କପାଳ ପାଇଁ କାନ୍ଦିବେ|

ଏହି ଭିଡିଓରେ ଲୋକମାନେ ଜମେଇକି ମଜା ନେଉଛନ୍ତି|ଟୁଇଟରର ଏହି ଭିଡିଓକୁ @ହାଲ୍ଦମାଇଁବିର୍ ନାମକ ଏକାଉଣ୍ଟରୁ ସେୟାର କରାଯାଇଛି|ଏହି ଭିଡିଓକୁ ଏପର୍ଯ୍ୟନ୍ତ ୩୦ ହଜାର ଲୋକ ଦେଖିସାରିଲେଣି|ସୋସିଆଲ ମିଡିଆରେ ଏହି ଭିଡିଓକୁ ଲୋକ ବହୁତ ପସନ୍ଦ କରୁଛନ୍ତି|ଲୋକମାନେ ନା କେଵଳ ତିକୁ ସେୟାର କରୁଛନ୍ତି ବିଭିନ୍ନ ପ୍ରକାରର କମେଣ୍ଟ ଓ ପ୍ରତିକ୍ରିୟା ଦେଉଛନ୍ତି|ଲୋକଙ୍କୂ ଵୁଝା ପଡୁନାହିଁ ଯେ ଏମିତି ଖତରନାକ କାରନାମା କରିବା ପାଇଁ ହସିବେ ନା ବୋକାମୀ ପାଇଁ ହସିବେ|

Leave a Reply

Your email address will not be published. Required fields are marked *