ତିନି ମାସ ପୂରା ଅନ୍ଧାରରେ ରହେ ଏହି ଗାଁ, ଲୋକମାନେ ତିଆରି କଲେ ନିଜ ପାଇଁ ସୂର୍ଯ୍ୟ,ଜାଣନ୍ତୁ ପୁରା ଘଟଣା

ଏହି ପୃଥିବୀର ଏମିତି ଜାଗା ରହିଛି ଯାହା ସମ୍ବନ୍ଧରେ ସାଧାରଣତଃ ଲୋକଙ୍କୁ ଜଣାନଥାଏ|କ’ଣ ଆପଣଙ୍କୁ ଜଣାଅଛି ଇଟାଲିରେ ଏମିତି ଏକ ଗାଁ ରହିଛି ଯେଉଁଠାରେ ତିନି ମାସ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ପହଞ୍ଚେ ନାହିଁ|କିନ୍ତୁ କୁହାଯାଏ ଆବଶ୍ୟକତା ଆବିଷ୍କାରର ଜନନୀ ଅଟେ, କିଛି ଏମିତି ହୋଇଛି ଏହି ଗାଁରେ,ଓ ଲୋକମାନେ କିରଣ ପାଇଁ କୃତ୍ରିମ ସୂର୍ଯ୍ୟ ବନାଇଛନ୍ତି|

ପ୍ରକୃତରେ ଇଟାଲୀର ଏହି ଗାଁର ନାମ ଵିଗନେଲା ଅଟେ ଯାହା ଉତ୍ତର ଅଞ୍ଚଳରେ ଅବସ୍ଥିତ|ଏହି ଗାଁର ଚତୁଃପାର୍ଶ୍ଵ ପାହାଡ ଓ ଘଟିରେ ପରିବେଷ୍ଟିତ|ଏଥିପାଇଁ ଖାସକରି ଥଣ୍ଡା ଦିନରେ ନଭେମ୍ବର ଠାରୁ ଫେବୃଆରୀ ପର୍ଯ୍ୟନ୍ତ ଏଠାରେ ଅନ୍ଧାର ରହିଥାଏ କାରଣ ସୂର୍ଯ୍ୟ କିରଣ ପହଞ୍ଚି ପାରେ ନାହିଁ|

ଲମ୍ବା ସମୟ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ନପହଞ୍ଚିବା ଫଳରେ ଏହି ଗାଁରେ ବେମାର ବ୍ୟାପିଥାଏ|ଲୋକମାନେ କିରଣ ନପହଞ୍ଚିବା ଯୋଗୁଁ ନକରାତ୍ମକ ମାନସିକତା,ନିଦର ଅଭାବ,ମୁଡ ଖରାପ ପରି ସମସ୍ୟା ଦେଖାଯାଏ ଓ ଅପରାଧ ମଧ୍ୟ ବଢିଯାଏ|

ଏମିତିରେ ଏହି ଗାଁର ଲୋକେ ଥଣ୍ଡା ଦିନରେ କିରଣ ପାଇବା ପାଇଁ ଯେଉଁ ବ୍ୟବସ୍ଥା କଲେ ତାକୁ ଜାଣି ଆପଣ ମଧ୍ୟ ପ୍ରଶଂସା କରିବେ|ବିବିସି ରିପୋର୍ଟ ଅନୁସାରେ ଏହି ଗାଁର ଲୋକମାନେ କିରଣ ପାଇବା ପାଇଁ ୨୦୦୬ମସିହାରେ ୧୦୦୦୦୦ ୟୁରୋ ସହାୟତାରେ ୮ ମିଟର ଲମ୍ବା ଓ ୫ ମିଟର ଚଉଡା ଷ୍ଟିଲର ସିଟ ନିର୍ମାଣ କରିଥିଲେ ଯାହା ଉପରେ ସୂର୍ଯ୍ୟକିରଣ ପଡିବା ମାତ୍ରକେ ପୂରା ଗାଁରେ ଉଜ୍ଜ୍ୱଳ ହୋଇଥାଏ|

ସୂର୍ଯ୍ୟର ମାର୍ଗ ଅନୁସରଣ ପାଇଁ ଦର୍ପଣକୁ କମ୍ପ୍ୟୁଟରରେ ଯୋଡାଯାଇଛି|ଏହି ଟେକନିକ ବ୍ୟବହାରକୁ ନେଇ ବିଗନୋଲାର ମେୟର ପ୍ରିୟରଫ୍ରାଙ୍କୋ ମେଡାଲି କହିଛନ୍ତି ଯେ “ଏହା ସହଜ ନଥିଲା ଆମେ ଏଥିପାଇଁ ଉଚିତ୍ ସାମଗ୍ରୀ ଖୋଜିଲୁ,ତକନିକ୍ ସମ୍ପର୍କରେ ଶିଖିବାକୁ ଥିଲା ଓ ବିଶେଷଭାବେ ଟଙ୍କା ଯୋଗାଡ ସବୁଠାରୁ ବଡ ଚୁନୈତି ଥିଲା|”

ଏହି ଟେକନିକକୁ ଜଣେ ବୈଜ୍ଞାନିକ ବୁଝି କହିଛନ୍ତି ଯେ ଷ୍ଟିଲ ସିଟରେ ଲାଗିଥିବା ଦର୍ପଣ ଦିନରେ ଛଅ ଘଣ୍ଟା ସୂର୍ଯ୍ୟ କିରଣକୁ ପ୍ରତିବିମ୍ବ କରେ ଫଳରେ ଗାଁ ଲୋକଙ୍କୁ ଅନ୍ଧାରରୁ ମୁକ୍ତି ମିଳେ|

ମେଡାଲି କହିଛନ୍ତି ଯେ ଏହି ପରିଯୋଜନା ପଛରେ ବୈଜ୍ଞାନିକ ଆଧାର ନାହିଁ ବରଂ ମାନଵୀୟ ଆବଶ୍ୟକ|

ଏହି ଷ୍ଟିଲ ସିଟ ଫଳରେ ଏବେ ଥଣ୍ଡା ଋତୁରେ ମଧ୍ୟ ଗାଁ ଲୋକଙ୍କୁ ଛଅ ଘଣ୍ଟା କିରଣ ମିଳେ ଫଳରେ ସେମାନେ ସହଜରେ ଦିନ ଓ ରାତିର ଫରକ ଅନୁଭବ କରିଥାଆନ୍ତି ଓ ଜରୁରୀ କାମ କରିଥାନ୍ତି|

Leave a Reply

Your email address will not be published.